ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୩।୧( ଉତ୍କଳବନ୍ଧୁ ପଣ୍ଡା): ଆଉ ଦିନକ ପରେ ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଲୋକସଜ୍ଜାରେ ଝଲସି ଉଠୁଛି କୁପାରୀ। ମେଳା ଯଜ୍ଞ ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ କିପରି ଆୟୋଜନ କରାଯାଇପାରିବ ସେଥିପାଇଁ କମିଟି କର୍ମକର୍ତ୍ତାମାନେ ଦିନରାତି ଏକ କରିଦେଇଛନ୍ତି। ମେଳା ଆରମ୍ଭ ସମ୍ପର୍କରେ କୁହାଯାଏ ସ୍ବାଧୀନତା ପୂର୍ବରୁ କୁପାରୀ ୩ ଶାସକଙ୍କ ଅଧୀନରେ ଥିଲା। ଗୋଟିଏ ଅଂଶ ନୀଳଗିରି ଗଡଜାତ ରାଜାଙ୍କ ଅଧୀନରେ ଥିବା ଅନ୍ୟ ଏକ ଅଂଶ ଶାସକ ରନତ୍ାକର ବାବୁଙ୍କ କଚେରୀ ଅଧୀନରେ ଏବଂ ଶେଷ ଭାଗ ଖାସମାହାଲ ଶାସକଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଘଟଣାକ୍ରମେ ୧୯୩୭ ମସିହାରେ ଡାହି ତିଶଳପୁର ଗ୍ରାମର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ବିବାଦୀୟ ମାମଲାରେ ଜଡିତ ହେବା ମୀମାଂସା ପରେ ତାଙ୍କ ନିକଟରୁ ୩ଶହ ଟଙ୍କା ଆଦାୟ କରାଯାଇଥିଲା। ଖାସମାହାଲ ଅଧୀନରେ ଥିବା ଜାଗା(ବର୍ତ୍ତମାନର ମେଳାସ୍ଥାନ)ରେ ମକର ମେଳା ଆରମ୍ଭ ପାଇଁ ତତ୍କାଳୀନ ତହସିଲଦାର ନାରାୟଣ ଲେଙ୍କାଙ୍କ ପ୍ରଚେଷ୍ଟାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ଦିବଙ୍ଗତ ବନମାଳୀ ମହାପାତ୍ର, ସଚ୍ଚିଦାନନ୍ଦ ମହାପାତ୍ର, ହାଡିବନ୍ଧୁ ଜେନା, ଭୋଗିରାମ ମୁଖୀଙ୍କ ସମେତ ଆହୁରି ଅନେକ ବ୍ୟକ୍ତି ସହଯୋଗ କରିଥିଲେ। ନିଜେ ତହସିଲଦାର ଗଙ୍ଗାସାଗରରୁ ମାଟି ଆଣବା ପରେ ଟିକିରା ପ୍ରତିଷ୍ଠା କରି କପିଳମୁନୀଙ୍କ ମାଟି ମୂର୍ତ୍ତୀ ରଖି ମୀମାଂସ ଏବଂ ବିଭିନ୍ନ ଗ୍ରାମରୁ ସଂଗ୍ରହୀତ ଅର୍ଥରେ ପୂଜା ହୋଇଥିଲା। ପ୍ରଥମେ ଏହା ଗଡପୋଖରୀ ପଞ୍ଚାୟତ ଅଧୀନରେ ଥିବା ବେଳେ ପରବର୍ତ୍ତୀ ସମୟରେ କୁପାରୀ ପାଠାଗାର ଅଧୀନକୁ ଆସିଥିଲା। ତା’ପରେ ଗ୍ରାମ କମିଟିକୁ ହସ୍ତାନ୍ତର କରାଯାଇଥିଲା। ଏବେ ମେଳାର କଳେବର ଯଥେଷ୍ଟ ବଢିଯାଇଥିବା ବେଳେ ବିଗତ ଦିନରେ ସ୍ବର୍ଗତ ଗଜେନ୍ଦ୍ର ରାଉତ, ପରେ ଗଜେନ୍ଦ୍ର ଦାସ ଏବଂ ବର୍ତ୍ତମାନ ଅମ୍ବିକାର ଆଶ୍ରମର ମହନ୍ତ ଶୁଭେନ୍ଦୁ ମୁନୀ ଓ ଯୁବନେତା ଜୟନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୯ବର୍ଷ ଧରି ମେଳା ଧୁମଧାମରେ ପାଳିତ ହୋଇଆସୁଛି। ବିଶେଷକରି ଚଳିତ ବର୍ଷ ୧୯ରୁ ୪ଦିନ ଧରି ଚାଲିବାକୁ ଥିବା ମହୋତ୍ସବ ଦର୍ଶକଙ୍କୁ ଭରପୂର ଆମୋଦପ୍ରମୋଦ ଦେବ ବୋଲି କମିଟି ସଭ୍ୟମାନେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri