ହୋଇପାରୁନାହିଁ ଆଇଆଇସି ନିଯୁକ୍ତି

କଟକ ଅଫିସ,୧୧ା୧୧: କମିଶନରେଟ୍‌ ପୋଲିସ ଅଧୀନ କଟକ ପୂର୍ବାଞ୍ଚଳର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ଥାନା ଉଦ୍‌ଘାଟନ ହେବାର ୨ ମାସ ବିତିଲାଣି। ହେଲେ ଏଠାରେ ଅଦ୍ୟାବଧି ଆଇଆଇସି ନିଯୁକ୍ତି ହୋଇନାହାନ୍ତି। ପୂର୍ବରୁ ଫାଣ୍ଡି ଥିବାବେଳେ ଯେପରି ଚାଉଳିଆଗଞ୍ଜ ଥାନା ଅଧୀନରେ ଏହା ପରିଚାଳିତ ହେଉଥିଲା ସେହିପରି ଏବେ ବି ଚାଉଳିଆଗଞ୍ଜ ଆଇଆଇସି ଏହି ଥାନାର ଦାୟିତ୍ୱରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସହର ଉପକଣ୍ଠ ବିଦ୍ୟାଧରପୁରଠାରେ ଚାଉଳିଆଗଞ୍ଜ ଥାନା ଅଧୀନରେ ସିଆର୍‌ଆର୍‌ଆଇ ଫାଣ୍ଡି ରହିଥିଲା। ବିଦ୍ୟାଧରପୁର ଅଞ୍ଚଳରୁ ଲୋକମାନେ ଚାଉଳିଆଗଞ୍ଜ ଥାନାକୁ ଯିବାଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଚାଉଳିଆଗଞ୍ଜ ଥାନା ଅଞ୍ଚଳ ବ୍ୟାପକ ହୋଇଥିବାରୁ ଏହି ଥାନା ଉପରେ ମାମଲା ତଦନ୍ତ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ପାଇଁ ବହୁ ଚାପ ରହୁଥିଲା। ଏପରି କି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କାରଣରୁ ଜାତୀୟ ରାଜପଥରେ ଘଟୁଥିବା ମାମଲା ଏହା ପାଇଁ ଅତିରିକ୍ତ ଚାପ ଥିଲା। ସ୍ଥାନୀୟ ଲୋକମାନେ ବିଦ୍ୟାଧରପୁରରେ ଏକ ଥାନା ପ୍ରତିଷ୍ଠା ନିମନ୍ତେ ଦାବି କରିଆସୁଥିଲେ। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ସିଆର୍‌ଆର୍‌ଆଇ ଫାଣ୍ଡିକୁ ଥାନାରେ ପରିଣତ କରିବାକୁ ବିଭାଗୀୟ ନିଷ୍ପତ୍ତି ହୋଇଥିଲା। ଏଥିସହ ଥାନାର ନିଜସ୍ବ କୋଠା ନିର୍ମାଣ କରାଯାଇଥିଲା। କୋଠା ନିର୍ମାଣ ଶେଷ ହୋଇ ୮ ମାସ ବିତିବା ପରେ ବି ଥାନା ଉଦ୍‌ଘାଟନ ହୋଇପାରୁ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଶେଷରେ ଗତ ସେପ୍ଟେମ୍ବର ୭ରେ ଡିଜିପି ସୁନୀଲ ବଂଶଲ ସିଆର୍‌ଆର୍‌ଆଇ ଥାନାକୁ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସିଏମ୍‌ସି ମେୟର ସୁବାସ ସିଂ, ବିଧାୟକ ସୌଭିକ୍‌ ବିଶ୍ୱାଳ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ସିଆର୍‌ଆର୍‌ଆଇ ଥାନାରେ ଇନ୍ସପେକ୍ଟର ପଦବୀ ଅଦ୍ୟାବଧି ଫାଙ୍କା ରହିଛି। ଏହାର ଦାୟିତ୍ୱରେ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କୁ ରଖାଯାଇଛି। ଅପରପକ୍ଷରେ ୨ ଜଣ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୭ କନଷ୍ଟେବଳ, ୫ ଜଣ ହୋମାଗାର୍ଡ କାର୍ଯ୍ୟରତ ଅଛନ୍ତି। ଥାନାର ମୁଖ୍ୟ ଭାବେ ଆଇଆଇସିଙ୍କ ଅଭାବକୁ ସ୍ଥାନୀୟ ଅଧିବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏ ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ଖୁବ୍‌ଶୀଘ୍ର ଆଇଆଇସି ନିଯୁକ୍ତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?