ବୁଝାମଣା ପାଇଁ ରାଜି ଅଛୁ: ଶ୍ରୀୟା

କଟକ ଅଫିସ,୨୨।୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ପ୍ରସଙ୍ଗ ପୁଣିଥରେ ରୋଚକ ହୋଇଛି। ଶୁକ୍ରବାର ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ସୁନା ଗଣମାଧ୍ୟମରେ ବୟାନ ଦେଇ ଶ୍ରୀୟାଙ୍କୁ ଫେରାଇ ଆଣିବାକୁ ଚାହୁଁଛୁ ବୋଲି କହିଥିବାବେଳେ ଶନିବାର ଶ୍ରୀୟା ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ ବି କମ୍ପ୍ରମାଇଜ ବା ବୁଝାମଣା କରିବାକୁ ରାଜି ଅଛନ୍ତି କହିବା ସହ ସେପଟୁ (ହ୍ୟୁମାନଙ୍କ ପଟୁ) ସେତିକି ହାତ ବଢ଼ିବା ଦରକାର ବୋଲି କହିଛନ୍ତି। ଅପରପକ୍ଷରେ ୨ ଦିନର ମହଲତ ପରେ କଟକ ମହିଳା ଥାନାରେ ଉଭୟେ ହାଜର ହେବାକୁ ନିଷ୍ପତ୍ତି ହୋଇଥିବାରୁ ରବିବାର ସେମାନେ ହାଜର ହୋଇଥାନ୍ତେ। ହେଲେ ରବିବାର ସାପ୍ତାହିକ ଛୁଟିଦିନ ଓ ସୋମବାର ନେତାଜୀ ଜୟନ୍ତୀ ପାଇଁ ମୁଖ୍ୟମନ୍ତ୍ରୀ କଟକ ଆସୁଥିବାରୁ ପୋଲିସ ପକ୍ଷରୁ ମଙ୍ଗଳବାରକୁ ଏହି ମାମଲା ରଖାଯାଇଥିବା ସୂଚନା ମିଳିଛି।
ଶ୍ରୀୟାଙ୍କୁ ମନାଇବା ଲାଗି ହ୍ୟୁମାନ ଓ ତାଙ୍କ ମା’ ଶେଫାଳୀ ଶୁକ୍ରବାର ଗଣମାଧ୍ୟମରେ ଯେଉଁ ବୟାନ ଦେଇଥିଲେ, ତାହାକୁ ଶ୍ରୀୟା ପୁଣି ଥରେ ଖଣ୍ଡନ କରିଛନ୍ତି। କମ୍ପ୍ରମାଇଜ୍‌ ପାଇଁ ରାଜି ଅଛୁ କହିଥିଲେ ବି ତାଙ୍କର ମନର କଥାକୁ ନିଃସଙ୍କୋଚରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରିନାହାନ୍ତି। ହ୍ୟୁମାନ ଖ୍ରୀଷ୍ଟ୍ରିଆନ ହୋଇଥିବାବେଳେ ଶ୍ରୀୟା ହିନ୍ଦୁ ବ୍ରାହ୍ମଣ ପରିବାରର କନ୍ୟା। ଶ୍ରୀୟାଙ୍କ କହିବାନୁସାରେ ସେ ସିନ୍ଦୂର, ଅଳତା ପିନ୍ଧିବାକୁ ଚାହୁଁଥିବାବେଳେ ତାଙ୍କୁ ପିନ୍ଧିବାକୁ ଦିଆଯାଉ ନ ଥିଲା। ଜଗନ୍ନାଥଙ୍କୁ ପୂଜା କରିବା ଓ ଅବଢ଼ା ଖାଇବାକୁ ଚାହୁଁଥିବାବେଳେ ଶାଶୁଘରେ ମନା କରନ୍ତି। ଧର୍ମ ପରିବର୍ତ୍ତନ କରିବାକୁ ଶାଶୁଘର ଲୋକ ବାଧ୍ୟ କରନ୍ତି। ଶ୍ରୀୟାଙ୍କ କନ୍ୟାସନ୍ତାନକୁ ନେଇ ଶାଶୁଘର ଲୋକ ଖୁସି ନ ଥିବା ସେ କହିଛନ୍ତି। ଝିଅ ହେବାରୁ ଶାଶୁଙ୍କର ବହୁତ ଅବସୋସ ହୋଇଥିଲା। ହ୍ୟୁମାନ ବି ଖୁସି ନ ଥିଲେ। ଯେଉଁଥିପାଇଁ ସେ ଝିଅ ସହ ଭଲ ସମ୍ପର୍କ ରଖନ୍ତି ନାହିଁ ଓ ମାଡ଼ ମାରନ୍ତି। ଏହାବାଦ ଆମ ଦୁହିଁଙ୍କ ମଧ୍ୟରେ ତୃତୀୟ ଲୋକ ବି ଅଛନ୍ତି। ତୃତୀୟ ଲୋକଙ୍କ ସହ ତାଙ୍କ ସମ୍ପର୍କର ପ୍ରତ୍ୟକ୍ଷଦର୍ଶୀ ମୁଁ ନିଜେ। ହ୍ୟୁମାନ ଓ ତାଙ୍କ ମା’ ଉଭୟେ ନିର୍ଯାତନା ଦିଅନ୍ତି। ମୋ ସ୍ବାମୀ ଜଣେ ସେଲିବ୍ରିଟି। ସେ ଏବେ ବଡ଼ ଗାୟକ, ତାଙ୍କ ନଁାରେ ଏତେବଡ଼ ଅଭିଯୋଗ ଆଣିବି। ମୁଁ ଚାହୁଁ ନ ଥିଲି ତାଙ୍କ ନଁା ପଡୁ ବୋଲି। କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ଥାନାକୁ ଗଲି। ସେଦିନ ବି ମହିଳା ଥାନାରେ କାଉନ୍‌ସେଲିଂକୁ ଯାଇଥିବାବେଳେ ସାଙ୍ଗରେ ଏଫ୍‌ଆଇଆର୍‌ ନେଇଥିଲି। ମାତ୍ର ସେଠାରେ ଏସିପି ସାର୍‌ ବୁଝାଇବା ପରେ ଫେରାଇ ଆଣିଛି। ହ୍ୟୁମାନ ମୋତେ ସ୍ତ୍ରୀର ମାନ୍ୟତା ଦେଇ ଫେରାଇ ନେଲେ ମୁଁ ନିଶ୍ଚିତ ତାଙ୍କ ପାଖକୁ ଯିବି ବୋଲି ଶ୍ରୀୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri