୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି

ଜଗତ୍‌ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦୂର କରାଯାଇ ପାରୁଛି। ଏଥିସହ ପ୍ରତ୍ୟେକ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ୨ଟି ଲେଖାଏ ସ୍ମାର୍ଟ କ୍ଲାସ୍‌ ରୁମ୍‌, ଇ-ଲାଇବ୍ରେରୀ, ଉନ୍ନତ ମାନର ବିଜ୍ଞାନାଗାର, କ୍ରୀଡା ଭିତ୍ତିଭୂମିର ବିକାଶ, ଝିଅ ଓ ପୁଅଙ୍କ ପାଇଁ ଉନ୍ନତି, ପ୍ରଶାସନ ଗୃହ, ପାନୀୟ ଜଳ ଆଦି ଯୋଗାଯିବା ସହ ସୁନ୍ଦର ପରିବେଶ ସୃଷ୍ଟି କରାଯାଇ ପାରୁଥିବା ଦର୍ଶାଯାଉଛି। ଏହି ଅନୁଯାୟୀ, ଜଗତ୍‌ସିଂହପୁର ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୪ଟି, ୨ୟ ପର୍ଯ୍ୟାୟରେ ୭୫ ଓ ୩ୟ ପର୍ଯ୍ୟାୟରେ ୧୦୭ଟି ଏହିପରି ମୋଟ ୧୯୬ଟି ହାଇସ୍କୁଲ ୫-ଟିରେ ରୂପାନ୍ତରିତ ହୋଇସାରିଲାଣି। ଅବଶିଷ୍ଟ ୪ର୍ଥ ପର୍ଯ୍ୟାୟରେ କରାଯିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ବାସ୍ତବ ଅଭାବ ପୂରଣ କ୍ଷେତ୍ରରେ ସରକାର ଆନ୍ତରିକତା ପ୍ରକାଶ କରିନାହାନ୍ତି। ଯାହାର ଜ୍ୱଳନ୍ତ ପ୍ରମାଣ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି। ଏପ୍ରିଲରୁ ଶିକ୍ଷାବର୍ଷ ଆରମ୍ଭ ହୋଇଛି। ଜିଲାର ୧୫୧ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଥିବାବେଳେ ସେଥିରେ ଅନୁମୋଦିତ ପଦବୀ ସଂଖ୍ୟା ୧୪୦୧ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ପଦବୀ ପୂରଣ କରାଗଲାନାହିଁ। ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩୫୯ଟି ଶିକ୍ଷକ ପଦବୀ ଖାଲି ପଡିଛି। ଏହାଦ୍ୱାରା ଚଳିତ ଶିକ୍ଷାବର୍ଷ ଶିକ୍ଷାଦାନରେ ଗୁରୁତର ବାଧା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି।
ଜଗତ୍‌ସିଂହପୁର ରାଜ୍ୟର ଦ୍ୱିତୀୟ ଶିକ୍ଷିତ ଜିଲା ଭାବେ ପରିଚିତ। କିନ୍ତୁ କୋଭିଡ୍‌-୧୯ ଯୋଗୁ ୨ ବର୍ଷ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ଥିଲା। ଅନଲାଇନ ମାଧ୍ୟମରେ କାମଚଳା ଶିକ୍ଷାଦାନ ଚାଲିଥିଲେ ସୁଦ୍ଧା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିନାହିଁ। ମୋଟାମୋଟି ଭାବେ ଛାତ୍ରୀଛାତ୍ରମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ। ଏବେ ବିଦ୍ୟାଳୟଗୁଡିକ ଖୋଲିଥିଲେ ସୁଦ୍ଧା ଶିକ୍ଷକଙ୍କ ଅଭାବ ଚିନ୍ତାର କାରଣ ହୋଇଛି। ଜିଲା ଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଜିଲାର ୧୬ଟି ଓଇଏସ୍‌ କ୍ଲାସ୍‌-୨ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟରୁ ୧୧ଟି ଖାଲି ପଡିଛି। ସେହିପରି ୧୩୫ ସନିୟର ଏସ୍‌ଇଏସ୍‌ ପ୍ରଧାନ ଶିକ୍ଷକ ପଦବୀରୁ ୧୧ଟି ଖାଲି ଅଛି। ୩୯୭ ଟିଜିଟି (ଆର୍ଟସ୍‌) ପଦବୀରୁ ୧୦୩, ୨୦୯ ଟିଜିଟି (ପିସିଏମ୍‌)ରୁ ୪୭, ୧୯୨ ଟିଜିଟି (ସିଭିଜେଡ୍‌)ରୁ ୪୯, ୧୫୦ ସଂସ୍କୃତ ପଦବୀରୁ ୪୦, ୧୪୭ ହିନ୍ଦି ପଦବୀରୁ ୪୩, ୧୪୫ ପିଇଟି ପଦବୀରୁ ୨୩ ଓ ୧୦ ଊର୍ଦ୍ଦୁ ପଦବୀରୁ ୪ଟି ଖାଲି ରହିଛି। ଏତେ ସଂଖ୍ୟକ ପଦବୀ ଖାଲିଥିବାବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ସଂଖ୍ୟକ ଅତିଥି ଶିକ୍ଷକ ନିଯୁକ୍ତି ମଧ୍ୟ କରାଯାଇପାରିନାହିଁ। ସରକାର ତୁରନ୍ତ ଖାଲି ପଦବୀ ପୂରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅନେକ ଅଭିଭାବକ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସରକାର ଷ୍ଟାଫ ସିଲେକ୍ସନ ବୋର୍ଡ ଦ୍ୱାରା ନୂଆ ଶିକ୍ଷକ ପଦବୀ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟ ଖୋଲିବା ପୂର୍ବରୁ ଶତାଧିକ ପଦବୀ ପୂରଣ ହୋଇଯିବ ବୋଲି ଆଶା। ସେହିପରି ଅତିଥି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri