ଆସ୍ଥାନ ଜମେଇଲେଣି ନାଗା ସନ୍ନ୍ୟାସୀ

ଭୋଗରାଇ, ୧୦।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପରେ ଏବେଠୁ ଜମିଉଠିଛି ସାଗରମେଳା। ଏହି ମେଳାକୁ ଲକ୍ଷାଧିକ ପୁଣ୍ୟାର୍ଥୀ ଆଗମନରେ ସୂଚନା ମିଳିବା ପରେ ପ୍ରଶାସନ ତପତ୍ର ହୋଇପଡ଼ିଛି। କୋଲକାତା ଗଙ୍ଗା ନଦୀ ବାବୁଘାଟ, ଧର୍ମତଳା, ସିଆଲଦାଠାରେ ଗଙ୍ଗାସାଗରକୁ ଆଗତ ତୀର୍ଥଯାତ୍ରୀମାନେ ବିଭିନ୍ନ ସ୍ବେଚ୍ଛାସେବୀ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ରବିବାରଠାରୁ ସାଗରମେଳା ଆରମ୍ଭ ହୋଇଥିବା ବେଳେ ଗଙ୍ଗାସାଗର ପ୍ରବେଶ ପଥ କଚୁବେଡ଼ିଆ, ଚେମାଗଡ଼ି, ଲଟ୍‌ ନଂ.୮, କାକଦ୍ୱୀପ ଓ ନାମଖାନାରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଉଛି। କଚୁବେଡ଼ିଆରୁ ଗଙ୍ଗାସାଗର ୨୯କି.ମି. ଓ ଚେମାଗଡ଼ିରୁ ଗଙ୍ଗାସାଗର ୧୦କି.ମି. ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ସକାଶେ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ସହିତ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଉଛି। ଦୁଇଦିନ ମଧ୍ୟରେ ଗଙ୍ଗାସାଗରକୁ ୫୦ହଜାରରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ସମୁଦ୍ରସ୍ନାନ କରିବା ସହିତ ପ୍ରସିଦ୍ଧ କପିଳମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘର ବାହୁଡ଼ା ହୋଇଥିବା ଜିଲା ଶାସକ ସୁମିତ ଗୁପ୍ତା ଧରିତ୍ରୀକୁ ସୂଚନା ଦେଇଛନ୍ତି। ଗଙ୍ଗାସାଗର ମେଳାରେ ବହୁ ଧର୍ମୀୟ ଅନୁଷ୍ଠାନରେ ସାଧୁ, ସନ୍ଥ ଓ ନାଗା ସନ୍ନ୍ୟାସୀମାନେ ଆସ୍ଥାନ ଜମାଇଛନ୍ତି। କଡ଼ା ନିରାପତ୍ତା ମଧ୍ୟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ବାସସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି। ଗଙ୍ଗାସାଗର ମେଳାକୁ ଆଗତ ତୀର୍ଥଯାତ୍ରୀଙ୍କ ସକାଶେ କଚୁବେଡ଼ିଆ, ଚେମାଗଡ଼ିରୁ ଶତାଧିକ ବସ୍‌ ଓ ଅନ୍ୟାନ ଯାତ୍ରୀବାହୀ ଗାଡ଼ି ଉପଲବ୍ଧ ହୋଇଛି। ମେଳାକୁ ପ୍ଲାଷ୍ଟିକମୁକ୍ତ, ସ୍ବଚ୍ଛ ଓ ସତେଜ ରଖାଯିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ମେଳାରେ କୌଣସି ଆମତ୍ୀୟସ୍ବଜନ ନିଖୋଜ ହେଲେ ସାଗରବନ୍ଧୁ ନାମିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନଜର ରଖିବା ସହିତ ସୂଚନା କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ ତାଙ୍କ ସ୍ତ୍ରୀ ଗଙ୍ଗାସାଗରରେ ଦୁଇଦିନ ଅବସ୍ଥାନ କରି କୋଲକାତା ଫେରିଥିବା ସୂଚନା ମିଳିଛି। ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମତ୍‌ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗାସାଗରକୁ ଯାଉଥିବା ଆଦିତ୍ୟବାହିନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri