Posted inTrending, ଖେଳ

ପଡ଼ିଆ ମଝିରେ ଏମିତି କାମ କଲେ ରିଷଭ ପନ୍ତ: ଚିତ୍କାର କଲେ ଗିଲ୍‌, ଦେଖନ୍ତୁ VIDEO

ୱେଲିଂଟନ,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦିନର ତୃତୀୟ ସେସନ୍ରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବୋଲିଂରେ ହେନରୀ ନିକୋଲସଙ୍କ ଏକ ସହଜ କ୍ୟାଚ ହାତଛଡ଼ା ହୋଇଥିଲା। ଏହି କ୍ୟାଚ୍‌ଟି ଉଇକେଟ୍‌କିପର ରିଷଭ ପନ୍ତଙ୍କ କଲ ଯୋଗୁ ଛାଡ଼ି ହୋଇଥିବା ଚର୍ଚ୍ଚା ହେଉଛି। ଏହା ପରେ ନିକୋଲସ ଶତକ ହାସଲ କରିବା ସହ ଗ୍ଲେନ ଫିଲିପ୍ସଙ୍କ ସହ ମିଶି ୧୭୩ ରନ୍‌ର ଭାଗୀଦାରି କରିଛନ୍ତି।

ଘଟଣାଟି ମ୍ୟାଚ୍‌ର ୭୪ତମ ଓଭରରେ ଘଟିଥିଲା। ପ୍ରସିଦ୍ଧ କ୍ରିଷ୍ଣାଙ୍କ ଏକ ବାଉନ୍ସରକୁ ନିକୋଲସ ପୁଲ ସଟ ଖେଳିଥିଲେ। ବଲ୍ଟି ବ୍ୟାଟ୍‌ର ଉପର ଧାରରେ ବାଜି ଉପରକୁ ଉଠିଥିଲା। କ୍ୟାଚ୍‌ଟି ସିଧା ଦେବଦତ୍ତ ପଡିକଲଙ୍କୁ ହାତକୁ ଯାଉଥିଲା। ହେଲେ ଏହି ସମୟରେ ପନ୍ତ ଦ୍ରୁତ ଗତିରେ ଆଗକୁ ଆସି କ୍ୟାଚ ଧରିବାକୁ କଲ ଦେଇଥିଲେ। ପରେ ସେ ହଠାତ୍‌ ଅଟକି ଯାଇଥିଲେ। ଏହା ଦେଖି ପଡିକଲ ମଧ୍ୟ ଅଟକି ଯାଇଥିଲେ ଏବଂ କ୍ୟାଚ୍‌ଟି ହାତଛଡ଼ା ହୋଇଥିଲା।

ସହଜ କ୍ୟାଚ ହାତଛଡ଼ା ହେବା ପରେ ପ୍ରସିଦ୍ଧ କ୍ରିଷ୍ଣା ନିରାଶ ହୋଇ ମୁହଁ ଲୁଚାଇଥିବା ବେଳେ ଅଧିନାୟକ ଶୁବମନ ଗିଲ ରାଗି ଯାଇଥିଲେ। ସେ ପଡିକଲଙ୍କ ଆଡ଼କୁ ଚାହିଁ ଚିତ୍କାର କରିଥିଲେ। ଅନ୍ୟପଟେ ପଡିକଲ ଓ ପନ୍ତ ପରସ୍ପରକୁ ଅସହାୟ ଭାବେ ଚାହିଁ ରହିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ୟାଚ ଛାଡ଼ିବାର ମୂଲ୍ୟ ଭାରତୀୟ ଦଳକୁ ଦେବାକୁ ପଡ଼ିପାରେ। କାରଣ ନିକୋଲସ ଏହା ପରେ ନିଜର ଶତକ ପୂରଣ କରିଥିବା ବେଳେ ଫିଲିପ୍ସଙ୍କ ସହ ମିଶି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି।

ପ୍ରଥମ ଦିନର ଆରମ୍ଭରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଥିଲେ। ଲଞ୍ଚ ସୁଦ୍ଧା ନ୍ୟୁଜିଲାଣ୍ଡ ୬୦ ରନ୍‌ରେ ୪ଟି ଉଇକେଟ ହରାଇଥିଲା। ଜଶପ୍ରୀତ ବୁମ୍‌ରା ଓ ଅଂଶୁଲ କାମ୍ବୋଜଙ୍କ ବୋଲିଂ ଭାରତକୁ ମ୍ୟାଚ୍‌ରେ ଆଗୁଆ କରିଥିଲା। ଲଞ୍ଚ ପରେ ଟମ ବ୍ଲଣ୍ଡେଲ ମଧ୍ୟ ଆଉଟ ହୋଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୭୦ ରନ୍‌ରେ ୫ଟି ଉଇକେଟ ହରାଇଥିଲା।

କିନ୍ତୁ ଏହା ପରେ ନିକୋଲସ ଓ ଫିଲିପ୍ସ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ନିକୋଲସ୍‌ ନିଜ ଟେଷ୍ଟ କ୍ୟାରିୟରର ୧୨ତମ ଶତକ ହାସଲ କରିଥିବା ବେଳେ ଫିଲିପ୍ସ ୯୪ ରନ୍‌ରେ ଅପରାଜିତ ରହିଥିଲେ। ଫିଲିପ୍ସ ମଧ୍ୟ ନିଜର ଦ୍ୱିତୀୟ ଟେଷ୍ଟ ଶତକ ଆଡ଼କୁ ଅଗ୍ରସର ହେଉଛନ୍ତି। ଦିନର ଶେଷ ଭାଗରେ ନ୍ୟୁଜିଲାଣ୍ଡର ଏହି ଦମ୍‌ଦାର ପ୍ରତ୍ୟାବର୍ତ୍ତନ ଭାରତକୁ ଚାପରେ ପକାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେମ୍ୱ୍ରିଜ ଡିକ୍ସନାରିର ୨୦୨୬ର ଶ୍ରେଷ୍ଠ ଶବ୍ଦ ‘ହୁମାନ୍‌’

ଲଣ୍ଡନ, ୧୯ା୧୧ (ପି.ଟି.): କୃତି୍ରିମ ବୃଦ୍ଧିମତ୍ତା (ଏଆଇ)ର ଅଗ୍ରଗତି ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟ ମଧ୍ୟରେ କେମ୍ୱ୍ରିଜ ଡିକ୍ସନାରି ୨୦୨୬ ପାଇଁ ‘ହୁମାନ୍‌’ ଶବ୍ଦକୁ…

ଧୋନୀଙ୍କ ଅବସରକୁ ନେଇ ସଚିନଙ୍କ ବଡ଼ ବୟାନ: କଲେ ଏଭଳି ଖୁଲାସା, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ୧୦ଟି ଟିମ ନଭେମ୍ବର ୧୭ ତାରିଖରେ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ଜାରି କରିଥିଲେ। ସେହିଦିନ…

ସଡ଼କ ଦୁର୍ଘଟଣା ନେଉଛି ଜୀବନ, ଆଖି ବୁଜିଛି ପ୍ରଶାସନ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସଡ଼କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି। ଜିଲାରେ ସଡ଼କ ଦୁର୍ଘଟଣା ଏବେ ସାଧାରଣରେ ପରିଣତ ହୋଇଛି। ଦିନକୁ ଦିନ ଏଠାରେ ଏହା…

ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ: ବାତ୍ୟା ମୁକାବିଲା ପାଇଁ ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର, ୧୯।୧୧ (ବାବୁଲା ପ୍ରଧାନ)- ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଆଶଙ୍କା…

ପ୍ଲେଇଂ-୧୧ରୁ ସିରାଜ୍‌ ବିଦା: ଟିମ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଲେ ଗାଭାସ୍କର

ଓ୍ବେଲିଂଟନ୍‌,୧୯।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୀମିତ ଓଭର ସିରିଜ ଶେଷ ହେବା ପରେ ଏବେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ୱେଲିଂଟନର…

କୋଟି କୋଟି PF ଖାତାଧାରୀଙ୍କ ପାଇଁ ବଡ଼ ଖବର! ରିଟାୟାରମେଣ୍ଟ ପରେ…

ନୂଆଦିଲ୍ଲୀ,୧୯।୧୧: ଚାକିରି କରିବା ସମୟରେ କର୍ମଚାରୀମାନେ ନିଜ ଦରମାର ଏକ ଅଂଶ କର୍ମଚାରୀ ଭବିଷ୍ୟନିଧି (EPF)ରେ ଜମା କରିଥାନ୍ତି। ଅବସର ପରେ ଆର୍ଥିକ ସୁରକ୍ଷା ଯୋଗାଇବା ଏହାର…

ବାତ୍ୟା ‘ଅକ୍ୱାନ’ ଭୟ: ଗଞ୍ଜାମ ବ୍ଲକରେ ୩୦୬୦ ଲୋକଙ୍କୁ ସ୍ଥାନାନ୍ତର

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକର ବିଭିନ୍ନ…

ICC ରାଙ୍କିଂରେ ଚମକିଲେ ୨ ଭାରତୀୟ ଖେଳାଳି: କିଏ ଖସିଲେ, କିଏ ଉପରକୁ ଉଠିଲେ… ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ,୧୯।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୁଧବାର (୧୮ ନଭେମ୍ବର) ନୂଆ ରାଙ୍କିଂ ଜାରି କରିଛି। ଏଥିରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ନିକଟରେ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?