ରୂପସା,୧୦।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକା ବୀଣାପାଣି ପ୍ରଧାନଙ୍କୁ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୧/ଏସ୍ଏସ୍ଡବ୍ଲ୍ୟୁ/୩.୧.୨୩ ଅନୁଯାୟୀ କାର୍ଯ୍ୟରୁ ବହିଷ୍କାର (ଅନ୍ତର) କରାଯାଇଛି। ଏ ସମ୍ପର୍କରେ ବସ୍ତା ସିଡିପିଓଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୩/୭.୧.୨୩ ଦ୍ୱାରା ଉକ୍ତ ସହାୟିକାଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାର ଏକକିତା ନକଲ ସମାଜ ମଙ୍ଗଳ ଅଧିକାରିଣୀ, ମହିଳା ପରିଦର୍ଶିକା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ଏହି ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଭିଭାବକ ଓ ଗ୍ରାମବାସୀ ଗତ ଡିସେମ୍ବର ୧୬ ତାରିଖରେ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏ ସମ୍ପର୍କରେ ଅନ୍ୟ ଆବେଦନକାରୀ ପ୍ରାର୍ଥତ୍ନୀଙ୍କ ସମେତ ଅଭିଭାବକ ଓ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ ଓ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ନିଯୁକ୍ତି ଘଟଣାର ତଦନ୍ତ ପରେ ଉକ୍ତ ସହାୟିକାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
୪ ବର୍ଷ ଧରି ପାଚିକା ପଦବୀ ଖାଲି ପଡ଼ିଥିଲା। ୨୦୨୦ ଡିସେମ୍ବରରେ ପାଚିକା ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପାଚିକା ପାଇଁ ଗୀତା ସିଂ, ରେଖା ସିଂ ଓ ବୀଣାପାଣି ପ୍ରଧାନ ଆବେଦନ କରିଥିଲେ। ଗତ ନଭେମ୍ବର ୧୯ ତାରିଖରେ ଏହି କେନ୍ଦ୍ରରେ ପାଚିକା ଚୟନ ନିମନ୍ତେ ବିଭାଗ ପକ୍ଷରୁ ବୈଠକ ହୋଇଥିଲା। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦର୍ଶାଇ ପରବର୍ତ୍ତୀ ପର୍ଯ୍ୟାୟରେ ଚୟନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ବ୍ୟାପକ ଅର୍ଥ କାରବାର ହୋଇ ଗତ ଡିସେମ୍ବର ୧୫ ତାରିଖରେ ବସ୍ତା ବ୍ଲକ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଡକାଯାଇ ବିଭାଗ ପକ୍ଷରୁ ଅକସ୍ମାତ ପରୀକ୍ଷା କରାଯାଇ ବୀଣାପାଣି ପ୍ରଧାନଙ୍କୁ ସହାୟିକା ଭାବେ ଚୟନ କରାଯିବାକୁ ବିରୋଧ ହୋଇଥିଲା।
ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ତଦନ୍ତ ପରେ ଅଙ୍ଗନୱାଡ଼ି ସହାୟିକାଙ୍କୁ ବହିଷ୍କାର
Posted inଆମ ଜିଲା ଖବର, ବାଲେଶ୍ୱର View All

୧୪୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ
ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇଛି। ୧୪୫ ଲିଟର ଦେଶୀ ଚୋରାମଦ ପୋଲିସ ଜବତ...

ସୁସ୍ଥ ହେଲେ ଓଡ୍ରାଫ୍ର ୧୩ କର୍ମଚାରୀ
ଛତ୍ରପୁର,୫ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ...

୫-ଟି ସଚିବଙ୍କ ଅଚାନକ ଭୋଗରାଇ ଗସ୍ତ
ଭୋଗରାଇ, ୧୦।୨(ଡି.ଏନ.ଏ): ୫-ଟି ସଚିବ ଭି.କେ. ପାଣ୍ଡିଆନ ସୋମବାର ଅଚାନକ ବାଲେଶ୍ୱର ଜିଲା ଭୋଗରାଇ ଗସ୍ତ କରିଛନ୍ତି। ସକାଳ ୧୦.୩୦ରେ ତାଳସାରିରେ ସଚିବଙ୍କ ହେଲିକପ୍ଟର ଅବତରଣ...

୧୫ ଦିନ ଅନ୍ଧାରରେ ଖୁଣ୍ଟାପଡ଼ାବାସୀ
ପାଟଣା,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ୧୫ ଦିନ ହେବ ୨୫ କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ିଯିବା...

ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ଜବତ କଲା ଛେଣ୍ଡିପଦା ପୋଲିସ
ଛେଣ୍ଡିପଦା,୧।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ କର୍ଣ୍ଣପାଳ କଦମଘାଟ ନିକଟରେ ଶୁକ୍ରବାର ବନବିଭାଗ ଓ ଛେଣ୍ଡିପଦା ପୋଲିସ ମିଳିତ ଚଢ଼ାଉ କରି ବ୍ୟାପକ...

ମହୁଲଫୁଲ ସଂଗ୍ରହ କରୁଥିବା ବେଳେ ପିଟିଲା ବାଇକ୍, ଚାଲିଗଲା ୨ ଜୀବନ
ଠାକୁରମୁଣ୍ଡା,୧୫ା୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ଶୁକ୍ରବାର ସକାଳେ ରାସ୍ତା ପାର୍ଶ୍ୱରେ ଜଣେ ବୃଦ୍ଧଙ୍କୁ ଏକ ବାଇକ୍ ଧକ୍କା ଦେବାରୁ...

ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍ରେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ଘଟଣା: ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ
କେନ୍ଦୁଝର,୨୫ା୧(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଘଟିଥିବା ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର ଘଟଣାକୁ ନେଇ ଜାତୀୟ ମାନାବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ଗତ...

୭ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ସହ ଦୁର୍ବୃତ୍ତ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା
ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଣୀପଦ୍ମାବତୀ ସାହିରୁ ବୁଧବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି ହୋଇଥିବାର ଜଣାପଡ଼ିଛି । ଘରମାଲିକ ରଞ୍ଜନ...