Advertisement

୧,୪୧,୮୯୯ ମାମଲା ଫଇସଲା

କଟକ ଅଫିସ,୧୪।୧୧: ରାଜ୍ୟର ୩୦ଟି ଜିଲାସ୍ତରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଓ ବ୍ଲକ ସ୍ତରରେ ମୋଟ ୨,୯୦,୧୭୩ଟି ମାମଲା ବିଚାର ପାଇଁ ରଖାଯାଇଥିଲା। ସେଥିମଧ୍ୟରେ ପ୍ରି-ଲିଟିଗେସନ ମାମଲା ୮୪,୫୩୧ ଓ ବିଚାର ନ ହୋଇ ପଡ଼ିରହିଥିବା ମାମଲା ୨,୦୫,୬୪୨ ରହିଛି। ମୋଟ ୧,୪୧,୮୯୯ ମାମଲା ଫଇସଲା କରାଯାଇ ୧୨୦ କୋଟି ୫୭ ଲକ୍ଷ ୬୮ ହଜାର ୫୮୧ ଟଙ୍କା ଆଦାୟ ହୋଇଥିଲା। ବିଚାର ନ ହୋଇ ପଡ଼ିରହିଥିବା ମାମଲା ୧,୩୭,୪୧୬ ଓ ପ୍ରି-ଲିଟିଗେସନ ମାମଲା ୪୪୮୩ଟି ଫଇସଲା ହୋଇଥିଲା। ଆପରାଧିକ ସମ୍ପର୍କିତ ୨୧୫, ଚେକ୍‌ ବାଉନ୍ସ ୧୩୧୮, ବ୍ୟାଙ୍କ ଲୋନ୍‌ ୫୪୨, ଏମ୍‌ଏସିଟି ୯୭୩, ବୈବାହିକ ୭୦୮, ଜମିଜମା ସମ୍ପର୍କିତ ୩୬, ବିଦ୍ୟୁତ୍‌ ଓ ଜଳ ୧୦, ଶ୍ରମ ଓ ନିୟୋଜନ ୯୭, ରାଜସ୍ବ ୧,୨୧,୫୫୮, ଅନ୍ୟାନ୍ୟ ସିଭିଲ ୧୭୦୧, ଅନ୍ୟାନ୍ୟ ଫୌଜଦାରି ୧୦,୦୫୬, ଖାଉଟି ୨୦୨ଟି ମାମଲା ଫଇସଲା ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ପାଟ୍ରନ ଇନ୍‌ ଚିଫ୍‌ ତଥା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ ମାର୍ଗଦର୍ଶନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବିଚାରପତି ଯଶୱନ୍ତ ସିଂହଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ସୁରକ୍ଷାକୁ ଏନ୍‌ଜିଟି ବଳ

ଯାଜପୁର ଅଫିସ, ୧୯ା୮: ଓଡ଼ିଶାରେ ୧୯୯୦ରୁ ୨୦୦୦ ମଧ୍ୟରେ ବର୍ଷକୁ ହାରାହାରି ହାତୀ ମୃତ୍ୟୁ ହାର ୩୩ ଥିଲା। ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ବାର୍ଷିକ...

ରଥିବାଲିରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ବଡ଼ ପ୍ରଶ୍ନ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଗାଲିଗାବଡାର ଗ୍ରାମ ନିକଟସ୍ଥ ରଥିବାଲି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ...

ରାଧାସାହିରେ ଯୁବକଙ୍କୁ ହତ୍ୟା ଘଟଣା: ପୂର୍ବଶତ୍ରୁତାରୁ ଗଳା କାଟିଥିଲେ ପିଉସା

ପାଲଲହଡ଼ା, ୧୪ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତ ରାଧାସାହି ଗ୍ରାମରେ ଗତ ମଙ୍ଗଳବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତାକୁ...

ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ

କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ...

ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା...

ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ବିକାଶ ପଥରେ ଆଗେଇ ନେବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଏମ୍‌ସି...

ଟ୍ରେନ୍‌ ଲାଇନ୍‌ ଉଡ଼ାଇଲେ ମାଓବାଦୀ

ରାଉରକେଲା ଅଫିସ,୨୬।୪: ବିସ୍ଫୋରଣ କରି ଟ୍ରେନ୍‌ ଲାଇନ ଉଡ଼ାଇ ଦେଇଛନ୍ତି ମାଓବାଦୀ। ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ଝାଡ଼ଖଣ୍ଡ ସୀମା ଚକ୍ରଧରପୁର ଲୋଟା ପାହାଡ଼ ନିକଟରେ...

ଅଳସୁ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୧୪ ବଖରା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.)- ଜଗନ୍ନାଥପ୍ରସାଦ ବ୍ଲକ ଅଳସୁ ଗ୍ରାମ ଖଇରଝୋଳରେ ମଙ୍ଗଳବାର ନିଅଁା ଲାଗି ୧୪ ବଖରା ପୋଡି ପାଉଁଶ ହୋଇଛି। ଅପରାହ୍ନ ପ୍ରାୟ ୪ଟାବେଳେ ଜଣେ ବ୍ୟକ୍ତିଙ୍କ...

Advertisement
Archives

Model This Week