ସମସ୍ୟାରେ ପକାଇଲା ସମୟ

ଅନୁଗୋଳ ଅଫିସ, ୧୯।୧୦: ମହା ଆଡ଼ମ୍ବରରେ ମା’ ଲକ୍ଷ୍ମୀଙ୍କ ପୂଜା ହେବ। ରାତି ୧୧ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ପୂଜା ପୂର୍ବରୁ ଅନୁଗୋଳ କେନ୍ଦ୍ରୀୟ ଲକ୍ଷ୍ମୀ ପୂଜା କମିଟି ସହ ପ୍ରଶାସନର ବୈଠକରେ ଏପରି ଆଲୋଚନା ହୋଇଥିଲା। ତଦନୁଯାୟୀ ପୂଜା କମିଟିଗୁଡ଼ିକ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ଆଗରୁ ପୋଲିସ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଭିନ୍ନ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା। ପୋଲିସର ଏପରି କାର୍ଯ୍ୟକୁ ଦର୍ଶକମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। ସମୟକୁ ନେଇ ସମସ୍ୟା ସୃଷ୍ଟି କରାଯିବାକୁ ସେମାନେ ନାପସନ୍ଦ କରିଛନ୍ତି। ତେବେ ଅନେକଆଡ଼ୁ ସମାଲୋଚନାର ଶରବ୍ୟ ହେବା ପରେ ପ୍ରଶାସନ କଟକଣାକୁ କୋହଳ କରିଥିଲେ ବି ଏହାକୁ ନେଇ ସହରବାସୀ ସନ୍ତୁଷ୍ଟ ହୋଇପାରିନାହାନ୍ତି।
ପ୍ରକାଶ ଯେ, ଚଳିତବର୍ଷ ଅନୁଗୋଳ ସହରରେ ମୋଟ୍‌ ୨୯ଟି ସ୍ଥାନରେ ମା’ ଲକ୍ଷ୍ମୀଙ୍କ ପୂଜା ପାଳନ ହେଉଛି। କରୋନା ପାଇଁ ଗତ ୨ ବର୍ଷର ପୂଜା ଫିକା ପଡ଼ିଥିବାରୁ ଚଳିତବର୍ଷ ଏହାକୁ ନେଇ ଉତ୍ସାହିତ ପୂଜା କମିଟି କର୍ମକର୍ତ୍ତାମାନେ ବହୁ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ମେଢ଼, ତୋରଣ ସାଜସଜ୍ଜା ଓ ଆଲୋକମାଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଧିକ ଖର୍ଚ୍ଚ କରିଛନ୍ତି। ଓଲିଉଡ୍‌ର ଦାମୀ ଗାୟକ, କଳାକାରଙ୍କୁ ଡକାଇ ସହରରେ ଚିତ୍ତାକର୍ଷକ ମେଲୋଡି ନାଇଟ୍‌ ଆୟୋଜନ କରୁଛନ୍ତି। ପାଣିପାଗ ଅନୁକୂଳ ଥିବାରୁ ଦୈନିକ ସହରରେ ବହୁ ସହସ୍ର ଲୋକଙ୍କ ଭିଡ଼ ହେଉଛି। ବିଶେଷକରି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଗ୍ରହ ବଢ଼ୁଛି। ହେଲେ କାର୍ଯ୍ୟକ୍ରମ ଜମି ଆସୁଥିବା ବେଳେ ପୋଲିସ ପହଞ୍ଚି ରାତି ୧୦ଟାରୁ ତାହାକୁ ଜବରଦସ୍ତ ବନ୍ଦ କରାଇବା ଅସନ୍ତୋଷର କାରଣ ହୋଇଛି। ରାତି ୧୧ଟା ଯାଏ ସଙ୍ଗୀତ, କଳା ପରିବେଷଣ ପାଇଁ ଗାୟକ ଓ କଳାକାରଙ୍କ ସହ ଚୁକ୍ତି ହୋଇଥିବା ବେଳେ ପୋଲିସ ଏଥିରେ ବାଧକ ସାଜିବା ଦର୍ଶକଙ୍କୁ ମାନସିକ ଭାବେ ଆଘାତ ଦେଇଥିବା ଆଲୋଚନା ହେଉଛି।

 

ଆଜି ଭସାଣି ଶୋଭାଯାତ୍ରା
ଅନୁଗୋଳ ଲକ୍ଷ୍ମୀ ପୂଜାର ଭସାଣି ପର୍ବ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନ ୩ଟାରୁ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ସହର ପରିକ୍ରମା ଆରମ୍ଭ କରିବେ। କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଲଟେରି କରାଯିବା ପରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ୧୧ ମେଢ଼ ନମ୍ବର ଅନୁଯାୟୀ ଆଗକୁ ବଢ଼ିବେ। ବିଭିନ୍ନ ପୂଜା କମିଟି ପକ୍ଷରୁ ଶୋଭାଯାତ୍ରାକୁ ଅଧିକ ଚିତ୍ତାକର୍ଷକ କରିବାକୁ ବିଭିନ୍ନ ବାଦ୍ୟ ଓ ନୃତ୍ୟ ଦଳକୁ ସାମିଲ କରାଯାଇଛି। ମେଢ଼ଗୁଡ଼ିକ ଥାନା ଛକରୁ ରାଜା ଛକ ଦେଇ ବଜାର ଛକରେ ପହଞ୍ଚିବା ପରେ ସେଠାରୁ ଜଳାଶୟ ଅଭିମୁଖେ ଯିବେ। ଏହି ଭସାଣି ଶୋଭାଯାତ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 

ଘଣ୍ଟାଏ ପୂର୍ବରୁ କଟକଣା ଦୁର୍ଭାଗ୍ୟଜନକ
୨ ବର୍ଷ ପରେ ଧୁମ୍‌ଧାମରେ ଲକ୍ଷ୍ମୀ ପୂଜା ଆୟୋଜନ କରାଯାଇଥିଲା। ସେଥିପାଇଁ ଚଳିତବର୍ଷ ପୂଜାରେ ପ୍ରବଳ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ହେଲେ ପ୍ରଶାସନ ପକ୍ଷରୁ ଆଲୋଚନା ଅନୁଯାୟୀ ସହଯୋଗ ମିଳିଲା ନାହିଁ। ଘଣ୍ଟାଏ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯିବା ଦୁର୍ଭାଗ୍ୟଜନକ।
-ଶଙ୍କର ସେଠୀ, ସଭାପତି, ଅମଲାପଡ଼ା ମା’ ଲକ୍ଷ୍ମୀପୂଜା କମିଟି
ଆଲୋଚନାର ବିପରୀତ କାର୍ଯ୍ୟ କରାଗଲା
ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରାଶ କରିଛି। ଏହି କାରଣରୁ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ସେପରି ମନ ମୋହିପାରୁ ନାହିଁ। ସେଣ୍ଟ୍ରାଲ ପୂଜା କମିଟି ବୈଠକରେ ଯାହା ଆଲୋଚନା ହୋଇଥିଲା, ତାହାର ବିପରୀତ କାର୍ଯ୍ୟ କରାଗଲା। ଫଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଲା।
-ଦିଲୀପ ପ୍ରଧାନ, ସଭାପତି, ହୁଲୁରିସିଂହା ଲକ୍ଷ୍ମୀ ପୂଜା କମିଟି
ଭଲ ଜନସମାଗମ ହେଲା
୨ ବର୍ଷ ପରେ ବଡ଼ ଆଡ଼ମ୍ବରରେ ପୂଜା ହେଉଥିବାରୁ ସମସ୍ତଙ୍କ ଭିତରେ ଭରପୂର ଉତ୍ସାହ ଥିଲା। ସେଥିପାଇଁ ସହରରେ ଜନ ସମାଗମ ଭଲ ହୋଇଥିଲା। ସମସ୍ତେ ପୂଜାକୁ ଉପଭୋଗ କଲେ। ପୂଜା ଆଗାମୀ ଦିନରେ କିପରି ଆହୁରି ଭଲ ହେବ ସେ ନେଇ ଦୃଷ୍ଟି ଦିଆଯିବ।
-ପ୍ରତାପ ମାଝି, ଉପଦେଷ୍ଟା, ସଞ୍ଜୀବନୀ ମାର୍କେଟ ପୂଜା କମିଟି
ବିଳମ୍ବରେ ସମସ୍ୟାର ସମାଧାନ ହେଲା
ଚଳିତବର୍ଷ ପୂଜାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଥିଲା। କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ନିର୍ଦ୍ଧାରଣକୁ ନେଇ ସମସ୍ୟା ଦେଖାଦେଇଥିଲା। ବିଳମ୍ବରେ ଏହାର ସମାଧାନ ହୋଇଛି।
-ଅକ୍ଷୟ କୁମାର ଦାସ, କୋଷାଧ୍ୟକ୍ଷ, ସେଣ୍ଟ୍ରାଲ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?