ଡ୍ରୋନ୍‌ ସହାୟତାରେ ବିଦ୍ୟୁତ୍‌ ମିଟର ରିଡିଂ

ସୋର,୯ା୧(ଡି.ଏନ୍‌.ଏ): ଟିପିଏନ୍‌ଓଡିଏଲ ପକ୍ଷରୁ ସୋର ବିଦ୍ୟୁତ୍‌ ସବ୍‌ଡିଭିଜନ ଅନ୍ତର୍ଗତ ମଙ୍ଗଳପୁର ଶ୍ରୀନିବାସ କଲେଜ ପଡ଼ିଆଠାରେ ପ୍ରଥମ କରି ବିଦ୍ୟୁତ୍‌ ମିଟର ରିଡ଼ିଂ ପାଇଁ ପରୀକ୍ଷାମୂଳକ ଭାବେ ଡ୍ରୋନ୍‌ ଉଡ଼ାନ କରାଯାଇଛି। ୧୦ କି.ମି. ପରିଧି ମଧ୍ୟରେ ମିଟର ରିଡିଙ୍ଗ କରିବା ସହିତ ଆକାଶରେ ୮୦ ମିଟର ଦୂରରୁ ଥାଇ ଏହି ଡ୍ରୋନ୍‌ ଜଙ୍ଗଲ, ଅନ୍ଧାରୁଆ, ଜଳଘେର ଭିତରେ ରହିଥିବା ମିଟରରୁ ଜିପିଏସ୍‌ ସହାୟତାରେ ସଠିକ୍‌ ମିଟର ରିଡିଙ୍ଗ କରିବାର କ୍ଷମତା ରହିଥିବା ଉପସ୍ଥିତ ଅଧିକାରୀମାନେ ସୂଚନା ଦେଇଛନ୍ତି। କଲେଜ ପଡ଼ିଆରେ ଉଡ଼ିବା ଆରମ୍ଭ କରିଥିବା ଏହି ଡ୍ରୋନ୍‌ ସଫଳତାର ସହିତ ଶିଙ୍ଗାଖୁଣ୍ଟା, ମାଣିପୁର, ଗୋପୀନାଥପୁର, ଜଡ଼ିଦା ଏବଂ ମହୁମୁହାଣ ପଞ୍ଚାୟତରେ ଥିବା ମିଟରଗୁଡ଼ିକର ରିଡିଙ୍ଗ କରିଥିଲା। ଏହି ପରୀକ୍ଷଣ ବେଳେ କାଯର୍‌ୟନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ପାଣି, ଲାଇନମ୍ୟାନ ପର୍ଶୁରାମ ନାୟକ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଏବଂ ଟାଟାର ଇଞ୍ଜନିୟମାନେ ଉପସ୍ଥିତ ରହିଥିଲେ। ପରବର୍ତ୍ତୀ ସମୟରେ ଏହି ଡ୍ରୋନ୍‌ ସହାୟତାରେ ବିଦ୍ୟୁତ୍‌ ଚୋରିକୁ ରୋକିବାପାଇଁ ବ୍ୟବହାର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା  

ପୁରୀ ଅଫିସ,୧୩ା୬: ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଶନିବାର ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ସମ୍ପର୍କୀୟମାନେ...

ଦୁଇ ଫେରାର ଅପରାଧୀଙ୍କୁ ପଳାତକ ଘୋଷଣା

ପୁରୁଷୋତ୍ତମପୁର,୫।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ରାମରେ ଥିବା ଅପରାଧୀଙ୍କୁ ଦମନ ଲାଗି ଚଢ଼ାଉ ଜାରି ରହଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ...

ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ...

ବିଶାଖା ଏକ୍ସପ୍ରେସ ଦୁଇଭାଗ ହୋଇ ଗଡ଼ିଲା: ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ

ବାଲୁଗଁ।,୩ା୧୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁା-ଚିଲିକା ଷ୍ଟେଶନ ମଧ୍ୟସ୍ଥ ବଡକୁଳ ଲେଭଲ କ୍ରସିଂଠାରେ ଶନିବାର ପୂର୍ବାହ୍ନରେ ବିଶାଖା ଏକ୍ସପ୍ରେସ ଟ୍ରେନ ଚଳନ୍ତା ଅବସ୍ଥାରେ...

ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ: ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ସାମୂହିକ ଭାବେ ହଟିଲା

ଆନନ୍ଦପୁର,୫।୧୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମହାବିଦ୍ୟାଳୟରେ ରହିଥିବା କେତେକ ମୌଳିକ ସମସ୍ୟାର ସମାଧାନ ପାଇଁ ପୂର୍ବରୁ...

ଏହି ଜିଲାକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନବରଙ୍ଗପୁର,୨୪।୩: ମାଲକାନଗିରି ଜିଲା ପରେ ରାଜ୍ୟର ନବରଙ୍ଗପୁରର ଜିଲାରେ ଗୁରୁବାରଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ...

କୋଭିଡ୍‌ ଫଣ୍ଡକୁ ୬.୩୪ ଲକ୍ଷ ସହାୟତା

ହିଞ୍ଜିଳିକାଟୁ,୨୫ା୪(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

ନୀଳଗିରି ଏନ୍‌ଏସି ତରଫରୁ ବିଶୋଧନ ହେଲା

ସଜନାଗଡ଼, ୨।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି...

Advertisement
Archives

Model This Week