ଅନିଶ୍ଚିତତା ମଧ୍ୟରେ ଦୀପକ ଫର୍ଟିଲାଇଜର

ପାରାଦୀପ, ୪ା୫ (ସ୍ବ.ପ୍ର.): ପୂର୍ବ ଭାରତର ବିକାଶ ପଥ ପାରାଦୀପକୁ କୁହାଯାଉଛି। ୨୦୧୬ ଫେବୃୟାରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ଗସ୍ତ ବେଳେ ଏଭଳି ଘୋଷଣା କରିଥିଲେ। ପାରାଦୀପରେ ଲକ୍ଷେ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ଅନ୍ୟତମ ଶିଳ୍ପ ଥିଲା ଦୀପକ ଫର୍ଟିଲାଇଜର ଏବଂ ପେଟ୍ରୋ କେମିକାଲ୍ସ କର୍ପୋରେଶନ ଲିମିଟେଡ୍‌। ଜଗତ୍‌ସିଂହପୁର ଜିଲା ପାରାଦୀପର ରଙ୍ଗିଆଗଡ଼ ଚଉକିମଥା ବଗଦିଆ ସୀମାନ୍ତ ମଧ୍ୟରେ ଏହି କାରଖାନା ହେବ ବୋଲି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ଥିଲା। ୮୩.୨୬ ଏକର ଜମି ଅଧିଗ୍ରହଣ ସରିଛି। କମ୍ପାନୀ ପାଇଁ ପାଚେରି କାମ ସରିଥିଲା। କମ୍ପାନୀର ନିର୍ମାଣ ସାମଗ୍ରୀ ମଧ୍ୟ ବିଦେଶରୁ ଆମଦାନୀ ସରିଥିଲା। ୨୦୧୭ ସେପ୍ଟେମ୍ବର ୧୫ରେ ପରିବେଶୀୟ ଜନଶୁଣାଣି ମଧ୍ୟ ସରିଥିଲା। ସେତେବେଳେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ନିର୍ମାଣ ୩୬ ମାସ ମଧ୍ୟରେ ଶେଷହେବ। ୨୦୨୦ରୁ ନାଇଟ୍ରିକ୍‌ ଏସିଡ୍‌, ଆମୋନିୟମ ନାଇଟ୍ରେଟ୍‌ ସଲ୍ୟୁଶନ, ଟେକ୍ନିକାଲ ପ୍ରିଲ୍‌, ମେଲେଟ୍‌ ଓ ଆମୋନିଆ ଉତ୍ପାଦନ କରିବ। ବାର୍ଷିକ ୩୦୪୦ ମେଟ୍ରିକ୍‌ ଟନ୍‌ କେମିକାଲ ଉତ୍ପାଦନ କରିବାର ଘୋଷଣା କରାଯାଇଥିଲା। ଏହି କମ୍ପାନୀରେ ପ୍ରତ୍ୟକ୍ଷ, ପରୋକ୍ଷ ଭାବେ ୧୯୦୦ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା। ଏହି ଜନଶୁଣାଣିକୁ ଏଥିମଧ୍ୟରେ ୬ ବର୍ଷ ବିତିଗଲାଣି। କମ୍ପାନୀ ପାଇଁ ଯୋଗା ଯାଇଥିବା ଜମି ଏବେ ଫାଙ୍କା ପଡ଼ିଛି। କୌଣସି କାମ ହେଉନାହିଁ। ସେତେବେଳେ କମ୍ପାନୀର ଯେଉଁ ୩ ଜଣ ପ୍ରମୁଖ ଅଧିକାରୀ ଥିଲେ ସେମାନଙ୍କୁ ଯୋଗାଯୋଗ କରିବାରେ କହିଥିଲେ, ସେମାନେ ୨ବର୍ଷ ତଳୁ କମ୍ପାନୀ ଛାଡ଼ି ସାରିଛନ୍ତି। ଏବେକାର କୌଣସି କର୍ମଚାରୀ ପାରାଦୀପରେ ନାହାନ୍ତି। ଦୋଛକି ପାଖରେ ଥିବା ଅଫିସ ୨ବର୍ଷ ହେଲା ବନ୍ଦ ହୋଇଛି ବୋଲି ସେଠାରେ ଚାକିରି କରୁଥିବା ରଞ୍ଜନ ବେହେରା ନାମକ ବ୍ୟକ୍ତି କହିଥିଲେ। କମ୍ପାନୀ ଯିବା ପରେ ଏବେ ସେ କଟକ-ପାରାଦୀପ ରାସ୍ତା ନୂଆଗଡ଼ ଛକରେ ଏକ ଖିଲିପାନ ଦୋକାନ କରିଛନ୍ତି। ଯେଉଁ ପ୍ରୋଜେକ୍ଟ କାର୍ଗୋ ଆସିଥିଲା ଦୋଛକି ପାଖରେ ଥିବା ଏକ ଶେଡ୍‌ରେ ପଡ଼ି ଖତ ଖାଉଛି। କହିବାକୁ ଗଲେ ଏବେ କମ୍ପାନୀର କୌଣସି ଚିହ୍ନ ନାହିଁ। କମ୍ପାନୀର ମୁଖ୍ୟାଳୟ ମୁମ୍ବାଇ ସହ ଯୋଗାଯୋଗ କରିବାରେ କୌଣସି ପ୍ରତିକ୍ରିୟା ମିଳି ନ ଥିଲା। ସୂଚନାଯୋଗ୍ୟ, ଏହି କମ୍ପାନୀ ଓଡ଼ିଶାର ଗୋପାଳପୁରଠାରେ ଏକ ସମାନ ଧରଣର ପ୍ଲାଣ୍ଟ କରିବ ବୋଲି ଜଣାପଡିଛି, ଯାହା ୨୦୨୧ରେ ଘୋଷଣା ହୋଇଥିଲା। କମ୍ପାନୀକୁ ଜମି ଯୋଗାଇଥିବା ଇଡ୍‌କୋର ଭୂଅର୍ଜନ ଅଧିକାରୀ କେ.ସି. ଦାସଙ୍କୁ ପଚାରିବାରେ ଆମେ ଜାଗା ଦେଇଥିଲୁ। କମ୍ପାନୀ କାହିଁକି ହୋଇନାହିଁ ସେ ଖବର ଆମ ପାଖରେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?