ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ଅନୁଗୋଳ ଅଫିସ,୧।୨ ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଅନୁଗୋଳ ଜିଲାର ବିଭିନ୍ନ ମହାବିଦ୍ୟାଳୟ ଛାତ୍ରମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଛାତ୍ରମାନେ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏଯାଏ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ହେଲେ ସଂକ୍ରମଣ ବଢିବା ସହିତ ପିଲାଙ୍କ ଜୀବନହାନି ହେବାର ସମ୍ଭବନା ରହିଛି। ତେଣୁ ତୁରନ୍ତ ପରୀକ୍ଷା ବାତିଲ କରିବାକୁ ଛାତ୍ରମାନେ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରନେତା ପ୍ରଦ୍ୟୁମ୍ନ ସାହୁ ଏବଂ ଜିଲା ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ମାନସ ରଞ୍ଜନ ବିଶ୍ୱାଳ ଓ ଦିବ୍ୟ ରଞ୍ଜନ ବାରିକ, ଅଭିନ ପଟ୍ଟନାୟକ, ସୌମ୍ୟରଞ୍ଜନ ସାହୁ, ଅଶ୍ୱିନୀ ସାହୁ, ପ୍ରକାଶ ସାହୁ, ଅମରେନ୍ଦ୍ର ପ୍ରଧାନ, ତୋଫାନ ନାୟକ, ତପନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ତୁରନ୍ତ ପରୀକ୍ଷା ବାତିଲ କରା ନ ଗଲେ ଛାତ୍ର କଂଗ୍ରେସ ଜିଲାରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଛାତ୍ର କଂଗ୍ରେସ ନେତା ପ୍ରଦ୍ୟୁମ୍ନ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡାରୁ ମିଳିଲା ମାଓବାଦୀ ପୋଷ୍ଟର

ଚିତ୍ରକୋଣ୍ଡା,୭।୬: ଦୀର୍ଘ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଟନେଲ କ୍ୟାମ୍ପ ମୁଖ୍ୟ ରାସ୍ତାରୁ ସୋମବାର ମାଓବାଦୀଙ୍କ ଏକ ଧମକପୂର୍ଣ୍ଣ ପୋଷ୍ଟର ମିଳିଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି: ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଖାରଜ

କଟକ ଅଫିସ, ୩।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ଦୁର୍ନୀତି ମାମଲା ରୁଜୁ କରିଛି। ତେଣୁ ଅଭିଯୋଗକାରୀଙ୍କୁ ମାମଲାର ତଦନ୍ତଭାର ଦିଆଯାଇପାରିବ ନାହିଁ...

ମହାପ୍ରଭୁ ପରୀକ୍ଷା ନେଲେ: ଗଜପତି

ପୁରୀ ଅଫିସ, ୨୪ା୬: ଲକ୍‌ଡାଉନ କଟକଣା ଯୋଗୁ ସ୍ନାନବେଦିକୁ ଛେରା ପହଁରା କରିବାକୁ ଯାଇ ନ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜାଙ୍କ...

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ଯାତ୍ରୀଙ୍କଠାରୁ ମିଳିଲା ୧୫୦.୯୨୦ ଗ୍ରାମର ସୁନା, ମୂଲ୍ୟ ୫ଲକ୍ଷରୁ ଅଧିକ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): କଟକଣା ସତ୍ତ୍ୱେ କମୁନି ସୁନା ଚୋରା ଚାଲାଣ। ବୁଧବାର ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକ୍‌ରୁ ଆସିଥିବା...

ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି।...

ଟିକା ପାଇଁ ଲମ୍ବାଧାଡିରେ ଅପେକ୍ଷା କରିବେ ନାହିଁ ଗର୍ଭବତୀ

ଭୁବନେଶ୍ୱର,୮।୭(ବ୍ୟୁରୋ): ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ...

୨୯୦ ପରିବାରକୁ ରାଶନ ପ୍ରଦାନ

ଅନୁଗୋଳ ଅଫିସ, ୯।୫ – ଅନୁଗୋଳ ସ୍ଥିତ ସାତକୋଶିଆ ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ୧୫ଟି ପଞ୍ଚାୟତର ୨୯୦ ଅସହାୟ ପରିବାରଙ୍କୁ ଏଫ୍‌ଇଏସ୍‌ ପକ୍ଷରୁ ରାଶନ ସାମଗ୍ରୀ...

ବନ୍ଧୁତା ପାଇଁ ଜର୍ମାନୀରୁ ଗୋପ

ଗୋପ, ୧୭-୯(ଡି.ଏନ୍‌.ଏ.):ଗ୍ଲୋବାଲ ଓ୍ବାର୍ମିଂ ଆଜି ବିଶ୍ୱବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିରୁ ମୁକ୍ତି ପାଇବାର ଗୋଟିଏ ମାଧ୍ୟମ ବୃକ୍ଷରୋପଣ। ଏହା...

Advertisement
Archives

Model This Week