୧୦୦୨ ହିତାଧିକାରୀଙ୍କୁ ଦିଆଗଲାଣି ପ୍ରାପ୍ୟ

କଟକ ଅଫିସ,୨୧ା୧: କଟକ ଜିଲା ଚୌଦ୍ୱାରସ୍ଥିତ ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍ସ (ଓଟିଏମ୍‌) ପୁନରୁଦ୍ଧାର ମାମଲାରେ ଅଦ୍ୟାବଧି ୧୦୦୨ ହିତାଧିକାରୀଙ୍କୁ ବକେୟା ଅର୍ଥ ପ୍ରଦାନ କରାଯାଇଥିବା ନେଇ ଅଫିସିଆଲ ଲିକ୍ୟୁଡେଟର ଶୁକ୍ରବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆସନ୍ତା ଫେବୃୟାରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଓଟିଏମ୍‌ ଶ୍ରମିକମାନଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟା ଗତ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଛି। ୨ ସପ୍ତାହ ମଧ୍ୟରେ ପ୍ରାପ୍ୟ ପ୍ରଦାନ ଶେଷ କରାଯିବ ବୋଲି ଅଫିସିଆଲ ଲିକ୍ୟୁଡେଟର ହିମାଂଶୁ ଶେଖର ହାଇକୋର୍ଟଙ୍କୁ ପୂର୍ବରୁ ଅବଗତ କରାଇଥିବାବେଳେ ଏପର୍ଯ୍ୟନ୍ତ ତାହା ଶେଷ ହୋଇନାହିଁ। ଏନେଇ ଶୁକ୍ରବାର ଶୁଣାଣି ସମୟରେ ଅଫିସିଆଲ ଲିକ୍ୟୁଡେଟର ଅଦାଲତଙ୍କୁ ଜଣାଇଛନ୍ତି ଯେ, ପ୍ରାପ୍ୟ ପ୍ରଦାନ ପାଇଁ ମୋଟ ୩୦୨୩ ହିତାଧିକାରୀଙ୍କୁ ନୋଟିସ ଦେବା କାର୍ଯ୍ୟ ଚାଲିଛି। ସେମାନଙ୍କ ମଧ୍ୟରୁ ୨୦୦୦ ହିତାଧିକାରୀଙ୍କୁ ନୋଟିସ ଦିଆଯାଇଛି। ୧୬୦୦ ଜଣ ନୋଟିସ ପାଇବା ପରେ ପ୍ରାପ୍ୟ ପାଇବା ପାଇଁ ଅଫିସିଆଲ ଲିକ୍ୟୁଡେଟର ନିକଟରେ ଦାଖଲ କରିସାରିଲେଣି। ୧୦୦୨ ଜଣ ବକେୟା ପ୍ରାପ୍ୟ ପାଇସାରିଲେଣି। ଆଉ ୨୦୦ ଜଣଙ୍କ ପ୍ରାପ୍ୟ ପ୍ରଦାନ ନିମନ୍ତେ ପ୍ରକ୍ରିୟା ଚାଲୁରହିଛି। ହେଲେ ୪୦୦ ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଛି। ପ୍ରମାଣପତ୍ର ଗ୍ରହଣ କରାଯାଇ ସେମାନଙ୍କ ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନ ନିମନ୍ତେ ଉଦ୍ୟମ କରାଯାଉଛି। ତେବେ ଅଦାଲତ ୧୦୨୬ ଜଣଙ୍କୁ ଏଯାଏ ନୋଟିସ ଦିଆଯାଇ ନ ଥିବା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେହି ହିତାଧିକାରୀଙ୍କ ଠିକଣାରେ ମିଳୁ ନ ଥିବା କାରଣରୁ ସେମାନଙ୍କୁ ନୋଟିସ ଦିଆଯାଇପାରୁନାହିଁ। ତେବେ ମୃତ ହିତାଧିକାରୀ ବା ଠିକଣାଜନିତ ଅସୁବିଧା ହେତୁ ନୋଟିସ୍‌ ଦିଆଯାଇପାରୁ ନ ଥିବା ହିତାଧିକାରୀଙ୍କ ସମ୍ପର୍କରେ ୩ ସପ୍ତାହ ମଧ୍ୟରେ ଅଦାଲତଙ୍କୁ ଅବଗତ କରାଯିବ ବୋଲି ଅଫିସିଆଲ ଲିକ୍ୟୁଡେଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri