ଡଙ୍ଗା ତିଆରି କରିବାକୁ ଆସି ହଟହଟା

କଟକ ଅଫିସ, ୧୬ା୧୧: ଚଳିତବର୍ଷ ବାଲିଯାତ୍ରା ଅବସରରେ ଗିନିଜ୍‌ ଓ୍ବାଲ୍ଡ ରେକଡର୍‌ସରେ ସ୍ଥାନ ପାଇବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବାରବାଟି ଷ୍ଟାଡିୟମରେ ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ୨୨ଟି ସ୍କୁଲର ଛାତ୍ରୀଛାତ୍ରମାନେ ସାମିଲ ହୋଇ ଡଙ୍ଗା ପ୍ରସ୍ତୁତିରେ ଲାଗି ପଡିଥିଲେ। ହେଲେ ଏଠାରେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ନିୟନ୍ତ୍ରଣ କରିବାକୁ ସିଏମ୍‌ସି ପାଇଁ ଅସମ୍ଭବ ହୋଇଥିଲା। ସକାଳ ୬ରୁ ବିଭିନ୍ନ ସ୍କୁଲରୁ ପିଲାଙ୍କୁ ଷ୍ଟାଡିୟମ ଅଣାଯାଇଥିଲା। ସେଠାରେ ଟେଣ୍ଟ ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଦୀର୍ଘ ସମୟ ଧରି ପିଲାମାନେ ଖରାରେ ବସିବା କାରଣରୁ କେତେଜଣ ବେହୋସ ହୋଇପଡିଥିଲେ। ଏପରି କି ଜଣେ ଛାତ୍ର ଆଉ ଜଣଙ୍କୁ ବୋଡ଼ ଫୋପାଡିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏ ସମ୍ପର୍କରେ ଜଣେ ଶିକ୍ଷୟିତ୍ରୀ ପରିଚୟ ଗୋପନ ରଖି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ ସୁଦ୍ଧା ସୁବ୍ୟବସ୍ଥା କରାଯାଇ ନ ଥିଲା। ସକାଳ ୬ରୁ ପିଲା ଆସିଥିଲେ। ଟିଫିନ ଓ ଜୁସ୍‌ ଦେଇ ଦୁଇ ପ୍ରହର ପର୍ଯ୍ୟନ୍ତ ପିଲାଙ୍କୁ ଖରାରେ ବସାଇବା ଜମା ଠିକ୍‌ ନୁହେଁ। ଅପରପକ୍ଷେ ଛାତ୍ର ଲବ ଗୋଇଙ୍କା କହିଛନ୍ତି, ପ୍ରଥମଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ବହୁତ ଖୁସି ଲାଗୁଚି। ମୁଁ ୧୩ଟା ଡଙ୍ଗା ତିଆରି କରିଛି। ସେହିପରି ଅନ୍ୟଜଣେ ଛାତ୍ର ରୋନକ ଶର୍ମା କହିଛନ୍ତି, ମୁଁ ୧୫ଟା ଡଙ୍ଗା ତିଆରି କରିଛି। ସକାଳୁ ଆସି ଏଠାରେ ଥିଲୁ। ଖରାରେ ବସି ଡଙ୍ଗା ତିଆରି କରିଲୁ। ହେଲେ ଏହା ଗିନିଜ୍‌ ଓ୍ବାଲ୍ଡ ରେକଡର୍‌ସରେ ସ୍ଥାନ ପାଇବା ପରେ ସବୁ କ୍ଲାନ୍ତି ଦୂର ହୋଇଗଲା।
କର୍ପୋରେଟର ଅସନ୍ତୁଷ୍ଟ
କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେଲେ ଏଥିରେ କର୍ପୋରେଟରମାନଙ୍କୁ ସାମିଲ କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗିନିଜ୍‌ ଓ୍ବାଲ୍ଡ ରେକଡର୍‌ସ ପାଇଁ ସିଏମ୍‌ସି ପକ୍ଷରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଡଙ୍ଗା ପ୍ରସ୍ତୁତି କର୍ପୋରେଟରମାନଙ୍କୁ ପୂର୍ବରୁ ତାଲିମ ଦିଆଯାଇଥିଲା। ହେଲେ ବିଡମ୍ବନାର ବିଷୟ ଉକ୍ତ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଗଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri