ଟଙ୍କା ଫେରାଇ ହିତାଧିକାରୀ ହତାଶ

ନିଶ୍ଚିନ୍ତକୋଇଲି, ୨୪।୧(ସ୍ବ.ପ୍ର.):ସରକାର ଆବାସ ଯୋଜନାରେ ଦିନକୁ ଦିନ ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏଥିସହ ହିତାଧିକାରୀ ଚୟନରେ ମାନଦଣ୍ଡ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଫଳରେ ଯୋଗ୍ୟ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ତଳେ ଆବାସ ଯୋଜନାରେ ସାମିଲ ହୋଇ ଅଧାପାନ୍ତରିଆ ଘର କରିଥିବା କିଛି ଗରିବ ଶ୍ରେଣୀୟ ହିତାଧିକାରୀ ବଜାର ଦର ଓ ଅନ୍ୟାନ୍ୟ ବ୍ୟୟ ବହୁଳ ସାମଗ୍ରୀ ପାଇଁ ଧାର୍ଯ୍ୟ ସମୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରି ନ ଥିଲେ। ସେମାନେ ଏହି ଯୋଜନାରେ ସରକାରଙ୍କ ପାଖରୁ ନେଇଥିବା ଟଙ୍କା ଫେରସ୍ତ କଲେ ପୁନର୍ବାର ନୂତନଭାବେ ଆବାସ ଯୋଜନାରେ ସାମିଲ ହେବେ ବୋଲି କୁହାଯାଇଥିଲା। ଏଭଳି ସୂଚନା ପାଇବାରେ ବହୁ ଗରିବ ଶ୍ରେଣୀୟ ହିତାଧିକାରୀ ନୂଆ ତାଲିକାରେ ଅଧିକ ସହାୟତା ରାଶି ପାଇବା ନିମନ୍ତେ ଧାର କରଜ କରି ବ୍ଲକ ପ୍ରଶାସନ ନିକଟରେ ଟଙ୍କା ଜମା କରି ଦେଇଥିଲେ। ଇତି ମଧ୍ୟରେ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନେ ଏହି ଯୋଜନାରେ ଘର ପାଇଁ ଅର୍ଥ ପାଇନାହାନ୍ତି। ଫଳରେ ନିରାଶ ହୋଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି।
ସୂଚନାଯୋଗ୍ୟ, ୨ ବର୍ଷ ତଳେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆବାସ ଯୋଜନା ଅର୍ଦ୍ଧ ନିର୍ମିତ କରିଥିବା ହିତାଧିକାରୀମାନେ ନେଇଥିବା ପ୍ରାପ୍ୟ ଫେରାଇଦେଲେ ସେମାନଙ୍କୁ ନୂତନ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଥିଲା। ପ୍ରଶାସନର ନିର୍ଦ୍ଦେଶାନୁଯାଇ ଏହି ବ୍ଲକ ଅନ୍ତର୍ଗତ ପାଳଦା ଗ୍ରାମର ରଘୁନାଥ ମଳିକ ୨୭।୨।୨୦ରେ ୧୮,୭୪୦ ଟଙ୍କା ଓ ସେହି ଗ୍ରାମର ଅଞ୍ଜନା ଦଳାଇ ୧୪ା୨ା୨୦ରେ ୩୫୦୦୦ଟଙ୍କା ଫେରସ୍ତ କରି ବ୍ଲକ ପ୍ରଶାସନ ନିକଟରୁ ରସିଦ ଗ୍ରହଣ କରିଥିଲେ। ଏଭଳି ଭାବେ ବ୍ଲକ ଅନ୍ତର୍ଗତ ୪୧ ପଞ୍ଚାୟତର ବହୁ ହିତାଧିକାରୀ ଗୃହ ନିର୍ମାଣ କରି ପାରି ନ ଥିବା ଯୋଗୁ ନେଇଥିବା ଟଙ୍କା ବ୍ଲକ ପ୍ରଶାସନ ନିକଟରେ ଫେରାଇଥିଲେ। ପ୍ରଶାସନ ତରଫରୁ ସେମାନଙ୍କୁ ଆଗାମୀ ଦିନରେ ନୂତନ ଗୃହ ଯୋଗାଇ ଦିଆଯିବା ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ସରକାରଙ୍କ ତରଫରୁ ବ୍ଲକର ୧୬୩୦ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ତାଲିକା ଆସିଛି। ମାତ୍ର ଉକ୍ତ ତାଲିକାରେ ଅର୍ଥ ଫେରସ୍ତ କରିଥିବା ହିତାଧିକାରୀଙ୍କ ନାମ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନର ଏଭଳି ଦାୟିତ୍ୱହୀନତା ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ବ୍ଲକର ବହୁ ଅସହାୟ ଗରିବ ଓ ନିରାଶ୍ରୟ ବ୍ୟକ୍ତି ପ୍ରଧାନ ମନ୍ତ୍ରୀ ଅବାସ ଯୋଜନା ପାଇବାରୁ ବଞ୍ଚତ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ କୁହନ୍ତି, ଯେଉଁମାନେ ଅର୍ଥ ଫେରସ୍ତ କରିଛନ୍ତି ସେମାନଙ୍କ ନାମ ତାଲିକାରେ ନାହିଁ। ସେମାନେ ବ୍ଲକରେ ଆସି ଆବେଦନ କରନ୍ତୁ। ଏହାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri