ନରସିଂହପୁର ତତ୍କାଳୀନ ରେଞ୍ଜର ନିଲମ୍ବିତ

ଭୁବନେଶ୍ୱର, ୯।୩(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଛି। ଦୀର୍ଘ ମାସେ ପରେ ଏହି କାର୍ଯ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ ସୃଷ୍ଟି କରିଛି। ନିଲମ୍ବନ ଚିଠିରେ କୌଣସି କାରଣ ଦର୍ଶାଯାଇନାହିଁ। ଏଥିରୁ ବନ ବିଭାଗର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଉକ୍ତ ଘଟଣାର ସପ୍ତାହକ ପରେ ବନ ବିଭାଗ ଜଣେ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବନ କରିଥିଲା। ହେଲେ ସବୁ ପ୍ରମାଣ ପାଇ ମଧ୍ୟ ରେଞ୍ଜରଙ୍କୁ ଏତେ ଦିନ ପର୍ଯ୍ୟନ୍ତ ସମୟ କ’ଣ ପାଇଁ ଦିଆଗଲା ସେନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ସନ୍ଦେହ ବଢୁଛି।
ସବୁଠୁ ବଡ଼ କଥା ହେଲା, ହାତୀ କଙ୍କାଳ ଖୋଳାଯାଇ ବାହାର କରାଯିବା ଓ ଦାନ୍ତ ଜବତ ହେବା ପରେ ମଧ୍ୟ କାହାକୁ ଏଯାଏ ଗିରଫ କରାଯାଇନାହିଁ। ଯେଉଁ ସାକ୍ଷ୍ୟ ପ୍ରମାଣ ବଳରେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ରେଞ୍ଜରଙ୍କ ସମ୍ପୃକ୍ତି ବିଷୟରେ ଅବଗତ ହୋଇ ବନ ବିଭାଗ ସେମାନଙ୍କୁ ନିଲମ୍ବନ କଲା, ସେ ସବୁ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ଗିରଫଦାରୀ ପାଇଁ ମଧ୍ୟ ଯଥେଷ୍ଟ। ତଥାପି ସେମାନଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କାହିଁକି ଗିରଫ କରୁନାହିଁ ତାହା ଏବେ ସନ୍ଦେହ ଘେରରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ କହିବାନୁସାରେ, ହାତୀ ମୃତ୍ୟକୁ ଲୁଚାଇବା ଘଟଣାରେ ବନ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ଅନ୍ୟ ଏକ ସ୍ପର୍ଶକାତର ବିଷୟ ହେଉଛି ଆଠଗଡ଼ ଡିଭିଜନରେ ସନ୍ଦେହଜନକ ଭାବେ ଦୁଇଟି ହାତୀ ମୃତ୍ୟୁ ଘଟଣା ଘଟିଛି। ଗତବର୍ଷଠାରୁ ଏକ ହାତୀ ମୃତ୍ୟୁ ଘଟଣାରେ ତତ୍କାଳୀନ ଆଠଗଡ଼ ରେଞ୍ଜ ଅଫିସର ଆୟେଶା ଅଖତାରୀ ବେଗମ ନିଲମ୍ବନରେ ଅଛନ୍ତି। ଏବେ ନରସିଂହପୁର ୱେଷ୍ଟ ରେଞ୍ଜର ମଧ୍ୟ ନିଲମ୍ବନ ହେଲେ। ହାତୀ ମୃତ୍ୟୁ ସମୟରେ ଯିଏ ଡିଏଫ୍‌ଓ ଥିବେ ସେ ମଧ୍ୟ ସ୍ବତଃ ସନ୍ଦେହ ଘେରକୁ ଆସିବା ସ୍ବାଭାବିକ। ଆଠଗଡ଼ ଡିଭିଜନର ଉଭୟ ନିଲମ୍ବିତ ରେଞ୍ଜର ଏବଂ ତତ୍କାଳୀନ ଡିଏଫ୍‌ଓଙ୍କର ଲାଇ ଡିଟେକସନ ଟେଷ୍ଟ କରାଗଲେ ଅନେକ କଥା ବାହାରକୁ ଆସିବ। କାରଣ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ହିଁ ବାରାସିଂଘା ବିଟ୍‌ ଯାଇ ସେଠାରେ ହାତୀ କଙ୍କାଳ ଖୋଳି ବାହାର କରିଥିଲା। ଅର୍ଥାତ ହାତୀ କେମିତି ମଲା, କିପରି ଏବଂ କେଉଁମାନେ ତାକୁ ଜଙ୍ଗଲରେ ପୋତିଲେ ସେହି ଗୋଇନ୍ଦା ସୂଚନା ନିଶ୍ଚୟ ଏସ୍‌ଟିଏଫ୍‌ ଆଗରୁ ସଂଗ୍ରହ କରିଥିଲା। ହେଲେ ଏସ୍‌ଟିଏଫ ସମସ୍ତ ପ୍ରମାଣ ପାଇବା ପରେ ଅପରାଧୀମାନଙ୍କୁ ଗିରଫ ନ କରି ଚୁପ ବସିବା ଘଟଣାକୁ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri