ବାଲେଶ୍ୱର

ଟ୍ରକ ପଛକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ:୨୭।୧୨: ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି।…

କୋବି ଗୋଟାକୁ ୩ ଟଙ୍କା

ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍‌ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ ଓ ବନ୍ଧାକୋବି ଗୋଟାକୁ ୩ଟଙ୍କାରେ ବିକ୍ରି କରି ବ୍ୟାପକ କ୍ଷତି ସହୁଛି। ୧ ଏକର…

ଦୋଷୀଙ୍କୁ ୭ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୨୪।୧୨: ନାବାଳିକାଙ୍କୁ ବଳାତ୍କାର କରି ୭ ମାସ ଗର୍ଭବତୀ କରିବା ମାମଲାର ବିଚାର କରି ଶୁକ୍ରବାର ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ (ପୋକ୍‌ସୋ) ରଞ୍ଜନ କୁମାର ସୂତାର ଅଭିଯୁକ୍ତ ତାଙ୍କ ବଡ଼ବାପା ପୁଅଙ୍କୁ ଦୋଷୀ…

ନୀଳଗିରିରେ ହେବ ପଥର ଶିଳ୍ପ କରିଡର

ନୀଳଗିରି,୨୨।୧୨(ସ୍ବ.ପ୍ର): ଚମକିବ ନୀଳଗିରି ଉପଖଣ୍ଡରେ ଥିବା ପଥରଶିଳ୍ପ। ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜନ୍ମଦିନ ଅବସରରେ ବୁଧବାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଦର୍ଶନ କରିବାକୁ ଆସିଥିବାବେଳେ ଦୀର୍ଘଦିନ ଧରି ସନ୍ତରାଗଡି଼ଆ,…

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଜି

ବାଲେଶ୍ୱର ଅଫିସ, ୨୨।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ। ଶୋଭାରାମପୁରଠାରେ ଏକ ରେଲୱେ ଓଭରବ୍ରିଜ୍‌ (ଏଲ୍‌ସି-୭୯)ର ଉଦ୍‌ଘାଟନ ହେବା ସହିତ ୬୯ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ…

ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନ ଥିବା ଦର୍ଶାଇ ଜିଲାପାଳଙ୍କୁ ପତ୍ର

ବାଲେଶ୍ୱର ଅଫିସ, ୨୨।୧୨: ରେଳ ମନ୍ତ୍ରଣାଳୟର ସେଫ୍ଟି ସାର୍ଟିଫିକେଟ୍‌ ବିନା ରେଳ ଓଭରବ୍ରିଜ୍‌ର ଉଦ୍‌ଘାଟନକୁ ନେଇ ଜିଲା ପ୍ରଶାସନ ଓ ରେଲଓ୍ବେ ମଧ୍ୟରେ ବିବାଦ ଦେଖାଦେଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସି ଶୋଭାରାମପୁରଠାରେ ରେଲଓ୍ବେ ଓଭରବ୍ରିଜ୍‌ (ଏଲ୍‌ସି-୭୯) ଉଦ୍‌ଘାଟନ କରିବାର…

ପାଣି ପାଇଁ ଡହଳ ବିକଳ

ବାଲେଶ୍ୱର ଅଫିସ, ୨୧।୧୨: ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ଖେଦରପୁର ଓ ନାୟକସାହି ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ…

୩୭୧ ହିତାଧିକାରୀଙ୍କୁ ପୁଷ୍ଟି କିଟ୍‌

ବାଲେଶ୍ୱର ଅଫିସ,୨୦।୧୨: ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ପ୍ରଶାସନ ସହଯୋଗିତାରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ସହ ଯୋଡ଼ି ହୋଇଛି ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌)। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ‘ନି-କ୍ଷୟ ମିତ୍ର’ କାର୍ଯ୍ୟକ୍ରମକୁ ଲୋକାର୍ପଣ କରି ବିଭିନ୍ନ ଦିଗ…

୨୨ରେ ବାଲେଶ୍ୱର ଆସିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ଅଫିସ,୨୦।୧୨: ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଗସ୍ତରେ ଆସିବେ। ବିଭିନ୍ନ ବିଭାଗର ଉନ୍ନତିମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବାଲେଶ୍ୱର ପୋଲିସ ରିଜର୍ଭ ପଡ଼ିଆରେ ଅବତରଣ କରି ଆୟୋଜିତ ସମାବେଶରେ ଜିଲାବାସୀଙ୍କୁ…

ଗ୍ରୋସେରି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଲଙ୍ଗଳେଶ୍ୱର/ରୂପ୍‌ସା,୧୯।୧୨ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଦନେଇପୁର ଗ୍ରାମରେ ଥିବା ଏକ ଗ୍ରୋସେରି ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଲୁଟେରାମାନେ ଦୋକାନର କବାଟ ଭାଙ୍ଗି ଫ୍ରିଜ୍‌, ଇନଭର୍ଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଇଥିବା ଦୋକାନ…

ହଦଗଡ଼ ଅଭୟାରଣ୍ୟ ନିକଟରୁ ବେଆଇନ ଖନନ ପ୍ରସଙ୍ଗ: ଏନ୍‌ଜିଟିରେ ଦାଖଲ ହେଲା ତଦନ୍ତ ରିପୋର୍ଟ

କେନ୍ଦୁଝର,୧୮ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ କଣ୍ଟିଆପାଳ ମୌଜାରେ ବେଆଇନ ପଥର କ୍ୱାରୀକୁ ନେଇ ଏନ୍‌ଜିଟିରେ ତଦନ୍ତ ରିପୋର୍ଟ ଦାଖଲ ହୋଇଛି। ଇକୋ ସେନସିଟିଭ ଜୋନର ଚୂଡ଼ାନ୍ତ ବିଜ୍ଞପ୍ତି ନ ଆସିଲା ପର୍ଯ୍ୟନ୍ତ ଉକ୍ତ ଏରିଆରେ ଖଣି ଖନନ…

ନିଶରେ ଟ୍ରାକ୍ଟର ଟାଣି ଚର୍ଚ୍ଚାରେ ବାଲେଶ୍ୱରର ଶୁଭପ୍ରସାଦ

ବାଲେଶ୍ୱର ଅଫିସ, ୧୮।୧୨: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଭିଲ୍ଲା ଗ୍ରାମର ଶୁଭପ୍ରସାଦ ମଳିକ ନିଶରେ ଟ୍ରାକ୍ଟର ଟାଣି ଚର୍ଚ୍ଚାକୁ ଆସିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମମେଦିନୀପୁର ଜିଲା ସୁଲତାନପୁର ଅଞ୍ଚଳରେ ହେଉଥିବା ‘ନେତାଜୀ ମେଳା’ରେ ଶୁଭପ୍ରସାଦ ୪ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?