ହ୍ୟୁମାନ-ଶ୍ରୀୟା ଘରୋଇ କଳି ମାମଲା:୩୦ରେ ପରବର୍ତ୍ତୀ କାଉନ୍‌ସେଲିଂ

କଟକ ଅଫିସ,୨୪ା୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ମାମଲାର ଦ୍ୱିତୀୟ କାଉନ୍‌ସେଲିଂ ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିଦିନ ହ୍ୟୁମାନ ଓ ଶ୍ରୀୟା କଟକ ମହିଳା ଥାନାରେ ହାଜର ହୋଇ ନିଜର ପକ୍ଷ ରଖିବେ। ପରସ୍ପର ମଧ୍ୟରେ କୌଣସି ବୁଝାମଣା ହୋଇ ନ ପାରିଲେ ଶ୍ରୀୟାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବ ବୋଲି ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସଠାରୁ ନେଇଥିବା ୨ ଦିନର ମହଲତ ପରେ ହ୍ୟୁମାନ ଓ ଶ୍ରୀୟା ମହିଳା ଥାନାରେ ହାଜର ହେବାର ଥିଲା। ଶ୍ରୀୟା ଆସିବାର ଦିନ ଜଣାଇଲେ ସେହି ଅନୁସାରେ ହ୍ୟୁମାନଙ୍କୁ ଡକାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ହେଲେ ଶ୍ରୀୟା ବାପାଙ୍କ ଶାରୀରିକ ଅସୁସ୍ଥତା ହେତୁ ସେ ଅଧିକ ଦିନ ମହଲତ ନେଇଛନ୍ତି। ସେ ପୋଲିସକୁ ଜଣାଇଥିବା ତାରିଖ ଅନୁସାରେ ଆସନ୍ତା ୩୦ ତାରିଖରେ ହାଜର ହେବା ନିମନ୍ତେ ହ୍ୟୁମାନ୍‌ଙ୍କୁ କୁହାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ହ୍ୟୁମାନ ନିର୍ଯାତନା ଦେଉଥିବା ନେଇ ଶ୍ରୀୟା ଗତ ୧୭ ତାରିଖରେ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଦାମ୍ପତ୍ୟ କଳହ ହେତୁ ଶ୍ରୀୟା ପ୍ରାୟ ୫ ମାସ ହେବ ଶାଶୁଘର ଛାଡ଼ି ଝିଅ ସହ ବାପ ଘରେ ରହୁଛନ୍ତି। ହ୍ୟୁମାନ ପ୍ରବଳ ମଦ ପିଅନ୍ତି, ନିଶାସକ୍ତ ଅବସ୍ଥାରେ ତାଙ୍କୁ ବାଡ଼ାବାଡ଼ି କରନ୍ତି, ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରନ୍ତି ଆଦି ଅନେକ ପ୍ରସଙ୍ଗକୁ ଶ୍ରୀୟା ଅଭିଯୋଗରେ ଦର୍ଶାଇଥିଲେ। ଡିସିପିଙ୍କ ନିର୍ଦ୍ଦେଶକ୍ରମେ କଟକ ମହିଳା ଥାନା ପକ୍ଷରୁ ହ୍ୟୁମାନଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ଗତ ୧୯ ତାରିଖରେ ହ୍ୟୁମାନ ଓ ଶ୍ରୀୟା ପରିବାର ଏବଂ ଓକିଲଙ୍କ ସହ ମହିଳା ଥାନାରେ ହାଜର ହୋଇଥିଲେ। ଏସିପି ଅମିତାଭ ମହାପାତ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। କାଉନ୍‌ସେଲିଂ ସମୟରେ ମହିଳା ଥାନା ଆଇଆଇସି ଅନସୂୟା ନାୟକ, ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର, ହ୍ୟୁମାନଙ୍କ ମା’ ଶେଫାଳୀ ସୁନା, ହ୍ୟୁମାନଙ୍କ ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ, ଶ୍ରୀୟାଙ୍କ ଆଇନଜୀବୀ ଅନିଲ କୁମାର ରାୟ ଉପସ୍ଥିତ ଥିଲେ। ହେଲେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିଲା। ଉଭୟଙ୍କୁ ସମାଧାନ ପାଇଁ ୨ ଦିନର ମହଲତ ଦିଆଯାଇଥିବାବେଳେ ସେମାନେ ଗଣମାଧ୍ୟମରେ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ କରି ଅନେକ ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri