ଆଜିଠୁ ଗଙ୍ଗାସାଗର ମେଳା

ଭୋଗରାଇ, ୮।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପର ଗଙ୍ଗାସାଗର ମେଳା ରବିବାରଠାରୁ ସରକାରୀ ଭାବେ ଶୁଭାରମ୍ଭ ହେବ। କୋଭିଡ୍‌ ସଂକ୍ରମଣକୁ ସତର୍କ ଦୃ୍‌ଷ୍ଟିରେ ରଖି ଏହି ପ୍ରସିଦ୍ଧ ମେଳାରେ ବ୍ୟାପକ ସାନିଟାଇଜେଶନ୍‌ କରାଯିବା ସହିତ ମେଳାକୁ ତୀର୍ଥଯାତ୍ରୀଙ୍କ ସକାଶେ ପ୍ରତ୍ୟେକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଗଙ୍ଗାସାଗରରେ ଲକ୍ଷାଧିକ ତୀର୍ଥଯାତ୍ରୀଙ୍କ ନିମନ୍ତେ ୧୧ଲକ୍ଷରୁ ଊର୍ଦ୍ଧ୍ୱ ଶୌଚାଗାର ସହ ଲକ୍ଷାଧିକ ବାସସ୍ଥାନ, ଅସ୍ଥାୟୀ ହୁଗୁଳା ଘର ନିର୍ମାଣ ହୋଇଛି। ଭାରତର ବିଭିନ୍ନ ରାଜ୍ୟରୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆଗମନର ସୂଚନା ମିଳିବା ପରେ ପ୍ରଶାସନ ତପତ୍ର ହୋଇପଡ଼ିଛି।
ସାଗର ମେଳା ପ୍ରବେଶ ପଥରେ ମେଟାଲ୍‌ ଡିଟେକ୍ଟର ସହ ଲଟ ନଂ.-୮, ନାମଖାନା, କାକଦ୍ୱୀପ, କଚୁବେଡ଼ିଆ, ଚେମାଗଡ଼ି, ଭାରତ ସେବା ଶ୍ରମ ସଂଘ ଶଙ୍କରାଚାର୍ଯ୍ୟ ଆଶ୍ରମ, କପିଳମୁନି ମନ୍ଦିର ଏବଂ ଭିଆଇପି ସ୍ଥାନଗୁଡ଼ିକରେ ୧୧୫୦ଟି ସିସି କ୍ୟାମେରା, ୨୨ଟି ଡ୍ରୋନ୍‌, ୪ଟା ଜଳ ଆମ୍ବୁଲାନ୍ସ, ଗୋଟିଏ ଆକା ପଥ ଆମ୍ବୁଲାନ୍ସ, ୮ହଜାରରୁ ଉର୍ଦ୍ଧ୍ୱ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ଼, ସହ ସାଗର ବନ୍ଧୁ ନାମିତ ୮ଶହ ଜଣିଆ ଟିମ୍‌ ପ୍ରସ୍ତୁତ ରହି ପୁଣ୍ୟାର୍ଥୀଙ୍କୁ ସାହାଯ୍ୟ ସହଯୋଗ ଓ ନଜର ରଖାଯାଇଥିବାର ଜିଲାପାଳ ସୁମିତ ଗୁପ୍ତା ‘ଧରିତ୍ରୀ’କୁ ସୂଚନା ଦେଇଛନ୍ତି। ଏଥିସହିତ କୋଲକାତାରୁ ଗଙ୍ଗାସାଗର ତୀର୍ଥଯାତ୍ରୀଙ୍କ ପାଇଁ ୨ହଜାର ବସ୍‌, ଜଳପଥ ମୁଡ଼ିଗଙ୍ଗା ନଦୀ ପାର ହେବାକୁ ୧୦୦ଟି ଲଞ୍ଚ, ୩୨ଟି ଭେସେଲ୍‌ର ବ୍ୟବସ୍ଥା କରାଯାଇଛି।
ମେଳା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୨ଟି ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ବେଳେ ସୁନ୍ଦରବଣ ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବଙ୍କିମ ହାଜିରାଙ୍କୁ ଦାୟିତ୍ୱ ଦେଇଛନ୍ତି। ଏବେଠୁ ଗଙ୍ଗାସାଗର ମେଳାରେ ବହୁ ସାଧୁ, ସନ୍ଥ, ସନ୍ୟାସୀଙ୍କ ଆଗମନ ହୋଇଥିବା ବେଳେ ମେଳାର ୫ଟି ସ୍ଥାନରେ ୨୪ ଘଣ୍ଟିଆ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଛି। ୪କିମି ବ୍ୟାସାର୍ଦ୍ଧ ଗଙ୍ଗାସାଗର ବେଳାଭୂମିକୁ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି। ମେଳାରେ ତୀର୍ଥଯାତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଘଟିଲେ ୫ ଲକ୍ଷ ଟଙ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରସଲପୁର-ମୟାଗାଲିନୀ ଯାତ୍ରୀବାହୀ ଲଞ୍ଚ ଫେରିଘାଟ ସୋମବାର ଠାରୁ ସରକାରୀ ଭାବେ ବନ୍ଦ କରାଯାଇଛି। ଏହି ପ୍ରସିଦ୍ଧ ମେଳା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ପଥଚାରୀଙ୍କୁ ପିଟିଦେଲା ବାଇକ୍‌: ପରିବହନ ବିଭାଗ କ୍ୟାମେରା ଆଗରେ ଘଟିଲା…

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଲାସପଦର ଛକ ନିକଟରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏକ ବାଇକ ଚାଳକ ଜଣେ ପଥଚାରୀଙ୍କୁ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri