ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ନଡ଼ିଆ କତା ଶିଳ୍ପ

କଟକ ଅଫିସ,୮ା୩:ବର୍ତ୍ତମାନ ସମୟରେ ନାରୀମାନେ ପୁରୁଷଙ୍କ ଭଳି ପ୍ରତି କ୍ଷେତ୍ରରେ କାର୍ଯ୍ୟ କରି ନିଜର ନୂତନ ପରିଚୟ ସୃଷ୍ଟି କରିବା ସହ ସମାଜରେ ଏକ ସ୍ବତନ୍ତ୍ର ଜାଗା କରିସାରିଲେଣି। ଆଗଭଳି ନାରୀ ଆଉ ଅବଳା ନ ହୋଇ ନିଜ ପାଇଁ ନୂଆ ପଥ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କଟକ ସହରର ଏଭଳି ଏକ ମହିଳା ଗୋଷ୍ଠୀ ଅଛନ୍ତି, ଯାହାକି ନିଜେ କାର୍ଯ୍ୟ କରିବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ନିଯୁକ୍ତ ଦେଇଛନ୍ତି। ଗୋଟିଏ ଛାତ ତଳେ ଏକଜୁଟ ହୋଇ ନଡ଼ିଆ କତାରୁ ପ୍ରସ୍ତୁତ କରୁଛନ୍ତି ପାପଛ, ରଶି ଭଳି ଭିନ୍ନ ଭିନ୍ନ ସାମଗ୍ରୀ। ଯାହାକୁ ବିକ୍ରି କରି ସ୍ବାବଲମ୍ବୀ ହୋଇପାରିଛନ୍ତି ମା’ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ। ଏଥିସହ ପ୍ରାୟ ୭୦୦ରୁ ୮୦୦ ମହିଳାଙ୍କୁ ଏନେଇ ପ୍ରଶିକ୍ଷଣ ଦେଇ ରେଜଗାର ମାଧ୍ୟମ ପାଲଟିଛନ୍ତି। ଏହାବ୍ୟତୀତ ବର୍ତ୍ତମାନ ପ୍ରାୟ ୮୦ ମହିଳା ବିଭିନ୍ନ ସ୍ଥାନରୁ ଏହି ଗୋଷ୍ଠୀ ସହ ଯୋଡ଼ି ହୋଇଛନ୍ତି।
୨୦୦୫ ମସିହାରେ କବିତା ସାହୁ ଏବଂ ତାଙ୍କର ୧୨ଜଣ ସହଯୋଗୀ ମିଶି ନିଜସ୍ବ ଉଦ୍ୟମରେ ଆରମ୍ଭ କରିଥିଲେ ନଡ଼ିଆ କତା ଶିଳ୍ପ। ପରେ ଚାହିଦା ବଢିବାପରେ ଏହାର ନାମ ମା’ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀ ରଖାଗଲା। ୨ଟି ମେଶିନ ଏକ କୁଇଣ୍ଟାଲ କତା ଏବଂ ଟଙ୍କା ୨୦ ହଜାରରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ କୋଟିଏ ଟଙ୍କାର ବ୍ୟବସାୟରେ ପହଞ୍ଚିଗଲାଣି। ବର୍ତ୍ତମାନ ଏହି ଗୋଷ୍ଠୀ କଟକ ଖପୁରିଆରେ ଇଡ୍‌କୋ ଜମିରେ ଆଶ୍ରୟ ନେଇ ଏହି ବ୍ୟବସାୟ ଚଳାଇଛନ୍ତି। ପୂର୍ବରୁ ମହିଳାମାନେ ହାତ ଚରଖାରେ ପ୍ରସ୍ତୁତ କରୁଥିଲେ କତା ଦଉଡି। ପରେ କତା ତିଆରି ସାମଗ୍ରୀର ଚହିଦା ବଢିବାରୁ ଗୋଷ୍ଠୀ ପକ୍ଷରୁ ଓରମାସରୁ ସାହାଯ୍ୟ ନେଇ ଅତ୍ୟାଧୁନିକ ମେଶିନ ଆଣି କତା ଦଉଡି ପ୍ରସ୍ତୁତ କରିଥିଲେ। ଦଉଡି ବ୍ୟତିତ ଏଠାରେ ମ୍ୟାଟ, ହାତୀ, ଘୋଡା, କଇଁଛ, ଚଢେଇ ବସା, ଫୁଲକୁଣ୍ଡ ଆଦି ଘର ସଜା ଜିନିଷ ପ୍ରସ୍‌ୁତ ହୋଇଥାଏ। ବିଭିନ୍ନ ମେଳାରେ ଏହି ଗୋଷ୍ଠୀର ବେଶ ନଁଁ ରହିଛି। ଏଥିପାଇଁ ଅନେକ ସ୍ଥାନରୁ ଏହି ଗୋଷ୍ଠୀ ପୁରସ୍କୃତ ମଧ୍ୟ ହୋଇଛି।
ନଡ଼ିଆ କତାରୁ ପ୍ରସ୍ତୁତ, କୟାର କ୍ରାଫ୍ଟ ଏକ ବଡ଼ ଦୀର୍ଘ ମିଆଦି ପ୍ରକ୍ରିୟା ହୋଇଥାଏ । ଏହି ଗୋଷ୍ଠି ପିପିଲିରୁ କତା ଆଣି ସେଥିରୁ ମେଶିନରେ ତନ୍ତୁଗୁଡିକ ପୃଥକ କରିଥାଏ। ଏହାପରେ କତାକୁ ଶୁଖିବା ପାଇଁ ରଖାଯାଇ ସ୍ବଦେଶୀ ମେଶିନଗୁଡିକରେ ଦଉଡି ବୁଣାଯାଏ । ଦଉଡିକୁ ରଙ୍ଗ ଦିଆଯାଏ ଏବଂ ସୂକ୍ଷ୍ମ ଭାବରେ ଚାହିଦା ପୂରଣ କରିବା ପାଇଁ ବୁଣାଯାଇଥାଏ। ଏହାବ୍ୟତିତ କତା ଗଣ୍ଡରେ ଅଠା ମିଶାଇ ବଭନ୍ନ ଆକୃତିର ହାତୀ, ଘୋଡା ଆଦି ବୁଣାଯାଏ। ଏହି ଗୋଷ୍ଠୀ ପ୍ରସ୍ତୁତ କରୁଥିବା ଜିନିଷ ରାଜ୍ୟ ତଥା ରାଜ୍ୟ ବାହାରୁ ବମ୍ବେ, ଦିଲ୍ଲୀ, କେରଳ ଆଦି ପଠାଇଥାନ୍ତି। ବ୍ୟବସାୟୀମାନେ ନିଜେ ତାଙ୍କ ପାଖକୁ ଆସି ଜିନିଷ କିଣିବା ସହ ସିଧାସଳଖ କାରବାର କରୁଛନ୍ତିି। ଏଥିସହିତ ବର୍ଷସାରା ରାଜ୍ୟରେ ଯେଉଁ ସବୁ ମେଳା ମହୋତ୍ସବ ଆୟୋଜନ ହୋଇଥାଏ ସେଠାରେ ମଧ୍ୟ ସେ ଷ୍ଟଲ ପକାଇ ତାଙ୍କ ଦ୍ୱାରା ନିର୍ମିତ ହେଉଥିବା ସାମଗ୍ରୀ ବିକ୍ରି କରନ୍ତି। ୧୦ ଟଙ୍କାରୁ ଆରମ୍ଭ କରି ୧୪ ଶହ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀଗୁଡିକର ମୂଲ୍ୟ ରହିଛି ।

ବହୁ ସଂଘର୍ଷ କରି ଏହି କାର୍ଯ୍ୟ ଆରମ୍ଭ କରିଥିଲୁ। ଏଥିପାଇଁ ଓରମାସ ତରଫରୁ ଅଳ୍ପ କିଛି ସହାୟତା ମିଳୁଥିଲେ ମଧ୍ୟ ଯଦି ଆଗକୁ ଓଡ଼ିଶା ସରକାର ଆଉ କିଛି ସହାୟତା ଯୋଗାଇଦେବେ ତେବେ ମହିଳାମାନେ ଆହୁରି ଆତ୍ମନିର୍ଭରଶୀଳ ହୋଇପାରିବେ। ତେବେ ଏହି ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନେଇଯିବାର ଲକ୍ଷ୍ୟ ରହିଛି।
କବିତା ସାହୁ, ଗୋଷ୍ଠୀ ମୁଖ୍ୟ

୨୦୦୫ରେ କବିତା ଦିଦିଙ୍କ ସହ ମିଶି ଏହି କାର୍ଯ୍ୟ ଆରମ୍ଭ କରିଥିଲୁ। ପ୍ରାରମ୍ଭିକ ସ୍ତରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ହେଲେ ସଂଘର୍ଷ କରି ଏବେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ ା ନଡିଆ କତା ଶିଳ୍ପ ଦ୍ୱାରା ମୋ ଘର ଚଳୁଛି କହିଲେ ଅତୃପ୍ତି ହେବ ନାହିଁ।
ସୁଜାତା ସାହୁ, ସଭାପତି

୧୭ବର୍ଷ ହେବ ମୁଁ ଏହି କାର୍ଯ୍ୟରେ ନିୟୋଜିତ ଅଛି। ଘରର ଆର୍ଥିକ ସ୍ଥିତିକୁ ଦେଖି ରୋଜଗାର ପାଇଁ ପଦାକୁ ଗୋଡ଼ କାଢିଥିଲି । ଏଥିପାଇଁ ଅନେକ ଟାହି ଟାପରା ସହିଥିଲି। ଶେଷରେ ମୋ ଲକ୍ଷ୍ୟକୁ ପୂରଣ କରିପାରିଛି। ଯାହାଦ୍ୱାର ମୋ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଛି ।
ସୁକାନ୍ତି ବେହେରା, ସଦସ୍ୟା

ସ୍ବାମୀଙ୍କ ଦେହ ଅସୁସ୍ଥ ସମୟରେ ଘରେ ଆର୍ଥତ୍କ ପରିସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ସେହି ସମୟରେ ମୁଁ ଆସି କବିତା ଦିଦିଙ୍କ ସହ ଯୋଡି ହେଲି। ଏହାପରେ ପ୍ରଶିକ୍ଷିତ ହୋଇ କତାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ଆରମ୍ଭ କରିଦେଲି। ଏହାଦ୍ୱାରା ଘରର ଆର୍ଥତ୍କ ପରିସ୍ଥିତିରେ ସାମନ୍ୟ ସୁଧାର ଆସିବାରେ ଲାଗିଲା ଏବଂ ମୋର ଏହି କାର୍ଯ୍ୟପ୍ରତି ଆଗ୍ରହ ମଧ୍ୟ ବଢିବାରେ ଲାଗିଲା।
ସଂଯୁକ୍ତା ସାହୁ, ସଦସ୍ୟା

ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri