ଭୋଟ ବର୍ଜନ ଚେତାବନୀ ଦେଲେ ମହିଳା

କଣିହାଁ/ ପବିତ୍ରନଗର, ୨।୨(ଡି.ଏନ.ଏ.)  ଗାଁକୁ ନାହିଁ ସବୁଦିନିଆ ରାସ୍ତା। ବର୍ଷତମାମ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ପିଇବା ପାଇଁ ବିଶୁଦ୍ଧ ପାଣି ସାତସପନ ହୋଇଛି। ନିର୍ବାଚନ ଆସିଲେ ନେତାମାନେ ଆସୁଛନ୍ତି। ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ସମସ୍ୟା ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ। ଏବେ ଆଉ ପ୍ରତିଶ୍ରୁତି ଚଳିବ ନାହିଁ। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଭୋଟ ବର୍ଜନ କରି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ କୁଲେଇ ପଞ୍ଚାୟତ ବାରୁଆଁ ଗ୍ରାମର ମହିଳାମାନେ।
ଅଭିଯୋଗ ଅନୁଯାୟୀ, ଗ୍ରାମର ମୋଟ୍‌ ୨ ଓ୍ବାର୍ଡରେ ୭୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ବାସ କରୁଛନ୍ତି। ହେଲେ ଅଦ୍ୟାବଧି କଂକ୍ରିଟ୍‌ ରାସ୍ତା ନିର୍ମାଣ କରାଯାଇନାହିଁ। ପାନୀୟ ଜଳ ଭଳି ମୌଳିକ ସୁବିଧା ନାହିଁ। ବର୍ଷାଦିନେ ମାଟି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଆବଶ୍ୟକତା ପୂରଣ ଲାଗି ମହିଳାମାନେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଦୁଇବର୍ଷ ତଳେ ବସୁଧା ଯୋଜନାରେ ପାଇପ୍‌ ସଂଯୋଗୀକରଣ ଶେଷ ହୋଇଥିଲେ ହେଁ ଘରକୁ ପାଣି ପହଞ୍ଚି ପାରୁନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଶୁଣୁ ନ ଥିବାରୁ ୧୧ଟି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ବାସନ୍ତୀ ଗଡ଼ନାୟକଙ୍କ ସଭାପତିତ୍ୱରେ ଏକାଠି ହୋଇ ବୈଠକ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ କଲେ ନିର୍ବାଚନ ବର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri