ହତ୍ୟା ପଛରେ ଯୌତୁକ ଲୋଭ

ଛେଣ୍ଡିପଦା, ୩୧।୧(ସ୍ବ.ପ୍ର.) ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମ ଟାଙ୍ଗର ସାହିରେ ଶନିବାର ଘଟିଥିବା ମିଲି ସାହୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ହତ୍ୟା ପଛରେ ସ୍ବାମୀ ପଦ୍ମଚରଣ ସାହୁଙ୍କ ଯୌତୁକ ଲୋଭ ସ୍ପଷ୍ଟ ହୋଇଥିବାବେଳେ ସେ ହିଁ ଅତି ନିର୍ମମ ଭାବେ ମିଲିଙ୍କୁ ହତ୍ୟାକରି କୂଅରେ ଫିଙ୍ଗି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତା ମହିଳାଙ୍କ ଭାଇ ସନ୍ତୋଷଙ୍କ ଅଭିଯୋଗକ୍ରମେ ନଂ. ୧୫/୨୧, ଦଫା ୪୯୮ (ଏ), ୩୦୨, ୩୦୪ (ବି) ୨୦୧, ୩୪ ଆଇପିସି, ୪ ଡିପି ଆକ୍ଟରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଜରପଡ଼ା ଥାନା କୁଶକିଳା ଗ୍ରାମର ଚେରୁ ପ୍ରଧାନଙ୍କ ଝିଅ ମିଲିଙ୍କ ସହିତ ରାଇଝରଣ ଗ୍ରାମର ଶତ୍ରୁଘ୍ନ୍ନ ସାହୁଙ୍କ ପୁଅ ପଦ୍ମଚରଣଙ୍କ ବିବାହ ୨୦୧୦ରେ ହୋଇଥିଲା। ସେମାନଙ୍କର ଦୁଇ ଝିଅପୁଅ ଅଛନ୍ତି। ଶନିବାର ଅପରାହ୍ନରେ ମିଲି ସ୍ବାମୀଙ୍କ ସହ ବଗିଚାକୁ ପାଣି ମଡ଼ାଇବାକୁ ଯାଇ ଫେରି ନ ଥିଲେ। ପଡ଼ୋଶୀଙ୍କଠାରୁ ସୂଚନା ପାଇ ଭାଇ ସନ୍ତୋଷ ପହଞ୍ଚତ୍ ତନାଘନା କରିବା ବେଳେ କୂଅରେ ଭଉଣୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ପହଞ୍ଚତ୍ଥିଲା। ତେବେ ରାତି ହୋଇଯାଇଥିବାରୁ ମୃତଦେହ ବାହାର କରିବା କଷ୍ଟକର ହୋଇଥିଲା। ରବିବାର ଅପରାହ୍ନ ୨ଟାରେ ଛେଣ୍ଡିପଦା ଦମକଳ ବାହିନୀ କର୍ମଚାରୀ ପହଞ୍ଚତ୍ ପ୍ଲାଷ୍ଟିକ ରଶିରେ ବନ୍ଧା ଯାଇଥିବା ମିଲିଙ୍କ ମୃତଦେହକୁ କୂଅରୁ ବାହାର କରିଥିଲେ। ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ସହାୟତାରେ ଅନୁଗୋଳ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରାଯାଇଛି।
ଯୌତୁକ ବାବଦ ଟଙ୍କାକୁ ନେଇ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପୂର୍ବରୁ ବହୁବାର ଝଗଡ଼ା ହୋଇଥିଲା। ଶନିବାର ଅପରାହ୍ନରେ ପଦ୍ମଚରଣ ଏବଂ ମିଲି ଟାଙ୍ଗରସାହି ବଗିଚାକୁ କାମ କରିବାକୁ ଯାଇଥିବାବେଳେ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଦ୍ମଚରଣ ଏକ କାଙ୍କରେ ମିଲିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଚେତାଶୂନ୍ୟ ହୋଇ ଯିବାପରେ ଏକ ରଶିରେ ବାନ୍ଧି କୂଅରେ ପକାଇ ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତଦେହ ବ୍ୟବଚ୍ଛେଦ ଲାଗି ଜିଲା ଚିକିତ୍ସାଳୟକୁ ପଠାଯାଇଥିବାବେଳେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri