ବନ୍ଦ ହେଲାଣି ଏକାଧିକ ଯାତ୍ରାପାର୍ଟି

ଜଗତ୍‌ସିଂହପୁର ଅଫିସର, ୬।୫: ଯାତ୍ରା ଦୁନିଆରେ ଜଗତ୍‌ସିଂହପୁରର ସ୍ଥାନ ସ୍ବତନ୍ତ୍ର। ଏହି ଜିଲାର ପୂର୍ବ ଡାକ ନାମ ଥିଲା ହରିହରପୁର । ଏଠାରେ ଯାତ୍ରାର ପ୍ରାଥମିକ ରୂପଲୀଳା ଅଷ୍ଟାଦଶ ଶତାବ୍ଦୀର ଶେଷ ଏବଂ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିଲା। ସେତେବେଳେ ଜିଲାର ଏକାଧିକ ଗ୍ରାମରେ ଯାତ୍ରା ଦଳ ଗଢ଼ିଉଠିଥିଲା। କିନ୍ତୁ ସମୟାନୁକ୍ରମେ ଏଗୁଡିକ ମଧ୍ୟରୁ ଅଧିକାଂଶ ଅର୍ଥାଭାବରୁ ବୁଡ଼ିଗଲାଣି । ବିଂଶ ଶତାବ୍ଦୀ ଶେଷ ସୁଦ୍ଧା ସେଥିମଧ୍ୟରୁ ୪୨ଟି ବଞ୍ଚତ୍ ରହିଥିଲା । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ଆହୁରି ହ୍ରାସ ପାଇ ମାତ୍ର କେତୋଟି ହାତଗଣତି ପାର୍ଟି ରହିଛି। ତଥାପି ଜଗତ୍‌ସିଂହପୁରର ଅପେରା ରାଜ୍ୟ ତଥା ବାହାରେ, ଜିଲାର ସ୍ବତନ୍ତ୍ର ପରିଚୟ ବଜାୟ ରଖିବାକୁ ସମର୍ଥ ହୋଇଛି। ଅତୀତରୁ ବର୍ତ୍ତମାନ ଭିତରେ ଅନେକ ଯାତ୍ରା ପାର୍ଟି ବୁଡ଼ିଯାଇଥିବାବେଳେ ଏହା ଉପରେ ନିର୍ଭର କରି ପରିବାର ଭରଣପୋଷଣ କରୁଥିବା ସହସ୍ରାଧିକ କଳାକାର ଜୀବିକା ହରାଇଲେଣି। ବିଶେଷ କରି କରୋନା ମହାମାରୀ ସମୟରେ ଯାତ୍ରା ଜଗତ ଅଧିକ ପ୍ରଭାବିତ ହୋଇଥିଲା।
ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ୧୯୨୧ରୁ ୨୦୦୬ ସୁଦ୍ଧା ଶତାଧିକ ଯାତ୍ରା ଦଳ (ପାର୍ଟି) ଗଢ଼ିଉଠିଥିଲା । ସେଥିମଧ୍ୟରୁ ଜୟଦୁର୍ଗା ନାଟ୍ୟ ମଣ୍ଡଳୀ ଜିଲାର ପ୍ରଥମ ଯାତ୍ରା ଦଳ ଥିଲା। ତା’ପରେ ଜୟନାରାୟଣୀ ଅପେରା, କେନ୍ଦାଳ ଦଳ ଆଦି ଶତାଧିକ ସୃଷ୍ଟି ହୋଇଥିଲା । କିନ୍ତୁ ସମୟ ଚକ୍ରରେ ଏସବୁ ଆଉ ନାହିଁ । କେବଳ ପାର୍ବତୀ, ତୁଳସୀ ଗଣନାଟ୍ୟ, ଶିବାନୀ, ତ୍ରିନାଥ, ଗୌରୀ, ଅଷ୍ଟଶମ୍ଭୁ, ରୁଦ୍ରାଣୀ ଏବଂ ଦୁର୍ଗାଶ୍ରୀ ଗଣନାଟ୍ୟ ଭଳି କେତୋଟି ବଞ୍ଚତ୍ ରହିଛି। ଯାତ୍ରାରେ ଆଧୁନିକତାର ଛାପ ଲାଗିବା ସାଙ୍ଗକୁ ବ୍ୟୟବହୁଳ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅନେକ ପାର୍ଟି ହାରି ସର୍ବସ୍ବାନ୍ତ ହୋଇଯାଇଛନ୍ତି।
ଅଷ୍ଟଦଶରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ପ୍ରାୟତଃ ଗାଁ ଗହଳିର ଲୋକେ ଶିକ୍ଷାଲାଭରୁ ବଞ୍ଚତ୍ତ ଥିଲେ । ଶିକ୍ଷିତଙ୍କ ବାଦ୍‌ ଅଶିକ୍ଷିତ, ଅଳ୍ପଶିକ୍ଷିତ ଏବଂ ଅନଗ୍ରସର ଲୋକଙ୍କ ମନୋରଞ୍ଜନ ପାଇଁ ସେତେବେଳେ ଯାତ୍ରା ବେଶ୍‌ ସହାୟକ ହେଉଥିଲା। ନାଟ୍ୟ ସମାଲୋଚକମାନଙ୍କ ମତରେ ଯାତ୍ରା ଏକ ଉଦାର ସଂଜ୍ଞା। ଏହାର ପରିସର ପ୍ରଥମେ ଲୀଳା, ସୁଆଂଗ, ଫାର୍ଶରେ ସୀମିତ ଥିଲା। ଏସବୁର ବିଷୟବସ୍ତୁ ଥିଲା ମୁଖ୍ୟତଃ ପୁରାଣକୈନ୍ଦ୍ରିକ। ଊନବିଂଶ ଶତକର ଶେଷ ପର୍ଯ୍ୟାୟରେ ଲୀଳା ବେଶ୍‌ ଆଦୃତ ଥିଲା । ରାମଲୀଳା, କୃଷ୍ଣଲୀଳା, ଭାରତ ଲୀଳା ଏହି ୩ ପ୍ରକାର ଲୀଳା ମୁଖ୍ୟତଃ ଦୃଷ୍ଟିଗୋଚର ହେଉଥିଲା। ରାମାୟଣ, ମହାଭାରତ ଏବଂ ଭାଗବତରୁ ବିଷୟ ଚୟନ କରାଯାଇ ଏହି ଲୀଳା ରଚନା ସହ ଅଭିନୀତ ହେଉଥିଲା। ପରେ ଗୀତିନାଟ୍ୟ ଓ ଗୀତାଭିନୟ ଆରମ୍ଭ ହେଲା। ଏହାର ବିଷୟବସ୍ତୁ ମଧ୍ୟ ପୌରାଣିକ ଥିଲା। ସଂଳାପଗୁଡିକ ମୁଖ୍ୟତଃ ସଂଗୀତାତ୍ମକ ଥିଲା। ସେତେବେଳେ ଗ୍ରାମୀଣ ତଥା କଥିତ ଭାଷା, ଢଗ, ଢମାଳିର ବ୍ୟାପକ ପ୍ରୟୋଗ ଦର୍ଶକଙ୍କୁ ମୁଗ୍ଧ କରିଦେଉଥିଲା। ଗାଁ ଗହଳିରେ ସେଭଳି କୌଣସି ମଞ୍ଚ ନ ଥିଲା। ଗାଁ ମୁଣ୍ଡ ଖୋଲା ପଡ଼ିଆରେ ଯାତ୍ରା ପରିବେଷଣ କରାଯାଉଥିଲା। ବିଶେଷକରି ମହିଳା ଏବଂ ପୁରୁଷ ଉଭୟଙ୍କ ଅଭିନୟ ପୁରୁଷମାନେ କରୁଥିଲେ। ବିଂଶ ଶତାବ୍ଦୀର ୪ର୍ଥ ଭାଗରୁ ନାରୀମାନେ ଅଭିନୟ କରିବା ଆରମ୍ଭ କଲେ। ସେତେବେଳେ ଯେଉଁଭଳି ଆଲୋକ ବ୍ୟବସ୍ଥା କରାଯାଉଥିଲା ତାହା ଆଜି ଆମ ପାଇଁ କାହାଣୀ ପରି ଲାଗିବା ସ୍ବାଭାବିକ। ବନ୍ଦିଆ(କନା ବିଣ୍ଡାରେ ପୋଲାଙ୍ଗ ତେଲ ଢାଳି ଅଗ୍ନି ସଂଯୋଗ)କୁ ଜଣେ ଲୋକ ଧରି ମଞ୍ଚରେ ଅଭିନେତାଙ୍କ ପଛେପଛେ ବୁଲୁଥିଲେ । ପରେ ଏହାକୁ ମଞ୍ଚ ଚାରିକଡେ ରଖାଯିବା ବ୍ୟବସ୍ଥା କରାଯାଇଥିଲା। ବିଂଶ ଶତାବ୍ଦୀ ବେଳକୁ ପେଟ୍ରୋମାକ୍ସ ଏବଂ ଡେ-ଲାଇଟ୍‌ର ପ୍ରଚଳନ ହେଲା। ସ୍ବାଧୀନତା ପରେ ବିଦ୍ୟୁତ୍‌ ଆଲୋକ ସୁବିଧା ପରେ ସମୟାନୁକ୍ରମେ ଯାତ୍ରା ଗଣନାଟ୍ୟ ବା ଅପେରାକୁ ରୂପାନ୍ତରିତ ହୋଇଥିଲା। ରଚନା ଶୈଳୀ, ଅଭିନୟ, ମଞ୍ଚ ସଜ୍ଜା, ଆଲୋକ ସାଜସଜ୍ଜା, ସଂଗୀତ ସଂଯୋଜନା, ନିର୍ଦ୍ଦେଶନା, ବାଦ୍ୟଯନ୍ତ୍ର, ଅଭିନେତ୍ରୀ, ଅଭିନେତା, ବିଜ୍ଞାପନ, ପରିବହନ ଆଦି ସବୁ କ୍ଷେତ୍ରରେ ଅନେକ ପରିବର୍ତ୍ତନ ସହ ବ୍ୟବସାୟରେ ପରିଣତ ହୋଇଛି। ଜଗତ୍‌ସିଂହପୁରକୁ ଏହି ସ୍ଥାନକୁ ଆଣିବାରେ ଏକାଧିକ ବ୍ୟକ୍ତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ପ୍ରଥମେ ଚୈତନ୍ୟ ଦାସ ଏବଂ ପରେ ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତିଙ୍କ ନାମ ରହିଛି। ମହାନ୍ତି ୧୯୨୧ରେ ଜିଲାର ପ୍ରଥମ ଯାତ୍ରା ପାର୍ଟି ଜୟଦୁର୍ଗା ନାଟ୍ୟ ମଣ୍ଡଳୀ ପ୍ରତିଷ୍ଠା କରିଥିଲେ। ସେତେବେଳେ ଏହି ପାର୍ଟି କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସୁନାମ ଅର୍ଜନ କରିଥିଲା। କିନ୍ତୁ ଆର୍ଥିକ ଦୂରବସ୍ଥା ଯୋଗୁ ଏହା ଭାଙ୍ଗି ଯାଇଥିଲା। ପ୍ରଥମେ ଯାତ୍ରାରେ ଆଧୁନିକତାର ଛାପ ଥିଲା ଏହି ଯାତ୍ରା ପାର୍ଟିରେ। ଇତିମଧ୍ୟରେ କେବଳ ଯାତ୍ରା ପାର୍ଟି ଭାଙ୍ଗିଯାଇନି ଏହା ଉପରେ ନିର୍ଭର କରୁଥିବା ସହସ୍ରାଧିକ କଳାକାର, କଣ୍ଠଶିଳ୍ପୀ, ବାଦ୍ୟକାର, ନିର୍ଦ୍ଦେଶକ, ଲେଖକ ପ୍ରମୁଖଙ୍କ ଜୀବିକା ଚାଲିଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ପରିବାର ଦାରିଦ୍ର୍ୟର ତାଡ଼ନାରେ ଘାଣ୍ଟି ହେଉଛନ୍ତି। କେତେଜଣ ଅନ୍ୟ ପନ୍ଥା ଆପଣେଇ ନେଇଥିବାବେଳେ ଅନେକଙ୍କ ମୃତ୍ୟୁ ହୋଇଗଲାଣି। ଏ ସମ୍ପର୍କରେ ସତ୍ୟବ୍ରତ ମହାପାତ୍ର ପ୍ରତିକ୍ରିୟାରେ କହିଛନ୍ତି, ବିଶେଷକରି କରୋନା ମହାମାରୀ ସମୟରେ ଆର୍ଥକ ବୋଝ ସମ୍ଭାଳି ନ ପାରି ପାର୍ବତୀ ଓ ତ୍ରିନାଥ ଭଳି ଯାତ୍ରା ପାର୍ଟିବିକ୍ରି କରିବାକୁ ସେ ବାଧ୍ୟ ହେଲେ। କଳାକାର ଓ ଯାତ୍ରା ପାର୍ଟି ଏହି ସମୟରେ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେହିପରି ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସମ୍ପାଦକ ଆର୍‌. କେ. ହୀରାଲାଲ ମଧ୍ୟ କରୋନା କଷଣ ସମ୍ପର୍କରେ ବଖାଣିଥିଲେ। ସମ୍ପ୍ରତି ସ୍ଥିତିରେ ସୁଧାର ଆସିଥିବାରୁ ଯାତ୍ରା କଳାକାର ଓ କର୍ମଚାରୀମାନେ କେତେକାଂଶରେ ଆଶ୍ୱସ୍ତି ପ୍ରକାଶ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri