ଡଙ୍ଗା ତିଆରି କରିବାକୁ ଆସି ହଟହଟା

କଟକ ଅଫିସ, ୧୬ା୧୧: ଚଳିତବର୍ଷ ବାଲିଯାତ୍ରା ଅବସରରେ ଗିନିଜ୍‌ ଓ୍ବାଲ୍ଡ ରେକଡର୍‌ସରେ ସ୍ଥାନ ପାଇବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବାରବାଟି ଷ୍ଟାଡିୟମରେ ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ୨୨ଟି ସ୍କୁଲର ଛାତ୍ରୀଛାତ୍ରମାନେ ସାମିଲ ହୋଇ ଡଙ୍ଗା ପ୍ରସ୍ତୁତିରେ ଲାଗି ପଡିଥିଲେ। ହେଲେ ଏଠାରେ ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ନିୟନ୍ତ୍ରଣ କରିବାକୁ ସିଏମ୍‌ସି ପାଇଁ ଅସମ୍ଭବ ହୋଇଥିଲା। ସକାଳ ୬ରୁ ବିଭିନ୍ନ ସ୍କୁଲରୁ ପିଲାଙ୍କୁ ଷ୍ଟାଡିୟମ ଅଣାଯାଇଥିଲା। ସେଠାରେ ଟେଣ୍ଟ ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଦୀର୍ଘ ସମୟ ଧରି ପିଲାମାନେ ଖରାରେ ବସିବା କାରଣରୁ କେତେଜଣ ବେହୋସ ହୋଇପଡିଥିଲେ। ଏପରି କି ଜଣେ ଛାତ୍ର ଆଉ ଜଣଙ୍କୁ ବୋଡ଼ ଫୋପାଡିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏ ସମ୍ପର୍କରେ ଜଣେ ଶିକ୍ଷୟିତ୍ରୀ ପରିଚୟ ଗୋପନ ରଖି କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ ସୁଦ୍ଧା ସୁବ୍ୟବସ୍ଥା କରାଯାଇ ନ ଥିଲା। ସକାଳ ୬ରୁ ପିଲା ଆସିଥିଲେ। ଟିଫିନ ଓ ଜୁସ୍‌ ଦେଇ ଦୁଇ ପ୍ରହର ପର୍ଯ୍ୟନ୍ତ ପିଲାଙ୍କୁ ଖରାରେ ବସାଇବା ଜମା ଠିକ୍‌ ନୁହେଁ। ଅପରପକ୍ଷେ ଛାତ୍ର ଲବ ଗୋଇଙ୍କା କହିଛନ୍ତି, ପ୍ରଥମଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ବହୁତ ଖୁସି ଲାଗୁଚି। ମୁଁ ୧୩ଟା ଡଙ୍ଗା ତିଆରି କରିଛି। ସେହିପରି ଅନ୍ୟଜଣେ ଛାତ୍ର ରୋନକ ଶର୍ମା କହିଛନ୍ତି, ମୁଁ ୧୫ଟା ଡଙ୍ଗା ତିଆରି କରିଛି। ସକାଳୁ ଆସି ଏଠାରେ ଥିଲୁ। ଖରାରେ ବସି ଡଙ୍ଗା ତିଆରି କରିଲୁ। ହେଲେ ଏହା ଗିନିଜ୍‌ ଓ୍ବାଲ୍ଡ ରେକଡର୍‌ସରେ ସ୍ଥାନ ପାଇବା ପରେ ସବୁ କ୍ଲାନ୍ତି ଦୂର ହୋଇଗଲା।
କର୍ପୋରେଟର ଅସନ୍ତୁଷ୍ଟ
କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେଲେ ଏଥିରେ କର୍ପୋରେଟରମାନଙ୍କୁ ସାମିଲ କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗିନିଜ୍‌ ଓ୍ବାଲ୍ଡ ରେକଡର୍‌ସ ପାଇଁ ସିଏମ୍‌ସି ପକ୍ଷରୁ ଟଙ୍କା ଖର୍ଚ୍ଚ କରାଯାଉଛି। ଡଙ୍ଗା ପ୍ରସ୍ତୁତି କର୍ପୋରେଟରମାନଙ୍କୁ ପୂର୍ବରୁ ତାଲିମ ଦିଆଯାଇଥିଲା। ହେଲେ ବିଡମ୍ବନାର ବିଷୟ ଉକ୍ତ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଗଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri