ଡମ୍ପିଂ ୟାର୍ଡ ଗାଡ଼ି ଧକ୍କାରେ ଜଣେ ମୃତ: ଚାପା ଉତ୍ତେଜନା
ବାରଙ୍ଗ,୩୦।୧୦(ଡି.ଏନ୍ଏ.): ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗଠାରେ ଥିବା ଭୂଆସୁଣୀ ଡମ୍ପିଂ ୟାର୍ଡ ପାଖରେ ବିଏମ୍ସି ଅଳିଆ ଗାଡି ଧକ୍କାରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ହେଲେ ରାମ ଘାଗରାଇ। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖଦେଇଛି। ଖବରପାଇ ଘଟଣାସ୍ଥଳରେ…
ଗୋଚର ଜମି ଜବରଦଖଲ, ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ନିଶ୍ଚିନ୍ତକୋଇଲି,୨୯ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତରେ ଗୋଚର ଜମିକୁ ଜବରଦଖଲ କରାଯାଇଛି। ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ଓରତି ପଞ୍ଚାୟତର ୩ଟି ରାଜସ୍ବ ଗ୍ରାମର ଗ୍ରାମବାସୀ…
କ୍ୟୁଆର୍ କୋଡ୍ ନ ଥିଲେ ଖାଦ୍ୟ ସାମଗ୍ରୀ ବିକ୍ରି ମନା
କଟକ ଅଫିସ, ୨୯ା୧୦: ବିଭିନ୍ନ ପ୍ଲାଷ୍ଟିକ, ଟିଣ ଓ ମାଟିରେ ମିଶୁ ନ ଥିବା ଖାଦ୍ୟ ସାମଗ୍ରୀ ପ୍ୟାକିଂରେ କ୍ୟୁଆର୍ କୋର୍ଡ ଲାଗିବ। ଜନସାଧାରଣ ଉକ୍ତ ସାମଗ୍ରୀକୁ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ୫ ଟଙ୍କା ଦେଇ କିଣିବେ। ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ…
ଓସିଏ ସଭାପତି ଦାୟିତ୍ୱ ନେଲେ ପ୍ରଣବ
କଟକ ଅଫିସ,୨୯ା୧୦: ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନୂଆ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓସିଏର ୧୧ତମ ସଭାପତି ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେହିପରି ସଞ୍ଜୟ…
ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ୍ ନୋଟିସ୍
କଟକ ଅଫିସ,୨୮ା୧୦: ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ୍ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ଆଇନଜୀବୀ ସନ୍ଦୀପନ ମିଶ୍ର। କାହିଁକି ପ୍ରତାପଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେ ନେଇ ଉତ୍ତର ରଖିବାକୁ ନୋଟିସ୍ରେ କୁହାଯାଇଛି। ୭ ଦିନ ମଧ୍ୟରେ…
ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ନଭେମ୍ବର ୨ ସୁଦ୍ଧା ଫେରାଇବେ ଶାଶୁଘର ଚାବି
କଟକ ଅଫିସ,୨୮ା୧୦: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନଭେମ୍ବର ୨ ସୁଦ୍ଧା ଶାଶୁଘର ଚାବି ଫେରସ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍ଡିଜେଏମ୍…
ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
କଟକ ଅଫିସ,୨୮ା୧୦:ଓଡ଼ିଶା ରୁରାଲ ହାଉସିଂ ଡେଭ୍ଲପମେଣ୍ଟ କର୍ପୋରେଶନ (ଓଆର୍ଏଚ୍ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଆଇଏଏସ୍ ବିନୋଦ କୁମାରଙ୍କୁ ଗୁରୁବାର ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରଦାନ କରିଥିବା ଦଣ୍ଡାଦେଶ ବିରୋଧରେ ବିନୋଦ କୁମାରଙ୍କ ପକ୍ଷରୁ…
ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍ ଆବେଦନର ହେବନି ଶୁଣାଣି
କଟକ ଅଫିସ,୨୭।୧୦: ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି ଉପରେ ରୋକ ଲଗାଇଛନ୍ତି କୋର୍ଟ। ତାଙ୍କୁ ପୋଲିସ ଗିରଫ କରିସାରିଥିବାରୁ ଆବେଦନର ଶୁଣାଣି ହେବ…
ଓଆରଏଚଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ
କଟକ ଅଫିସ,୨୭।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍ଅଧିକାରୀ ବିନୋଦ କୁମାରଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମ ମାମଲାରେ ଭିଜିଲାନ୍ସ କୋର୍ଟ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ…
ସହକାରୀ ନିବନ୍ଧକଙ୍କୁ ଆକ୍ରମଣ: ସମିତି ସଭାପତି, ସମ୍ପାଦକ ଗିରଫ
ଆଠଗଡ, ୨୭ା୧୦(ସ୍ବ.ପ୍ର): ଆଠଗଡସ୍ଥିତ ସହକାରୀ ନିବନ୍ଧକ, ସମବାୟ ସମିତି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହେବା ସହିତ ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଡ଼ମ୍ବା ବ୍ଲକ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ ଓରଫ…
ନକଲି ମେଡିସିନ କାରବାର ମାମଲା: ଆଉ ୨ ଗିରଫ, ୮୦୦୦ ନକଲି ବଟିକା ଜବତ
କଟକ ଅଫିସ,୨୭ା୧୦: ନକଲି ମେଡିସିନ କାରବାର ମାମଲାରେ କଟକ ପୁରୀଘାଟ ଥାନା ପୋଲିସ ପୁଣି ୨ ଜଣଙ୍କୁ ବୁଧବାର ଗିରଫ କରିଛି। ସେମାନେ ହେଲେ କ୍ୟାଲ ଏଜେନ୍ସିର ଶିବ କୁମାର କ୍ୟାଲ ଓ ମହାବୀର ପ୍ରସାଦ ରାଧେଶ୍ୟାମ ଏଜେନ୍ସିର ମହେନ୍ଦ୍ର କୁମାର…
ଆସନ୍ତାକାଲିଠାରୁ ନବମ ସମ୍ମେଟିଭ୍-୧ ପରୀକ୍ଷା
କଟକ ଅଫିସ,୨୬ା୧୦- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମ୍ମେଟିଭ ଆସେସ୍ମେଣ୍ଟ(ଏସ୍ଏ)-୧ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୫ ଲକ୍ଷ ୭୪ ହଜାର ୭୦୨ ଜଣ ପରୀକ୍ଷାର୍ଥୀ…

