ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି

କଟକ ଅଫିସ,୨୨।୧: କଟକ ଏସ୍‌ସିବି ମେଡିକାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାହାଣ ହାତର ବୁଢ଼ା ଆଙ୍ଗୁଠି ହରାଇଥିବା ଜଣେ ଯୁବକଙ୍କର ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଗୋଡ଼ ଆଙ୍ଗୁଠି ରୋପଣ କରାଯାଇଛି। ଯୁବକ ଜଣକ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଅଧୀନ ପାଇକସାହି ଗ୍ରାମର ପୁରୁଷୋତ୍ତମ ବାରିକଙ୍କ ପୁତ୍ର ସୀତାକାନ୍ତ ବାରିକ(୨୬)। ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଏଭଳି ବିରଳ ଅସ୍ତ୍ରୋପଚାର ମାଗଣା କରାଯାଇଛି। ଯାହାକି ଘରୋଇ ଭାବେ କରାଗଲେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଜଣାଯାଇଛି। ଗତ ୧୨ ତାରିଖରେ ଏହି ଅସ୍ତ୍ରୋପଚାର ହୋଇଥିବାବେଳେ ୬ ସପ୍ତାହ ପରେ ଏହାର କାର୍ଯ୍ୟକାରିତା ଜଣାଯିବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବିଭୂତି ଭୂଷଣ ନାୟକ ଶନିବାର ଏସ୍‌ସିବି ମେଡିକାଲ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୀତାକାନ୍ତ ତାମିଲନାଡୁର ଏକ ସୂତାକଳରେ କାମ କରୁଥିବାବେଳେ ମେଶିନରେ ଡାହାଣ ହାତର ବୁଢ଼ା ଆଙ୍ଗୁଠି କଟିଯାଇଥିଲା। ୩ ମାସ ତଳେ ସେ ଆଙ୍ଗୁଠି ହରାଇଥିବାବେଳେ ନିଜର ଦୈନନ୍ଦିନ କାର୍ଯ୍ୟ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏମିତି କି ମୋବାଇଲ ଚଲାଇବା, କିଛି ଗୋଟାଏ ଜିନିଷ ଉଠାଇବା, ଲେଖିବା ଆଦି କାର୍ଯ୍ୟ କରିବାକୁ ଭାରି ଅସୁବିଧା ହେଉଥିଲା। ସୀତାକାନ୍ତ ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗରେ ଦେଖାଇବା ପରେ ତାଙ୍କୁ ଗୋଡ଼ ଆଙ୍ଗୁଠି କାଟି ହାତର ବୁଢ଼ା ଆଙ୍ଗୁଠି ସ୍ଥାନରେ ଲଗାଯିବା ପାଇଁ କୁହାଯାଇଥିଲା। ସେ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଏନେଇ ସମ୍ମତି ଜଣାଇଥିଲେ। ପରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ନାୟକଙ୍କ ତତ୍ତ୍ୱାବଧାନରେ ସର୍ଜରି କରିବାକୁ ଯୋଜନା କରାଯାଇଥିଲା। ବିଭାଗର ପ୍ଲାଷ୍ଟିକ୍‌ ଆଣ୍ଡ୍‌ ରି-କନଷ୍ଟ୍ରକଟିଭ ସର୍ଜରି ଶାଖା ଅଧୀନରେ ଯୁବକଙ୍କ ବାମ ଗୋଡ଼ ଦ୍ୱିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ ଓ ହାଡ଼କୁ ଅଲଗା କରାଯାଇ ଡାହାଣ ହାତର ବୁଢ଼ା ଆଙ୍ଗୁଠିରେ ରୋପଣ କରାଯାଇଥିଲା। ବିଭାଗୀୟ ମୁଖ୍ୟ ଡା. ନାୟକ ଏହି ସର୍ଜରି ପାଇଁ ଦୁଇଟି ଡାକ୍ତରୀ ଦଳର ସହାୟତା ନେଇଥିଲେ। ଡା. ପ୍ରଶାନ୍ତ, ଡା. ଆଶିଷ, ଡା. ରୋଜାଲିନ, ଡା. ବିଷ୍ଣୁ, ଡା. ଆସ୍‌ଫାକ୍‌, ଡା. ଦୀପକ, ଡା. ଶ୍ୟାମ, ଡା. ଅମିତାଭ, ଡା. ନୃସିଂହ, ଡା. ଇଶାନ୍‌, ଡା. ସୂର୍ଯ୍ୟ ସାମିଲ ହୋଇଥିଲେ। ନିଶ୍ଚେତକ ବିଭାଗର ଡା. ଅଭିଜିତ, ଡା. ନିମିଷା ମଧ୍ୟ ଏଥିରେ ସହଯୋଗ କରିଥିଲେ। ଓଡ଼ିଶାରେ ଏଭଳି ବିରଳ ଅସ୍ତ୍ରୋପଚାର ପ୍ରଥମଥର ପାଇଁ କରାଯାଇଥିବା ଡା. ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri