ସହରରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ୱର ଅଫିସ, ୧୧।୧: ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ୍‌ ବ୍ୟବସ୍ଥା। ଟ୍ରାଫିକ୍‌ ନିୟମ ଠିକ୍‌ ଭାବେ ପାଳନ ହେଉ ନ ଥିବା ବେଳେ ବେଆଇନ ପାର୍କିଂ ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଆମ୍ବୁଲାନ୍ସଠାରୁ ବିଭିନ୍ନ ଜରୁରୀସେବାରେ ବିଳମ୍ବ ହେଉଛି। ଏସବୁ ସମସ୍ୟାର ସମାଧାନ ନିମନ୍ତେ ସାମାଜିକ ସଙ୍ଗଠନ ‘ହେଲପିଂ ସୋସାଇଟି ବାଲେଶ୍ୱର’ର ସଦସ୍ୟମାନେ ବାଲେଶ୍ୱରର ନୂତନ ଏସ୍‌ପି ସାଗରିକା ନାଥଙ୍କୁ ଭେଟି ଲିଖିତ ଅବଗତ କରାଇଛନ୍ତି।
ଟ୍ରାଫିକ୍‌ ପୋଲିସ ନିୟମ ପାଳନ ଦିଗରେ ଯତ୍ନବାନ ହେଉନାହାନ୍ତି, ଟ୍ରାଫିକପୋଷ୍ଟରେ ଜୋବ୍ରାକ୍ରସିଂ ନ ଥିବାରୁ ଯିଏ ଯେମିତି ପାରୁଛି ଛିଡ଼ା ହେଉଛନ୍ତି, ଜରୁରୀକାଳୀନ ଲେନରେ ଯାନବାହନ ଜାମ୍‌ ହେଉଥିବାରୁ ଆମ୍ବୁଲାନ୍ସ ଯା’ଆସରେ ଅସୁବିଧା ହେଉଛି। ସିଗନାଲ ଲାଇଟ ବ୍ୟବସ୍ଥାରେ ଟାଇମର ନ ଥିବାରୁ କିଏ କେଉଁ ପଟେ କେତେବେଳେ ଚାଲିଆସୁଛି ଓ ଛୋଟବଡ଼ ଦୁର୍ଘଟଣା ଘଟୁଛି, ସିସିଟିଭି କେଉଁଠି ଖରାପ ହୋଇଗଲାଣି ତ କେଉଁଠି ଭାଙ୍ଗି ଖସିପଡ଼ିଲାଣି, ଫଳରେ ଅପରାଧ ନିୟନ୍ତ୍ରଣ ବଦଳରେ ଅଧିକ ହେଉଛି। ଫାଣ୍ଡିଛକରୁ ମୋତିଗଞ୍ଜ ଯାଏ ଥିବା ରାସ୍ତାରେ ମେଡିକାଲ ଥିବା ବେଳେ ଚିଡ଼ିଆପୋଲ ନିକଟରେ ବହୁ ଗାଡି ବେଆଇନ ଭାବେ ପାର୍କିଂ କରି ରାସ୍ତା ଉପରେ ରଖାଯାଉଛି। ଫଳରେ ରାସ୍ତା ଜାମ୍‌ ହେଉଛି, ଯଦ୍ୱାରା ଅନେକ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଯା’ଆସରେ ଅସୁବିଧା ଭଳି ବିଭିନ୍ନ ସମସ୍ୟା ଦେଖାଦେଉଛି। ଏସ୍‌ପିଙ୍କୁ ସାକ୍ଷାତ୍‌ ସମୟରେ ସଙ୍ଗଠନ ସଭାପତି ହ୍ରିତିକ୍‌ ନାୟକ, ଉପସଭାପତି ଜୀବନ ସଂଗ୍ରାମ ମିଶ୍ର ଓ ସଭାପତି ଶେଖ୍‌ ନାଜିମ୍‌, ସାଧାରଣ ସମ୍ପାଦକ ଅରୁପ ସାହୁ, ରଜତ ଘଡ଼େଇ, ଦିବ୍ୟରଞ୍ଜନ୍‌ ଦାଶ, ସୁମିତ ରଞ୍ଜନ କର ଓ ସମ୍ପାଦକ ପଙ୍କଜ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri