କଟକ

ବନ କର୍ମଚାରୀଙ୍କୁ ଆକ୍ରମଣ: ୨ ମହିଳା କର୍ମଚାରୀ, ପାରାଷ୍ଟାଫ୍‌ ଆହତ

ଖୁଣ୍ଟୁଣି,୨୧।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଚୋରା କାଠ, କୋଇଲା ଧରିବାକୁ ଯାଇ ବନ କର୍ମଚାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏ ନେଇ ବନାଞ୍ଚଳ ଅଧିକାରୀ ସୋମବାର ମଧ୍ୟାହ୍ନରେ ଥାନାରେ ଏତଲା ଦେବା ପରେ ପୋଲିସ…

ଗବେଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ଗଙ୍ଗାଧର ବଳ ସ୍ମୃତି ସମ୍ମାନ

କଟକ ଅଫିସ, ୨୦ା୧୦: କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶନିବାର ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ…

୪ ଓପିଏସ୍‌ ଅଧିକାରୀଙ୍କ ବଦଳି

କଟକ ଅଫିସ, ୨୦ା୧୦- ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ ଓଡ଼ିଶା ପୋଲିସର ୪ଜଣ ଓଡ଼ିଶା ପୋଲିସ ସର୍ଭିସ(ଓପିଏସ୍‌) ସ୍ତରର ଅଧିକାରୀଙ୍କ ବଦଳି କରାଯାଇଛି। ଡିଜିପି ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏ ନେଇ ଶନିବାର ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ…

ବେଆଇନ ବାଣ କାରଖାନାରେ ଚଢ଼ାଉ : ୧୨ ଗିରଫ

କଟକ ଅଫିସ, ୧୯ା୧୦: ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଓ ତ୍ରିଲୋଚନପୁର ଗଁାରେ ଥିବା ୮ଟି ବେଆଇନ ବାଣ କାରଖାନା ଉପରେ ଶନିବାର ଭୋରରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ସେଠାରୁ ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ…

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ବାରଙ୍ଗ, ୧୯।୧୦(ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ବିବାହିତ ମହିଳା ଶୁକ୍ରବାର ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ସନାତନ ଜେନାଙ୍କ ଝିଅ କଲ୍ୟାଣୀ। ପ୍ରକାଶ ଯେ, କଲ୍ୟାଣୀ…

ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନର ବୈଠକ ଅନୁଷ୍ଠିତ…

ଫେରନ୍ତା ବର୍ଷା ବୁଡ଼ାଇଲା

କଟକ ଅଫିସ,୧୮ା୧୦ : ବିଳମ୍ବରେ ଫେରିଛି ମୌସୁମୀ। ଫେରିବା ବାଟରେ ଜୋରରେ ବର୍ଷୁଛି। ସପ୍ତାହେ ହେବ କଟକ ସହରରେ ପ୍ରତିଦିନ ଅପରାହ୍ନରେ ବର୍ଷା ହେଉଛି। ଗୁରୁବାର ପ୍ରାୟ ୧ ଘଣ୍ଟା ଧରି ମୁଷଳ ଧାରାରେ ବର୍ଷା ହେବାରୁ ବାଦାମବାଡ଼ି, ଲିଙ୍କ୍‌ରୋଡ଼, ରେଭେନ୍‌ଶା…

ବାଲିଯାତ୍ରାରେ ହେବ ପଥ ଉତ୍ସବ : ବୋଟିଂର ମଜା ନେବେ ଲୋକେ

କଟକ ଅଫିସ, ୧୮ା୧୦: ଚଳିତବର୍ଷ କଟକ ବାଲିଯାତ୍ରାକୁ ଭିନ୍ନ ଢଙ୍ଗରେ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏଠାରେ ଲୋକଙ୍କୁ ଯେଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଗୁରୁବାର ବାଲିଯାତ୍ରା ପଡ଼ିଆ ବୁଲି ତଦାରଖ…

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ୨୧ପର୍ଯ୍ୟନ୍ତ ବୃଦ୍ଧି

କଟକ ଅଫିସ, ୧୭।୧୦: ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣ ଖଣ୍ଡପୀଠ ମଙ୍ଗଳବାର ନିଜଆଡ଼ୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ପକ୍ଷରୁ ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସହ ରାଜ୍ୟର ୬୮ଟି ବାର୍‌ ଆସୋସିଏଶନକୁ ନୋଟିସ୍‌ ଜାରି…

ସରିଲା ଚୌଦ୍ୱାର ରୂପଯାତ୍ରା, ଭସାଣି

ଚୌଦ୍ୱାର,୧୭।୧୦(ଡି.ଏନ୍‌.ଏ.): ଚୌଦ୍ୱାର ରୂପଯାତ୍ରା ଓ ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମେଲଣ ପଡ଼ିଆରେ ମଙ୍ଗଳବାର ରାତିରେ ମେଲଣ କରିଥିବା ୪୦ଟି ମେଢ଼ ବୁଧବାର ସକାଳୁ ଭସାଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରୁ ମେଢ଼ଗୁଡ଼ିକ ପୂଜା…

ସ୍ତ୍ରୀ, ପୁଅକୁ ଛାଡ଼ି କାଠଯୋଡ଼ିକୁ ଡେଇଁବା ଘଟଣା: ସପ୍ତାହେ ପରେ ମିଳିଲା ଦେବବ୍ରତଙ୍କ ମୃତଦେହ

କଟକ ଅଫିସ/କଣ୍ଟାପଡ଼ା,୧୬।୧୦(ଡି.ଏନ୍‌.ଏ.): ସପ୍ତାହେ ପରେ କାଠଯୋଡ଼ିକୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୯ ତାରିଖରେ ସ୍ତ୍ରୀଙ୍କ ସହ ଝଗଡ଼ା ଲାଗିବାରୁ ସେ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ। ଗୋବିନ୍ଦପୁର ଥାନା ଦେବୀ ନଦୀର ରାହାମ୍ବା…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ ସମ୍ମୁଖରେ ଧାରଣା

କଣ୍ଟାପଡ଼ା, ୧୬।୧୦(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୋହଳ ଗ୍ରାମର ଜଣେ ମହିଳାଙ୍କର ଅସ୍ତ୍ରୋପଚାର ବେଳେ ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ଜାତୀୟ ଦଳିତ ଆଦିବାସୀ ମାଇନରିଟି ସଂଘ ପକ୍ଷରୁ ଉକ୍ତ ନର୍ସିଂହୋମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?