ପୌର ନିର୍ବାଚନ ଲାଗି ଓ୍ବାର୍ଡ ସଂରକ୍ଷଣ

ଅନୁଗୋଳ ଅଫିସ,୩ା୨: ପଞ୍ଚାୟତ ନିର୍ବାଚନ ପରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ ଥିବା ଅନୁଗୋଳ ପୌର ପରିଷଦର ମୋଟ୍‌ ୨୩ ଓ୍ବାର୍ଡ ମଧ୍ୟରୁ ୧୩ଟି ସଂରକ୍ଷିତ ରହିଥିବା ବେଳେ ୧୦ଟି ଓ୍ବାର୍ଡ ଅଣସଂରକ୍ଷିତ ରହିଛି। ସେଥିରୁ ଅନୁସୂଚିତ ଜାତି ପାଇଁ ଗୋଟିଏ, ଅନୁସୂଚିତ ଜାତି ମହିଳାଙ୍କ ନିମନ୍ତେ ୨ଟି, ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ଗୋଟିଏ ଓ କେବଳ ମହିଳାଙ୍କ ପାଇଁ ୯ଟି ଓ୍ବାର୍ଡ ସଂରକ୍ଷିତ ରହିଛି। ସେହିପରି ତାଳଚେର ପୌର ପରିଷଦର ମୋଟ୍‌ ୨୧ ଓ୍ବାର୍ଡ ମଧ୍ୟରୁ ୧୩ଟି ସଂରକ୍ଷିତ ଓ ୮ ଓ୍ବାର୍ଡ ଅଣସଂରକ୍ଷିତ ରଖାଯାଇଛି। ଅନୁସୂଚିତ ଜାତି ପାଇ ୨ଟି, ଅନୁସୂଚିତ ଜାତି ମହିଳାଙ୍କ ଲାଗି ୨ଟି, ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ଗୋଟିଏ ଓ କେବଳ ମହିଳାଙ୍କ ପାଇଁ ୮ଟି ଓ୍ବାର୍ଡ ସଂରକ୍ଷିତ ରହିଛି। ଆଠମଲ୍ଲିକ ଏନ୍‌ଏସିର ମୋଟ୍‌ ୧୧ଟି ଓ୍ବାର୍ଡ ମଧ୍ୟରୁ ୭ଟି ସଂରକ୍ଷିତ ଓ ୪ଟି ଓ୍ବାର୍ଡ ଅଣସଂରକ୍ଷିତ ରଖାଯାଇଛି। ଅନୁସୂଚିତ ଜାତି ପାଇଁ ଗୋଟିଏ, ଅନୁସୂଚିତ ଜାତି ମହିଳାଙ୍କ ଲାଗି ୨ଟି, ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ଗୋଟିଏ ଓ କେବଳ ମହିଳାଙ୍କ ପାଇଁ ୩ଟି ଓ୍ବାର୍ଡ ସଂରକ୍ଷିତ ରହିଥିବା ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri