ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି ଜଣେ କାରିଗରଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଥିବା ଚର୍ଚ୍ଚା ହେଉଛି। ଏପରି କି ମୃତାହତ ଓ ଘଟଣାସ୍ଥଳର ଫଟୋ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ତେବେ ମୃତାହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ଏ ନେଇ କୌଣସି ସୂଚନା ଦେଉନାହିଁ। ଘଟଣା ସମ୍ପର୍କରେ ତଥ୍ୟ ଦେଉ ନ ଥିବାରୁ ପୋଲିସ ଏହାକୁ ଲୁଚାଇବାକୁ ପ୍ରୟାସ କରୁଥିବା ସାଧାରଣରେ ଆଲୋଚନା ହେଉଛି।

ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସକାଳ ୮ଟାରେ ଗଁାର ଜଣେ ବ୍ୟକ୍ତି ନିଜ ଘରେ ଦୀପାବଳିରେ ବ୍ୟବସାୟ ପାଇଁ ବାଣ ପ୍ରସ୍ତୁତ କରୁଥିଲେ। ତାଙ୍କ ସହ ଅନ୍ୟ ୩ଜଣ ମଧ୍ୟ ବାଣ ଭିଡ଼ୁଥିଲେ। ହେଲେ କୌଣସି କାରଣରୁ ବାଣ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଖମାର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତରଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଥିଲା। ଖବରପାଇ ଅପରାହ୍ନ ୩ଟା ବେଳେ ଖମାର ପୋଲିସ ଗଁାରେ ପହଞ୍ଚିଥିଲା। ହେଲେ ତଦନ୍ତ ସମ୍ପର୍କରେ କୌଣସି ସୂଚନା ଥାନାରୁ ମିଳିପାରୁ ନାହିଁ। ଥାନା ଅଧିକାରୀ ପ୍ରଶାନ୍ତ ପଢିହାରୀ କହିଛନ୍ତି, ଘଣାସ୍ଥଳକୁ ଯାଇଥିଲେ ବି ମୃତ କି ଆହତ, କାହାକୁ ମଧ୍ୟ ଠାବ କରାଯାଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଶାଣିରେ ଫିଙ୍ଗିଦେଲେ ମୃତଦେହ

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କରୋନା କବଳିତ ପୃଥିବୀରେ ସଙ୍କଟରେ ପଡ଼ିଛି ମଣିଷପଣିଆ। ଭୂତାଣୁ ଭୟ ଏମିତି ଘାରିଛି ଯେ, ମରିବା ପରେ କେହି ପାଖ ମାଡୁନାହାନ୍ତି। ଶେଷକୃତ୍ୟ...

ଶ୍ରୀରାମ ନବମୀ, ଦଣ୍ଡକାଳୀ ପୂଜାରେ ଗାଁ ଉତ୍ସବ ମୁଖର

ଗଞ୍ଜାମ,୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ପୁଇଁତୋଳା ଗ୍ରାମରେ ଗୁରୁବାର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ହନୁମାନ ମନ୍ଦିରରେ ପ୍ରାତଃରୁ ସଂକୀର୍ତ୍ତନ ହୋଇଥିଲା...

ପାଣି ଘେରରେ ୨୦ରୁ ଊର୍ଦ୍ଧ୍ୱ ଗାଁ 

ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଚିଲିକା ବ୍ଲକ ଅଧୀନ ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀରେ ରହିଥିବା ବେଳେ ଏକାଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବର୍ଷା...

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା : ଘର ନ ଥାଇ ହୋଇଛି ୧୫ରୁ ଊର୍ଦ୍ଧ୍ୱ ମିଥ୍ୟା ବିଲ୍‌

ଗୋପ,୧୧।୧୦(ଡି.ଏନ୍‌.ଏ.) : ଆବାସ ଯୋଜନାରେ ଗୋପ ବ୍ଲକ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବ୍ଲକ୍‌ରେ କାର୍ଯ୍ୟରତ ଜଣେ ଯନ୍ତ୍ରୀ ଚାକିରିରୁ ବହିଷ୍କୃତ ହୋଇଥିବାବେଳେ ଆଉ ଜଣେ...

ଫନୀ : କୃଷ୍ଣପ୍ରସାଦବାସୀ ଆତଙ୍କିତ

କୃଷ୍ଣପ୍ରସାଦ,୧।୫(ଡି.ଏନ.ଏ.)-ଫାଇଲିନ, ହୁଡୁହୁଡୁ,ତିତିଲି ବାତ୍ୟା ଭୟ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ସାମୁଦ୍ରିକ ଝଡ ଫନୀ ଆସିବା ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀ  ଆତଙ୍କିତ ହୋଇପଡିଛନ୍ତି।...

ବର୍ଷାରାଣୀରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୧୩।୨: ରାୟଗଡ଼ା-କୋରାପୁଟ ରାସ୍ତା ସିରିକଣା ତାରିଣୀ ମନ୍ଦିର ନିକଟରେ ଶୁକ୍ରବାର ବିଳମ୍ବତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରୀବାହୀ ବସ୍‌ ବର୍ଷାରାଣୀରେ ଅଗ୍ନିକାଣ୍ଡ...

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଜାଲ୍‌ ସାର୍ଟିଫିକେଟ୍‌ଧାରୀ ୨ ଶିକ୍ଷକ ଗିରଫ

ଆସିକା,୬ା୩ (ଡି.ଏନ୍‌.ଏ.)- ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରି ଶିକ୍ଷକତା କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦୁଇଜଣ ଶିକ୍ଷକଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଥାନା...

Advertisement
Archives

Model This Week