ଅଣଦେଖାରୁ ବଢ଼ୁଛି ଅସନ୍ତୋଷ

ବଇଣ୍ଡା, ୨୮ା୧୦ (ପରୀକ୍ଷିତ ସାହୁ): ଅନୁଗୋଳ ଜିଲାର ଏକ ପ୍ରମୁଖ ରେଳ ଷ୍ଟେଶନ ହେଉଛି ବଇଣ୍ଡା। ହେଲେ ଆଠମଲ୍ଲିକ ଉପଖଣ୍ଡରେ ଥିବା ଏହି ଷ୍ଟେଶନ ପ୍ରତି ଗୁରୁତର ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ଏହି ଷ୍ଟେଶନ ଦେଇ ୧୮ଟି ଏକ୍ସପ୍ରେସ୍‌ ଟ୍ରେନ ଯାତାୟାତ କରୁଥିଲେ ମଧ୍ୟ ସେଥିରୁ ୧୪ଟି ରହଣି କରୁନାହିଁ। ଫଳରେ ରାଜ୍ୟ ବାହାରକୁ ଯାଉଥିବା ଜିଲାର ୩ ବ୍ଲକର ଯାତ୍ରୀମାନେ ଏଠାରୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଧରିପାରୁନାହାନ୍ତି। ଏ ନେଇ ବାରମ୍ବାର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ବଇଣ୍ଡା ଷ୍ଟେଶନ ପ୍ରତି ଅଣଦେଖା ଲାଗି ରହିଥିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ବଇଣ୍ଡା ଷ୍ଟେଶନ ଦେଇ ଭୁବନେଶ୍ବର – ବଲାଙ୍ଗୀର, ରାଉରକେଲା – ଭୁବନେଶ୍ବର, ବିଶାଖାପାଟଣା – ଅମୃତସର, ପୁରୀ – ହାଟିଆ, ଦୁର୍ଗ – ପୁରୀ, ଭୁବନେଶ୍ବର- -ଲୋକମାନ୍ୟତିଲକ, ପୁରୀ – ଲୋକମାନ୍ୟତିଲକ, ଭୁବନେଶ୍ବର – ଆନନ୍ଦବିହାର, ଭୁବନେଶ୍ବର – ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌, ବିକାନିର – ପୁରୀ, ପୁରୀ -ଯୋଧପୁର, ସମ୍ବଲପୁର – ପୁରୀ ଇଣ୍ଟରସିଟି, ପୁରୀ – ସୁରଟ ଏକ୍ସପ୍ରେସ୍‌, ପୁରୀ -ଅହମ୍ମଦାବାଦ ଏକ୍ସପ୍ରେସ୍‌, ପୁରୀ – ଗାନ୍ଧୀଧାମ, ପୁରୀ – ଶିରିଡ଼ିସାଇ ଏକ୍ସପ୍ରେସ୍‌, ରାଉରକେଲା- ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌, ଭୁବନେଶ୍ବର – ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତାୟାତ କରୁଛି। ହେଲେ ଏଥିମଧ୍ୟରୁ କେବଳ ସମ୍ବଲପୁର – ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‌, ଭୁବନେଶ୍ବର – ବଲାଙ୍ଗୀର, ଭୁବନେଶ୍ୱର- ରାଉରକେଲା ଇଣ୍ଟରସିଟି, ପୁରୀ – ହାଟିଆ ଏକ୍ସପ୍ରେସ୍‌କୁ ଛାଡି ଦେଲେ ଅନ୍ୟ ଟ୍ରେନ୍‌ଗୁଡିକ ରହଣି କରୁନାହିଁ। କରୋନା ପୂର୍ବରୁ ଏହି ଷ୍ଟେଶନ ଦେଇ ଯାଉଥିବା ପୁରୀ – ଅହମଦାବାଦ, ପୁରୀ – ବିକାନିର, ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌, ପୁରୀ – ଦୁର୍ଗ , ବିଶାଖାପାଟଣା – ଅମୃତସର ଏକ୍ସପ୍ରେସ୍‌ ଟ୍ରେନ ହଲ୍ଟ କରୁଥିଲା। କରୋନା ପରଠାରୁ ଏହି ଟ୍ରେନଗୁଡିକ ବଇଣ୍ଡା ଷ୍ଟେଶନଠାରେ ଆଉ ରହୁନାହିଁ। ଫଳରେ ଏହି ଟ୍ରେନ ଉପରେ ନିର୍ଭର କରୁଥିବା କିଶୋରନଗର, ଆଠମଲିକ, ଛେଣ୍ଡିପଦା ବ୍ଲକର ୫୦ଟି ପଞ୍ଚାୟତର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରୋନା ପୂର୍ବରୁ ଏହି ଷ୍ଟେଶନରୁ ପ୍ରତ୍ୟେକ ମାସରେ ୫ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିବାବେଳେ ବର୍ତ୍ତମାନ ୪ ଲକ୍ଷ ଟଙ୍କା ଆଦାୟ ହେଉଛି। କିନ୍ତୁ ଷ୍ଟେଶନର ବିକାଶ କି ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଉଥିବା ବହୁ ଶ୍ରମିକ ଟ୍ରେନ୍‌ ଧରିବାକୁ ଏହି ଷ୍ଟେଶନ ଉପରେ ନିର୍ଭର କରୁଥିବାବେଳେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କିଏ ୫୫ କିଲୋମିଟର ଦୂର ରେଢାଖୋଲ ତ ଆଉ କିଏ ୪୫ କିଲୋମିଟର ଦୂର ଅନୁଗୋଳ ଷ୍ଟେଶନ ଯାଇ ଟ୍ରେନ୍‌ ଧରୁଛନ୍ତି। ଫଳରେ ଅଯଥାରେ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ବଇଣ୍ଡାଠାରେ ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ ରହଣି ପାଇଁ ବଇଣ୍ଡା ଗ୍ରାମବାସୀ ୧୨ ମେ ୨୦୨୧ ଓ ୫ ଜୁନ ୨୦୨୨ରେ ଆଠମଲ୍ଲିକ ବିଧାୟକଙ୍କ ଠାରୁ ଆରମ୍ଭ କରି ସମ୍ବଲପୁର ଏମ୍‌ପି, ପୂର୍ବତଟ ରେଲଓ୍ବେ ଜେନେରାଲ ମ୍ୟାନେଜର, ରେଳ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯିବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।

ବଇଣ୍ଡା ଷ୍ଟେଶନ ପ୍ରତି ଅବହେଳା
ଆଠମଲ୍ଲିକ ଉପଖଣ୍ଡରୁ ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀମାନେ ବଇଣ୍ଡା ରେଳ ଷ୍ଟେଶନ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦୀର୍ଘଦିନ ହେଲା ୧୪ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଏଠାରେ ରହଣି ପାଇଁ ପଦକ୍ଷେପ ନିଆ ନ ଯିବା ବଇଣ୍ଡା ଷ୍ଟେଶନ ପ୍ରତି ଅବହେଳାକୁ ଦର୍ଶାଉଛି।
-ଭରତ ଚନ୍ଦ୍ର ସାହୁ, ସରପଞ୍ଚ, ପେଡିପଥର
ଯାତ୍ରୀଙ୍କ ସମସ୍ୟାର କାରଣ ହୋଇଛି
ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳର ଯାତ୍ରୀ ବଇଣ୍ଡା ରେଳ ଷ୍ଟେଶନରୁ ଟ୍ରେନ୍‌ ଧରିଥାନ୍ତି। କିନ୍ତୁ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ୧୮ଟି ଏକ୍ସପ୍ରେସ୍‌ ଟ୍ରେନ ମଧ୍ୟରୁ ୧୪ଟି ନ ରହିବା ସମସ୍ୟାର କାରଣ ହୋଇଛି।
-ବିନୀତ ସାହା, ବଇଣ୍ଡା
ରାଜସ୍ବ ତୁଳନାରେ ବିକାଶ ନାହିଁ
କେନ୍ଦ୍ର ସରକାର ଏଠାରୁ ଯେତିକି ରାଜସ୍ବ ପାଉଛନ୍ତି, ସେହି ଅନୁଯାୟୀ ବିକାଶ କାର୍ଯ୍ୟ କରୁନାହାନ୍ତି। ଅନୁଗୋଳ ଜିଲାର ଏହା ଏକ ପ୍ରମୁଖ ଷ୍ଟେଶନ ହୋଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।
-ସୁନୀଲ କୁମାର ପ୍ରଧାନ, ପୂର୍ବତନ ଉପାଧ୍ୟକ୍ଷ, କିଶୋରନଗର ବ୍ଲକ
କେନ୍ଦ୍ର ସରକାର ଧ୍ୟାନ ଦେଉନାହାନ୍ତି
ବଇଣ୍ଡା ଷ୍ଟେଶନ ଉପରେ ଦୈନିକ ଶତାଧିକ ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଏହି ଷ୍ଟେଶନର ବିକାଶ କରାଯାଉ ନାହିଁ। ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ ରହଣିର ଆବଶ୍ୟକତା ଥିବାବେଳେ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।
-ଅଞ୍ଜନ କୁମାର ପ୍ରଧାନ, ଆଇନଜୀବୀ, ଆଠମଲ୍ଲିକ
ରେଳମନ୍ତ୍ରୀଙ୍କୁ ଅବଗତ କରାଯିବ
ବଇଣ୍ଡା ରେଳ ଷ୍ଟେଶନରେ କିଭଳି ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ ରହଣି କରିବ, ସେ ନେଇ ରେଳମନ୍ତ୍ରୀଙ୍କୁ ଅବଗତ କରାଯିବ। ଏଥିସହ ଏହି ଷ୍ଟେଶନକୁ କିପରି ଉନ୍ନତମାନର କରାଯାଇପାରିବ, ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲିକ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?