କଟକ

ନରସିଂହପୁର ତତ୍କାଳୀନ ରେଞ୍ଜର ନିଲମ୍ବିତ

ଭୁବନେଶ୍ୱର, ୯।୩(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୀର୍ଘ ମାସେ ପରେ ଏହି କାର୍ଯ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ…

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ ମଙ୍ଗଳବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଉଭୟଙ୍କ ନାମରେ ମାମଲା(ନଂ.୧୩/୨୨) ରୁଜୁ…

ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ନଡ଼ିଆ କତା ଶିଳ୍ପ

କଟକ ଅଫିସ,୮ା୩:ବର୍ତ୍ତମାନ ସମୟରେ ନାରୀମାନେ ପୁରୁଷଙ୍କ ଭଳି ପ୍ରତି କ୍ଷେତ୍ରରେ କାର୍ଯ୍ୟ କରି ନିଜର ନୂତନ ପରିଚୟ ସୃଷ୍ଟି କରିବା ସହ ସମାଜରେ ଏକ ସ୍ବତନ୍ତ୍ର ଜାଗା କରିସାରିଲେଣି। ଆଗଭଳି ନାରୀ ଆଉ ଅବଳା ନ ହୋଇ ନିଜ ପାଇଁ ନୂଆ…

ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି ଓ ତଳ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରବିବାର ଏଭଳି ଏକ ଅଭାବନୀୟ ଘଟଣା…

ସିଏମ୍‌ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା

କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର କଟକ ମହାନଗର ନିଗମ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସିଏମ୍‌ସି…

ବାରବାଟୀରେ ମ୍ୟାଚ୍‌ ନେଇ ୧୨ରେ ହୋଇପାରେ ଆଲୋଚନା

କଟକ ଅଫିସ,୩।୩: ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଜୁନ ମାସରେ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି । ତେବେ ମ୍ୟାଚ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଆସି ନାହିଁ । ଏ ନେଇ…

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର

ଫୁଲନଖରା,୩।୩(ଡି.ଏନ.ଏ.): କଟକ ସଦର ଥାନା ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲର ନୂଆଗଡଠାରେ ବୁଧବାର ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଥିଲା। ଉକ୍ତ କୁମ୍ଭୀର ସାତକୋଶିଆ ଗଣ୍ଡରୁ ମହାନଦୀର ନରାଜ ଦେଇ ପୁରୀ ମୁଖ୍ୟ କେନାଲରେ ପ୍ରବେଶ କରିଥିବା ଜଣାପଡିଛି। ଏହି କୁମ୍ଭୀର…

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା…

ସେପ୍ଟେମ୍ବରରେ ଓସିଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧ା୩:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୋମବାର ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ ୨୦୨୨-୨୩ ଶିକ୍ଷାବର୍ଷରେ ଓପିଏସ୍‌ସି ପକ୍ଷରୁ ହେବାକୁ ଥିବା ନିଯୁକ୍ତି ପରୀକ୍ଷାଗୁଡ଼ିକର ସମୟ ଏବଂ ମାସ ସ୍ଥିର କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୨୨ଟି…

ବନ୍ଦେ ଉତ୍କଳ ଜନନୀ ଗାଇଲେ ରାଜ୍ୟପାଳ

କଟକ ଅଫିସ,୧ା୩:ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସୋମବାର କଟକର ଏକ ଷ୍ଟୁଡିଓରେ ଏହି ଗୀତରେ ରାଜ୍ୟପାଳ ନିଜ କଣ୍ଠଦାନ କରିଛନ୍ତି। ଓଡ଼ିଆରେ ଗୀତ ଗାଇ ରାଜ୍ୟପାଳ ବେଶ ଖୁସି ପ୍ରକଟ କରିଛନ୍ତି। ଏ…

ଧବଳେଶ୍ୱର ପୀଠରେ ୧୪୪ ଲାଗୁ

କଟକ ଅଫିସ,୧।୩: ମଙ୍ଗଳବାର ମହାଶିବରାତ୍ରୀ ଅବସରରେ ସମସ୍ତ ଶୈବପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଜାରି କରାଯାଇଛି। ଏଭଳି ସ୍ଥିତିରେ କଟକ ଜିଲା ଆଠଗଡ଼ ସ୍ଥିତ…

ନାମୀଦାମୀ କମ୍ପାନୀ ନାଁରେ ନକଲି ଧୂପକାଠି

କଟକ ଅଫିସ,୨୭।୨: କଟକ ଜିଲା ଲାଲବାଗ ଥାନା ଅଧୀନ ଗଙ୍ଗା ମନ୍ଦିର ଅଞ୍ଚଳରେ ଥିବା ଡି.ଆର. ଟ୍ରେଡର୍ସ ନାମକ ଧୂପକାଠି କାରଖାନା ଶନିବାର ଠାବ କରାଯାଇଛି। ସେଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ନକଲି ଧୂପକାଠି, ଧୂପକାଠି ପ୍ରସ୍ତୁତ ପାଇଁ ସରଞ୍ଜାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri