କଟକ

ବର୍ଷାଙ୍କୁ ଟଙ୍କା ଦେଲେ ଅନୁଭବ

କଟକ ଅଫିସ, ୩।୬: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଶୁକ୍ରବାର ଟଙ୍କା ପଠାଇଛନ୍ତି। କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ସ୍ତ୍ରୀ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି ।…

ବିଧାୟକଙ୍କ କ୍ବାର୍ଟର୍ସ ନିର୍ମାଣ ପ୍ରସଙ୍ଗ: ସତ୍ୟପାଠରେ ତଥ୍ୟ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୩ା୬: ଉଚ୍ଚ ନ୍ୟାୟାଳୟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ଦ୍ୱାରା କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଜଷ୍ଟିସ ସଙ୍ଗମ କୁମାର ରାଉତ ଓ ଜଷ୍ଟିସ ବି.ପି. ଶତପଥିଙ୍କ ଖଣ୍ଡପୀଠରେ ହୋଇଥିଲା। ବିଧାୟକଙ୍କ ଲାଗି ଆପାର୍ଟମେଣ୍ଟ ନିର୍ମାଣ, ଏଥିନିମନ୍ତେ ହେଉଥିବା ଗଛକଟା…

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !

କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ…

ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ ଅଫିସ,୨।୬: ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି। ଏଯାବତ ୩ଶହରୁ ଊର୍ଦ୍ଧ୍ୱ ଗଛ କଟାଯାଇଥିବା ବେଳେ ୮୦୦ ଗଛ କଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିକାଶ ନାମରେ ବର୍ଷ…

ନରସିଂହପୁର ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ

ନରସିଂହପୁର,୨ା୬ (ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୨ ଅସୁସ୍ଥ ହାତୀଙ୍କର ଚିକିତ୍ସା ଏବେ ଡାକ୍ତରୀ ଟିମ୍‌ ଦ୍ୱାରା…

ହାଇକୋର୍ଟରେ ଗଛ କଟା ବିବାଦ

କଟକ ଅଫିସ, ୨ା୬: ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଗଛ କାଟିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଗଛ କାଟିବା ତୁରନ୍ତ ବନ୍ଦ କରିବା ସହ କଟାଯାଇଥିବା ଗଛ ବାବଦରେ କ୍ଷତିପୂରଣ ଦେବାକୁ ସାମାଜିକ କର୍ମୀ…

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ହେଲା ମାମଲା

କଟକ ଅଫିସ,୧।୬: ଆସନ୍ତା ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା…

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ, ହତ୍ୟା ସନ୍ଦେହ

ଚୌଦାର,୧ା୬(ଡି.ଏନ୍‌.ଏ): ୫୫ନଂ. ଜାତୀୟ ରାଜପଥ ଚୌଦାର ନୁନଟିକିରି ଛକ ନିକଟରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚୌଦାର ପୋଲିସ ଜବତ କରିଛି। ମୃତକ ହେଲେ ଚୌଦାର ଓଟିଏମ୍‌ କଲୋନୀର ଲୋକନାଥ ବିଶ୍ୱାଳ। ଲୋକନାଥ ପେସାରେ ଜଣେ ଅଟୋ ଡ୍ରାଇଭର। ମଙ୍ଗଳବାର…

ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡ

କଟକ ଅଫିସ୍‌,୧।୬: ଜଣେ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଏବଂ ପରେ ଅପହରଣ କରି ଗର୍ଭପାତ ପାଇଁ ଉଦ୍ୟମ କରିବା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ମଙ୍ଗଳବାର ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ପୀଡ଼ିତା ଏବଂ…

ଗରିବଙ୍କ କଲ୍ୟାଣ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର

ମାହାଙ୍ଗା,୧ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଳକ ଅନ୍ତର୍ଗତ ବରାହିପୁରଠାରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ଗରିବ ଲୋକଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ…

ଟି-୨୦ ଲାଗି ଜୁନ୍‌ ୧ରେ ଅନ୍‌ଲାଇନ ଟିକେଟ୍‌ ବୁକିଂ

କଟକ ଅଫିସ,୩୦।୫: ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍‌ ୧ରେ ଅନ୍‌ଲାଇନରେ ଟିକେଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ବୁକିଂ ପେଟିଏମ୍‌ ଇନ୍‌ସାଇଡର ଆପ୍‌ ଏବଂ ପେଟିଏମ୍‌ ଆପ୍‌ ଦ୍ୱାରା ହିଁ…

ରେଭେନ୍‌ଶାରେ ମୃତ୍ତିକାବିହୀନ ଫୁଲଚାଷ

କଟକ ଅଫିସ,୩୦ା୫: ଜନସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲୋକମାନେ ରହିବା ପାଇଁ ବାସୋପଯୋଗୀ ଜମି ବ୍ୟତୀତ ଚାଷଜମିରେ ଘର କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଚାଷ ପାଇଁ ଜମିର ଅଭାବ ଦେଖାଦେଲାଣି। କମ୍‌ ଜାଗାରେ କିଭଳି ଅଧିକ ଉତ୍ପାଦନ କରାଯାଇପାରିବ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?