ନରସିଂହପୁର ତତ୍କାଳୀନ ରେଞ୍ଜର ନିଲମ୍ବିତ

ଭୁବନେଶ୍ୱର, ୯।୩(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୀର୍ଘ ମାସେ ପରେ ଏହି କାର୍ଯ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ ସୃଷ୍ଟି କରିଛି। ନିଲମ୍ବନ ଚିଠିରେ କୌଣସି କାରଣ ଦର୍ଶାଯାଇନାହିଁ। ଏଥିରୁ ବନ ବିଭାଗର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଉକ୍ତ ଘଟଣାର ସପ୍ତାହକ ପରେ ବନ ବିଭାଗ ଜଣେ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରିଥିଲା। ହେଲେ ସବୁ ପ୍ରମାଣ ପାଇ ମଧ୍ୟ ରେଞ୍ଜରଙ୍କୁ ଏତେ ଦିନ ପର୍ଯ୍ୟନ୍ତ ସମୟ କ’ଣ ପାଇଁ ଦିଆଗଲା ସେନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ସନ୍ଦେହ ବଢୁଛି।
ସବୁଠୁ ବଡ଼ କଥା ହେଲା, ହାତୀ କଙ୍କାଳ ଖୋଳାଯାଇ ବାହାର କରାଯିବା ଓ ଦାନ୍ତ ଜବତ ହେବା ପରେ ମଧ୍ୟ କାହାକୁ ଏଯାଏ ଗିରଫ କରାଯାଇନାହିଁ। ଯେଉଁ ସାକ୍ଷ୍ୟ ପ୍ରମାଣ ବଳରେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ରେଞ୍ଜରଙ୍କ ସମ୍ପୃକ୍ତି ବିଷୟରେ ଅବଗତ ହୋଇ ବନ ବିଭାଗ ସେମାନଙ୍କୁ ନିଲମ୍ବନ କଲା, ସେ ସବୁ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଗିରଫଦାରୀ ପାଇଁ ମଧ୍ୟ ଯଥେଷ୍ଟ। ତଥାପି ସେମାନଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କାହିଁକି ଗିରଫ କରୁନାହିଁ ତାହା ଏବେ ସନ୍ଦେହ ଘେରରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ କହିବାନୁସାରେ, ହାତୀ ମୃତ୍ୟକୁ ଲୁଚାଇବା ଘଟଣାରେ ବନ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ଅନ୍ୟ ଏକ ସ୍ପର୍ଶକାତର ବିଷୟ ହେଉଛି ଆଠଗଡ଼ ଡିଭିଜନରେ ସନ୍ଦେହଜନକ ଭାବେ ଦୁଇଟି ହାତୀ ମୃତ୍ୟୁ ଘଟଣା ଘଟିଛି। ଗତବର୍ଷଠାରୁ ଏକ ହାତୀ ମୃତ୍ୟୁ ଘଟଣାରେ ତତ୍କାଳୀନ ଆଠଗଡ଼ ରେଞ୍ଜ ଅଫିସର ଆୟେଶା ଅଖତାରୀ ବେଗମ ନିଲମ୍ବନରେ ଅଛନ୍ତି। ଏବେ ନରସିଂହପୁର ୱେଷ୍ଟ ରେଞ୍ଜର ମଧ୍ୟ ନିଲମ୍ବନ ହେଲେ। ହାତୀ ମୃତ୍ୟୁ ସମୟରେ ଯିଏ ଡିଏଫ୍‌ଓ ଥିବେ ସେ ମଧ୍ୟ ସ୍ବତଃ ସନ୍ଦେହ ଘେରକୁ ଆସିବା ସ୍ବାଭାବିକ। ଆଠଗଡ଼ ଡିଭିଜନର ଉଭୟ ନିଲମ୍ବିତ ରେଞ୍ଜର ଏବଂ ତତ୍କାଳୀନ ଡିଏଫ୍‌ଓଙ୍କର ଲାଇ ଡିଟେକସନ ଟେଷ୍ଟ କରାଗଲେ ଅନେକ କଥା ବାହାରକୁ ଆସିବ। କାରଣ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ହିଁ ବାରାସିଂଘା ବିଟ୍‌ ଯାଇ ସେଠାରେ ହାତୀ କଙ୍କାଳ ଖୋଳି ବାହାର କରିଥିଲା। ଅର୍ଥାତ ହାତୀ କେମିତି ମଲା, କିପରି ଏବଂ କେଉଁମାନେ ତାକୁ ଜଙ୍ଗଲରେ ପୋତିଲେ ସେହି ଗୋଇନ୍ଦା ସୂଚନା ନିଶ୍ଚୟ ଏସ୍‌ଟିଏଫ୍‌ ଆଗରୁ ସଂଗ୍ରହ କରିଥିଲା। ହେଲେ ଏସ୍‌ଟିଏଫ ସମସ୍ତ ପ୍ରମାଣ ପାଇବା ପରେ ଅପରାଧୀମାନଙ୍କୁ ଗିରଫ ନ କରି ଚୁପ ବସିବା ଘଟଣାକୁ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri