ହ୍ୟୁମାନ-ଶ୍ରୀୟା ଘରୋଇ କଳି ମାମଲା:୩୦ରେ ପରବର୍ତ୍ତୀ କାଉନ୍‌ସେଲିଂ

କଟକ ଅଫିସ,୨୪ା୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ମାମଲାର ଦ୍ୱିତୀୟ କାଉନ୍‌ସେଲିଂ ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ ହୋଇଛି। ସେହିଦିନ ହ୍ୟୁମାନ ଓ ଶ୍ରୀୟା କଟକ ମହିଳା ଥାନାରେ ହାଜର ହୋଇ ନିଜର ପକ୍ଷ ରଖିବେ। ପରସ୍ପର ମଧ୍ୟରେ କୌଣସି ବୁଝାମଣା ହୋଇ ନ ପାରିଲେ ଶ୍ରୀୟାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବ ବୋଲି ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୋଲିସଠାରୁ ନେଇଥିବା ୨ ଦିନର ମହଲତ ପରେ ହ୍ୟୁମାନ ଓ ଶ୍ରୀୟା ମହିଳା ଥାନାରେ ହାଜର ହେବାର ଥିଲା। ଶ୍ରୀୟା ଆସିବାର ଦିନ ଜଣାଇଲେ ସେହି ଅନୁସାରେ ହ୍ୟୁମାନଙ୍କୁ ଡକାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ହେଲେ ଶ୍ରୀୟା ବାପାଙ୍କ ଶାରୀରିକ ଅସୁସ୍ଥତା ହେତୁ ସେ ଅଧିକ ଦିନ ମହଲତ ନେଇଛନ୍ତି। ସେ ପୋଲିସକୁ ଜଣାଇଥିବା ତାରିଖ ଅନୁସାରେ ଆସନ୍ତା ୩୦ ତାରିଖରେ ହାଜର ହେବା ନିମନ୍ତେ ହ୍ୟୁମାନ୍‌ଙ୍କୁ କୁହାଯାଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ହ୍ୟୁମାନ ନିର୍ଯାତନା ଦେଉଥିବା ନେଇ ଶ୍ରୀୟା ଗତ ୧୭ ତାରିଖରେ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଦାମ୍ପତ୍ୟ କଳହ ହେତୁ ଶ୍ରୀୟା ପ୍ରାୟ ୫ ମାସ ହେବ ଶାଶୁଘର ଛାଡ଼ି ଝିଅ ସହ ବାପ ଘରେ ରହୁଛନ୍ତି। ହ୍ୟୁମାନ ପ୍ରବଳ ମଦ ପିଅନ୍ତି, ନିଶାସକ୍ତ ଅବସ୍ଥାରେ ତାଙ୍କୁ ବାଡ଼ାବାଡ଼ି କରନ୍ତି, ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରନ୍ତି ଆଦି ଅନେକ ପ୍ରସଙ୍ଗକୁ ଶ୍ରୀୟା ଅଭିଯୋଗରେ ଦର୍ଶାଇଥିଲେ। ଡିସିପିଙ୍କ ନିର୍ଦ୍ଦେଶକ୍ରମେ କଟକ ମହିଳା ଥାନା ପକ୍ଷରୁ ହ୍ୟୁମାନଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ଗତ ୧୯ ତାରିଖରେ ହ୍ୟୁମାନ ଓ ଶ୍ରୀୟା ପରିବାର ଏବଂ ଓକିଲଙ୍କ ସହ ମହିଳା ଥାନାରେ ହାଜର ହୋଇଥିଲେ। ଏସିପି ଅମିତାଭ ମହାପାତ୍ର ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। କାଉନ୍‌ସେଲିଂ ସମୟରେ ମହିଳା ଥାନା ଆଇଆଇସି ଅନସୂୟା ନାୟକ, ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର, ହ୍ୟୁମାନଙ୍କ ମା’ ଶେଫାଳୀ ସୁନା, ହ୍ୟୁମାନଙ୍କ ଆଇନଜୀବୀ ସତ୍ୟରଞ୍ଜନ ମୂଳିଆ, ଶ୍ରୀୟାଙ୍କ ଆଇନଜୀବୀ ଅନିଲ କୁମାର ରାୟ ଉପସ୍ଥିତ ଥିଲେ। ହେଲେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିଲା। ଉଭୟଙ୍କୁ ସମାଧାନ ପାଇଁ ୨ ଦିନର ମହଲତ ଦିଆଯାଇଥିବାବେଳେ ସେମାନେ ଗଣମାଧ୍ୟମରେ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ କରି ଅନେକ ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri