କଟକ

କଟକ ଏସ୍‌ସିବିରେ ଉତ୍ତେଜନା: ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

କଟକ ଅଫିସ୍‌,୨୪।୧: କଟକ ବଡ଼ ମେଡିକାଲରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲାର ଭାଗବତ ମହାନ୍ତି । ସୂଚନାଯୋଗ୍ୟ, ଭାଗବତଙ୍କ ଶ୍ୱାସଜନିତ ସମସ୍ୟା ଲାଗି…

ଟଙ୍କା ଫେରାଇ ହିତାଧିକାରୀ ହତାଶ

ନିଶ୍ଚିନ୍ତକୋଇଲି, ୨୪।୧(ସ୍ବ.ପ୍ର.):ସରକାର ଆବାସ ଯୋଜନାରେ ଦିନକୁ ଦିନ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏଥିସହ ହିତାଧିକାରୀ ଚୟନରେ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ତଳେ ଆବାସ ଯୋଜନାରେ ସାମିଲ…

ହ୍ୟୁମାନ-ଶ୍ରୀୟା ଘରୋଇ କଳି ମାମଲା:୩୦ରେ ପରବର୍ତ୍ତୀ କାଉନ୍‌ସେଲିଂ

କଟକ ଅଫିସ,୨୪ା୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ମାମଲାର ଦ୍ୱିତୀୟ କାଉନ୍‌ସେଲିଂ ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିଦିନ ହ୍ୟୁମାନ ଓ ଶ୍ରୀୟା କଟକ ମହିଳା ଥାନାରେ ହାଜର ହୋଇ…

୪୧୪ ବର୍ଷ ବାମ୍ଫିର ପୁନରୁଦ୍ଧାର ଆରମ୍ଭ

କଟକ ଅଫିସ,୨୩।୧:କଟକ ସହର ବିଦ୍ୟାଧରପୁର ଅଞ୍ଚଳରେ ଥିବା ପ୍ରାୟ ୪୧୪ ବର୍ଷ ପୁରୁଣା ଐତିହାସିକ ବାମ୍ଫିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ। ଏହି ବାମ୍ଫିଟିର ସନ୍ଧାନ ଗତବର୍ଷ ନଭେମ୍ବରରେ ଇନ୍‌ଟାକ ସଦସ୍ୟ ଐତିହ୍ୟ ଗବେଷକ ଦୀପକ କୁମାର…

ବୁଝାମଣା ପାଇଁ ରାଜି ଅଛୁ: ଶ୍ରୀୟା

କଟକ ଅଫିସ,୨୨।୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ପ୍ରସଙ୍ଗ ପୁଣିଥରେ ରୋଚକ ହୋଇଛି। ଶୁକ୍ରବାର ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ସୁନା ଗଣମାଧ୍ୟମରେ ବୟାନ ଦେଇ ଶ୍ରୀୟାଙ୍କୁ ଫେରାଇ ଆଣିବାକୁ…

ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

କଟକ ଅଫିସ,୨୨।୧: କଟକ ଏସ୍‌ସିବି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାହାଣ ହାତର ବୁଢ଼ା ଆଙ୍ଗୁଠି ହରାଇଥିବା ଜଣେ ଯୁବକଙ୍କର ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଗୋଡ଼ ଆଙ୍ଗୁଠି ରୋପଣ କରାଯାଇଛି। ଯୁବକ ଜଣକ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ…

ଏଣିକି ପରିମଳ ଦାୟିତ୍ୱ ବୁଝିବେ ଡେପୁଟି କମିଶନର

କଟକ ଅଫିସ, ୨୧ା୧: ଏଣିକି ସହରର ପରିମଳ ଦାୟିତ୍ୱ ବୁଝିବେ କଟକ ମହାନଗର ନିଗମ(ସିଏମ୍‌ସି)ର ଡେପୁଟି କମିଶନର। ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ରଙ୍କୁ ଏହି ଦାୟିତ୍ୱରୁ ହଟାଯାଇ ଡେପୁଟି କମିଶନର (ପରିମଳ) ସଞ୍ଜୀବିତା ରାୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।…

୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ

କଟକ ଅଫିସ,୨୧ା୧: କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍ସ (ଓଟିଏମ୍‌) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଶୁକ୍ରବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ମାମଲାର…

ବୋହୂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ

କଟକ ଅଫିସ,୨୧ା୧: କାଉନ୍‌ସେଲିଂ ପରେ କଟକ ମହିଳା ଥାନା ବାହାରକୁ ଆସି ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିଥିବା ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାମଲା ଶୁକ୍ରବାର ଟିକେ ଅଲଗା ଅଲଗା ଲାଗିଛି। ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ସୁନା ବୋହୂ ଶ୍ରୀୟା…

୬ ମାସରେ ସ୍ପେଶାଲ ଅଡିଟ୍‌ ନିର୍ଦ୍ଦେଶ

କଟକ ଅଫିସ,୨୦ା୧: ରାଜ୍ୟରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଆଦାୟ ଓ ଖର୍ଚ୍ଚ ଅର୍ଥର ସ୍ପେଶାଲ ଅଡିଟ୍‌ ଆଗାମୀ ୬ ମାସ ମଧ୍ୟରେ କରିବା ନିମନ୍ତେ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏ ସଂକ୍ରାନ୍ତୀୟ ରିପୋର୍ଟ…

ବନ୍ଧ ନିରୀକ୍ଷଣ ନ କରି ପାଣି ଛଡ଼ାଗଲା

ନିଶ୍ଚିନ୍ତକୋଇଲି,୨୦ା୧(ସ୍ବ.ପ୍ର): କଟକ ଜଗତପୁରସ୍ଥିତ ନର୍ଥ ଡିଭିଜନ ଅଧୀନରେ ଥିବା କେନ୍ଦୁପାଟଣା ଜଳ ସମ୍ପଦ ବିଭାଗର ଦୂରଦୃଷ୍ଟି ଅଭାବ ହେତୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେନାଲ ବନ୍ଧ ନିରୀକ୍ଷଣ ନକରି ପାଣି ଛାଡ଼ି ଦେବାରୁ ଗାଁରେ ପାଣି ପଶିଛି। ଫଳରେ ଲୋକଙ୍କ…

ଧାନ ଖାଇଲା, ପାଚେରି ଭାଙ୍ଗିଲା

ଚୌଦ୍ୱାର,୨୦ା୧(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ଉକ୍ତ ଗ୍ରାମର ଜଗୁ ରାଉତଙ୍କ ବାରିରେ ଗୋଟିଏ ହାତୀ ପଶିବା ସହ ପିଣ୍ଡାରେ ବସ୍ତାରେ ଭର୍ତ୍ତି ହୋଇଥିବା ଧାନ ଖାଇଥିଲା। ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri