ସମସ୍ୟା ଘେରରେ ଲୁହାମୁଣ୍ଡା ସୋସାଇଟି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ସମସ୍ୟା ଲାଗିରହିଛି। ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହାର ତୁରନ୍ତ ସମାଧାନ ଦାବିରେ ରବିବାର ଭାଜପା କୃଷକ ମୋର୍ଚ୍ଚା ଏବଂ ଅଞ୍ଚଳର ଚାଷୀ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଲୁହାମୁଣ୍ଡାରେ ସମବାୟ ସମିତି ଉପରେ କିଶୋରନଗର ଏବଂ ଆଠମଲ୍ଲିକ ବ୍ଲକର ୭ ପଞ୍ଚାୟତର ଚାଷୀ ନିର୍ଭରଶୀଳ। ଏହି ପୁରାତନ ସୋସାଇଟିରେ କୃଷି ଋଣ, ବିହନ ଯୋଗାଣ, ସୁଲଭ ଦରରେ ସାର ଯୋଗାଣ ଭଳି ବହୁବିଧ କାର୍ଯ୍ୟ ହେଉଛି। ଅମଳ ଧାନକୁ ଚାଷୀମାନେ ଏଠାରେ ବିକ୍ରି କରିଥାଆନ୍ତି। ତେବେ ଧାନ ସୁରକ୍ଷିତ ଭାବେ ରଖିବା ଲାଗି ଖଳା, ଶୌଚାଳୟ, ବିଶ୍ରାମାଗାର ନ ଥିବାରୁ ଚାଷୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସୁରକ୍ଷା ପାଚେରି ନ ଥିବାରୁ ବୁଲାଜନ୍ତୁ ଉପଦ୍ରବ କରୁଛନ୍ତି। ଏସବୁ ଦାବି ପୂରଣ କରିବାକୁ ଭାଜପା କୃଷକ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ପ୍ରବୀଣ ସାହୁ, ଚାଷୀ ସନ୍ତୋଷ ସାହୁ, ବନମାଳୀ ଧଳ, ବ୍ରଜବନ୍ଧୁ ସାହୁ, ବାପୁନ ସାହୁ, ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଏକ ପ୍ରତିନିଧି ଦଳ ସୋସାଇଟିର ସହ ସମ୍ପାଦକ ଅଶୋକ କୁମାର ସାହୁଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଅପରପକ୍ଷେ ଚାଷୀଙ୍କ ଦାବି ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି ସୋସାଇଟି ସହ ସମ୍ପାଦକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri