କୁଲଡିହାରେ ୩ ପ୍ରଜାତିର ବିଦେଶୀ ପକ୍ଷୀ

ନୀଳଗିରି, ୧୨।୧(ସ୍ବ.ପ୍ର.): ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟକୁ ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା, ସେମାନେ କେଉଁ ପ୍ରଜାତିର ଓ ତାଙ୍କର ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତବର୍ଷ ମଧ୍ୟ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି। କୁଲଡିହାକୁ ୩ପ୍ରଜାତିର ବିଦେଶୀ ପକ୍ଷୀ ଗ୍ରେହେଡେଡ୍‌ ଫିସ ଇଗଲ, ଗ୍ରେହେଡେଡ୍‌ ଲାପୁଇଂ, ବ୍ଲାକ ହେଡେଡ୍‌ ଆଇବିସ ଆସିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବାଲେଶ୍ୱର ଡିଏଫ୍‌ଓଙ୍କ ନିର୍ଦ୍ଦେଶ ଓ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଅଭୟାରଣ୍ୟ ଭିତରେ ଥିବା ରିଷିୟା ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ସିନ୍ଦୁଆ, ତେଣ୍ଡା ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୪ଟି ଟିମ୍‌ ଦ୍ୱାରା ବୁଧବାର ପୂର୍ବାହ୍ନ ୬ଟାରୁ ପକ୍ଷୀଗଣନା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ, ସାମାଜିକ କର୍ମୀ ଅସିତ୍‌ ପ୍ରଧାନ, ସୁରେଶ କୁମାର ଭୋଳ, ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଶୁଭସ୍ମିତା ମଲ୍ଲିକ, ପାଏଲ୍‌ ଜେନା ଓ ଭୁବନେଶ୍ୱର ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟରୁ ଅର୍ପିତା ଘୋଷ, ଅଙ୍କିତା ଦାସ, ସଙ୍ଗୀତା ଦାସ ନାମକ ଛାତ୍ରୀଛାତ୍ରଙ୍କ ସହ ଫରେଷ୍ଟର ଉମାକାନ୍ତ ଜେନା, ଭାଗ୍ୟଶ୍ରୀ ଦ୍ୱିବେଦୀ, ପଦ୍ମାବତୀ ବେହେରା ଓ ଫରେଷ୍ଟଗାର୍ଡ, ସବୁଜବାହିନୀ ପକ୍ଷୀଗଣନାରେ ସାମିଲ ହୋଇଥିଲେ। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଉଦରଦଳିଆ ଆଦି ୪୭ ପ୍ରଜାତିର ଦେଶୀ ପକ୍ଷୀ ଓ ୩ ପ୍ରଜାତିର ନୂତନ ବିଦେଶାଗତ ପକ୍ଷୀ ଆସିଥିବା ଜଣାପଡ଼ିଛି। ତେବେ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ହ୍ରଦ ମଧ୍ୟରେ ଜଳ କମ୍‌ ଥିବାରୁ ବିଦେଶାଗତ ପକ୍ଷୀ ସଂଖ୍ୟା କମିଥିବା ବନବିଭାଗର ରିପୋର୍ଟରୁ ଜଣାପଡ଼ିଛି। ଅନୁରୂପ ଭାବେ ନୀଳଗିରି ବନ ବିଭାଗ ଅଧୀନ ପଦ୍ମତୋଳାଠାରେ ନୀଳଗିରି ରେଞ୍ଜର ଆଇଶା ଅକତାରି ନିଶାଙ୍କ ନିର୍ଦ୍ଦେଶରେ ଫରେଷ୍ଟର, ଫରେଷ୍ଟଗାର୍ଡ, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଜାତୀୟ ପଞ୍ଚାୟତରାଜ ଦିବସ : ଅନ୍ତଦୋୟ ଗୃହ ଯୋଜନାରେ ୧୬୪ ହିତାଧିକାରୀଙ୍କୁ  କାର୍ଯ୍ୟାଦେଶ

ଦାରିଙ୍ଗବାଡ଼ି,୨୪।୪(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ,…

ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…

ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍‌ସିଏଲ୍‌ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍‌ଏଫ୍‌)…

କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ:   ମହାମାୟୀ ଟିମ୍ ଚାମ୍ପିୟନ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି…

ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର

ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ…

ଦିଗପହଣ୍ଡିରେ ଜାତୀୟ ପଞ୍ଚାୟତରାଜ ଦିବସ: ପାଳିତ ବ୍ଲକ ପ୍ରଶାସନ ପକ୍ଷରୁ ୧୦ ସରପଞ୍ଚ ପୁରସ୍କୃତ 

ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଜାତୀୟ ପଞ୍ଚାୟତରାଜ ଦିବସ ମହାସମାରୋହରେ ପାଳନ କରାଯାଇଛି । ରାଜ୍ୟ ପଞ୍ଚାୟତରାଜ…

୨ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପ୍ରତିବାଦ କରିବାରୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସିମନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୨ ଜଣ ଯୁବକ ବାଇକରେ ଆସି ପ୍ରାୟ ୨ ଘଣ୍ଟା ଧରି ଉତ୍ପାତ ଚଳାଇଥିଲେ।…

ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ମହିଳା: ଏକୁଟିଆପାଇ ଟଣାଓଟରା କଲେ, ଏବେ ଥାନାରେ…

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗ୍ରାମର ଦୂର୍ଯ୍ୟ ବେହେରା ଅସଦାଚରଣ କରିବା ସହ ତଳେ ପକାଇ…

ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri