ଭୋଟ ବର୍ଜନ ଚେତାବନୀ ଦେଲେ ମହିଳା

କଣିହାଁ/ ପବିତ୍ରନଗର, ୨।୨(ଡି.ଏନ.ଏ.)  ଗାଁକୁ ନାହିଁ ସବୁଦିନିଆ ରାସ୍ତା। ବର୍ଷତମାମ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ପିଇବା ପାଇଁ ବିଶୁଦ୍ଧ ପାଣି ସାତସପନ ହୋଇଛି। ନିର୍ବାଚନ ଆସିଲେ ନେତାମାନେ ଆସୁଛନ୍ତି। ପୁଳା ପୁଳା ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ସମସ୍ୟା ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ। ଏବେ ଆଉ ପ୍ରତିଶ୍ରୁତି ଚଳିବ ନାହିଁ। ଏହାର ସ୍ଥାୟୀ ପ୍ରତିକାର ନ ହେଲେ ଭୋଟ ବର୍ଜନ କରି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ କୁଲେଇ ପଞ୍ଚାୟତ ବାରୁଆଁ ଗ୍ରାମର ମହିଳାମାନେ।
ଅଭିଯୋଗ ଅନୁଯାୟୀ, ଗ୍ରାମର ମୋଟ୍‌ ୨ ଓ୍ବାର୍ଡରେ ୭୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ବାସ କରୁଛନ୍ତି। ହେଲେ ଅଦ୍ୟାବଧି କଂକ୍ରିଟ୍‌ ରାସ୍ତା ନିର୍ମାଣ କରାଯାଇନାହିଁ। ପାନୀୟ ଜଳ ଭଳି ମୌଳିକ ସୁବିଧା ନାହିଁ। ବର୍ଷାଦିନେ ମାଟି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି। ଆବଶ୍ୟକତା ପୂରଣ ଲାଗି ମହିଳାମାନେ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଦୁଇବର୍ଷ ତଳେ ବସୁଧା ଯୋଜନାରେ ପାଇପ୍‌ ସଂଯୋଗୀକରଣ ଶେଷ ହୋଇଥିଲେ ହେଁ ଘରକୁ ପାଣି ପହଞ୍ଚି ପାରୁନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଶୁଣୁ ନ ଥିବାରୁ ୧୧ଟି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ବାସନ୍ତୀ ଗଡ଼ନାୟକଙ୍କ ସଭାପତିତ୍ୱରେ ଏକାଠି ହୋଇ ବୈଠକ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ କଲେ ନିର୍ବାଚନ ବର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୪।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଠପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ...

ରୂପାନ୍ତରଣରେ ସାମିଲ ହେଲା ୫୦ ବିଦ୍ୟାଳୟ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜିଲାର ୫୦ଟି ବିଦ୍ୟାଳୟ ଶୁକ୍ରବାର ୫-ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ୧୪୦ ବିଦ୍ୟାଳୟ ଏହି...

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ...

ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ...

ସ୍ବଚ୍ଛ ହୋଇପାରିନି କିଶୋରନଗର ବ୍ଲକ

ବଇଣ୍ଡା, ୨୩ା୭(ଡି.ଏନ.ଏ.)  କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଏଯାଏ ସ୍ବଚ୍ଛ ହୋଇପାରିନି ଅନୁଗୋଳ ଜିଲାର କିଶୋରନଗର ବ୍ଲକ। ମୋଟ୍‌ ୨୩ ପଞ୍ଚାୟତ ମଧ୍ୟରୁ କେତୋଟିରେ...

ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ...

କାର୍ଯ୍ୟକ୍ଷମ ପୂର୍ବରୁ ପରିତ୍ୟକ୍ତ

ମାଧପୁର,୨୫।୫ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ସରକାରୀ ଅର୍ଥ ଖର୍ଚ୍ଚ ହେଲା। ନିର୍ମାଣ ହେଲା ଗୋଷ୍ଠୀ ଶୌଚାଳୟ। ହେଲେ ବର୍ଷେ ତଳୁ ନିର୍ମାଣ...

୪ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୧୯।୭ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦେଇ ଯାଇଥିବା ଦେବଗଡ଼-ଅନୁଗୋଳ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ଶିମିଳିସାହି ଠାରେ ସୋମବାର ଭୋର ୪ଟାରୁ...

Advertisement
Archives

Model This Week