ତାଳଦଣ୍ଡା କେନାଲରେ ଜଳାଭାବ

ପାରାଦୀପ,୬।୫(ସ୍ବ.ପ୍ର.): ପାରାଦୀପ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପାଇଁ ଜୀବନରେଖା ହେଉଛି ତାଳଦଣ୍ଡା କେନାଲ। କାରଣ ପାରାଦୀପର ୧୫ଟି ବୃହତ୍‌ ଶିଳ୍ପ ଏବଂ ଜଗତ୍‌ସିଂହପୁର ଜିଲାରର ଅଧିକାଂଶ ଗ୍ରାମାଞ୍ଚଳ ପାଇଁ ଏହି କେନାଲ ପାଣି ହେଉଛି ମାଧ୍ୟମ। ସମ୍ପ୍ରତି ଏହି କେନାଲରେ ଗତ ୧୦ ବର୍ଷ ହେଲା ଖରାଦିନେ ଜଳ ସଙ୍କଟ ଦେଖାଦେଉଛି। ମହାନଦୀରେ ଜଳାଭାବ ଓ ତାଳଦଣ୍ଡା କେନାଲର ନବୀକରଣ ଯୋଗୁ ଏପରି ହେଉଛି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଏହି ତାଳଦଣ୍ଡା କେନାଲକୁ ୧୮୬୬ରେ ଇଂରେଜମାନେ କରିଥିଲେ। କଟକ ଜୋବ୍ରାଠାରୁ ପାରାଦୀପର ଚଉମୁହାଣି ପର୍ଯ୍ୟନ୍ତ ଏହାର ସୀମା ଥିଲା। ୧୯୬୨ରେ ପାରାଦୀପ ବନ୍ଦର ହେବାପରେ ସେହି କେନାଲ ସମ୍ପ୍ରସାରିତ ହୋଇଥିଲା। ସିଙ୍ଗଟାଳି ଛକଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କେନାଲ ଖୋଳାଯାଇଥିଲା। ଏହି କେନାଲରେ ଦୁଇଟି ଶାଖା କେନାଲ ରହିଛି। ଗୋଟିଏ ହେଲା ମାଛଗାଁ ଓ ଅନ୍ୟଟି ତାଳଦଣ୍ଡା। ପାରାଦୀପ ଟାଉନଶିପରେ ଏବେ ପାନୀୟ ଜଳ ସଙ୍କଟ ଉତ୍କଟ ସ୍ଥିତିରେ ପହଞ୍ଚତ୍ଛି। ପାରାଦୀପ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପାଇଁ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥାରେ ଜଳ ଯୋଗାଣ କରୁଛନ୍ତି। ଅର୍ଥାତ ଦିନେ ଥରେ ପରଦିନ ଦୁଇଥର ଅଳ୍ପ ଲେଖା ପାଣି ଦେଉଛନ୍ତି। ବନ୍ଦରର ୧୭୫ ଏକର ବିଶିଷ୍ଟ ଜଳାଶୟ ମଧ୍ୟରେ ଏବେ ଯେତିକି ପାଣି ରହିଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ସେଠାକାର ଜଣେ ଯନ୍ତ୍ରୀ କହିଛନ୍ତି। ତାଳଦଣ୍ଡା କେନାଲରେ ୨୦୧୩ରୁ ନବୀକରଣ କାମ ଏହି ଖରାଦିନେ କରାଯାଉଛି। ଏପର୍ଯ୍ୟନ୍ତ କଟକଠାରୁ ବିରିବାଟି ପର୍ଯ୍ୟନ୍ତ କାମ ହୋଇଛି ବୋଲି ନିର୍ବାହୀ ଯନ୍ତ୍ରୀ ଦେବାଶିଷ ମହାନ୍ତି କୁହନ୍ତି। ଯୁଗ୍ମ ଅଯୁଗ୍ମ ଜଳ ଯୋଗାଣ ଯୋଗୁ ଚଳିବା କଷ୍ଟକର ବୋଲି ଦୀପ୍ତିରେଖା ପାଢ଼ୀ ନାମକ ଗୃହିଣୀ କୁହନ୍ତି। ବିକଳ୍ପ ପନ୍ଥା ଭାବେ ଆମେ ନଳକୂପ ଖୋଳି ସେହି ପାଣି କପଡା ଧୋଇବା, ସ୍ନାନ ଶୌଚ ଆଦି କାମ କରୁଛୁ ବୋଲି ସେ କୁହନ୍ତି। ମହାନଦୀର ଜଳାଭାବ ଏବେଠାରୁ ପାରାଦୀପରେ ପରିଲକ୍ଷିତ ହେଲାଣି। ଆଗାମୀ ଦିନରେ ଏହା ଆହୁରି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?