ବୋହୂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ

କଟକ ଅଫିସ,୨୧ା୧: କାଉନ୍‌ସେଲିଂ ପରେ କଟକ ମହିଳା ଥାନା ବାହାରକୁ ଆସି ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିଥିବା ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାମଲା ଶୁକ୍ରବାର ଟିକେ ଅଲଗା ଅଲଗା ଲାଗିଛି। ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ସୁନା ବୋହୂ ଶ୍ରୀୟା ମିଶ୍ର ଓ ତାଙ୍କ ବାପାଙ୍କୁ କଟୁକ୍ତି କରିଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଭାବେ ସଚେତନ ହୋଇ ବୋହୂଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଥିବା ଶେଫାଳୀ କହିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ବୋହୂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ। ସେ ଶାଶୁଘରେ ଜଗନ୍ନାଥ, ଗଣେଶଙ୍କ ମୂର୍ତ୍ତି ରଖି ପୂଜା କରିଥାନ୍ତି। ତାଙ୍କୁ କୌଣସି କାମ ପାଇଁ ବାଧ୍ୟ କରାଯାଇନାହିଁ। ବୋହୂ ଘରେ ସ୍ବଇଚ୍ଛାରେ ପୂଜା କରିବା ସହ ତାଙ୍କ ମାଆବାପା ଆସିଲେ ସେମାନେ ମଧ୍ୟ ପୂଜା କରିଥାନ୍ତି। ନାତୁଣୀ ଓ ବୋହୂଙ୍କୁ ବେଶି ମନେ ପକାଉଛି। ପୁଅବୋହୂ ଏକାଠି ରୁହନ୍ତୁ, ଏତିକି ଚାହୁଁିଛନ୍ତି ବୋଲି ଶେଫାଳୀ କହିଛନ୍ତି। ସେହିପରି ହ୍ୟୁମାନ୍‌ ସାଗର ଗଣମାଧ୍ୟମକୁ କହିଛନ୍ତି, ଶ୍ରୀୟା ଓ ତାଙ୍କ ପରିବାରକୁ ଆମ ପରିବାର ବହୁତ ଭଲପାଉ। ସବୁ ଧର୍ମକୁ ସମ୍ମାନ କରୁ। କାହାକୁ ଆମ ଧର୍ମକୁ ଆସିବାକୁ ଚାପ ଦେଇନୁ। ଆମେ ଆପୋସ ସମାଧାନ ଚାହୁଁଛୁ। ସେମାନେ ୨ ଦିନ ସମୟ ନେଇଛନ୍ତି। ଅଭିଯୋଗ ଶୁଣି ଚକିତ, ମିଛ ଅଭିଯୋଗ ଲଗାଇଲେ ଦୁଃଖ ଲାଗିବ ବୋଲି ସେ କହିଛନ୍ତି। ତେବେ ହ୍ୟୁମାନ ଓ ଶ୍ରୀୟାଙ୍କ ମଧ୍ୟରେ ଆପୋସ ବୁଝାମଣା ଦ୍ୱାରା ଘରୋଇ କଳି ସମାଧାନ ହେବ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଶ୍ରୀୟା ଏ ବାବଦରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ତେବେ ୨ ଦିନର ମହଲତ ଅବଧି ମଧ୍ୟରେ ତାଙ୍କର ମନୋଭାବ ଜଣାପଡ଼ିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୧୮।୪: ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀ ଗୁରୁବାର ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ଏକ ମିଶ୍ରଣ ପର୍ବରେ ସେ ଦଳରେ ଯୋଗ...

ଓଡ଼ିଶାରେ କେଉଁଠି, କେଉଁ ସମୟରେ ଭୋଟ୍‌; ଜାଣନ୍ତୁ…

ଭୁବନେଶ୍ୱର,୧୮।୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମେ ୧୩ ତାରିଖରେ ଓଡ଼ିଶାରେ...

ଦିନ ସାଢ଼େ ୧୧ଟାରେ ୪୦ ଟପିଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ୱର,୧୮।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଭୟଙ୍କର ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ...

ବିଜେଡିକୁ ଶକ୍ତ ଝଟ୍‌କା: ଶଙ୍ଖ ଛାଡି ହାତ ଧରିଲେ ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ

ଭୁବନେଶ୍ୱର,୧୮।୪: ପୂର୍ବତନ ବିଜେଡି ବିଧାୟକ ସିପ୍ରା ମଲ୍ଲିକ ଗୁରୁବାର ଶଙ୍ଖ ଛାଡି ହାତ ଧରିଛନ୍ତି। ସେ କଂଗ୍ରେସ ଭବନରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ସିପ୍ରା...

ଆଉ ୪ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର,୧୮।୪: କଂଗ୍ରେସ ପକ୍ଷରୁ ଓଡ଼ିଶାର ଆଉ ଚାରି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ମାହାଙ୍ଗା ପାଇଁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ...

ଟିକେଟ୍‌ ନ ମିଳିବାରୁ କାନ୍ଦିଲେ ସମୀର ଦାସ, ପୁଣିଥରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ନିବେଦନ

ଭୁବନେଶ୍ୱର,୧୮।୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପଶ୍ଚିମ ଓଡ଼ିଶାରେ ଓଲଟପାଲଟ ହେବ ସମୀକରଣ, ନବୀନଙ୍କ ସିକ୍ରେଟ ପ୍ଲାନ

ଭୁବନେଶ୍ୱର,୧୮।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri