ଅନୁଗୋଳରେ ଗଢ଼ାହେଲା କ୍ୟାମ୍ପସ୍‌ କମିଟି

ଅନୁଗୋଳ ଅଫିସ, ୨୬।୧୦: ଦୀର୍ଘ ୪ ବର୍ଷ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇ ନ ଥିବା ବେଳେ ଚଳିତବର୍ଷ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନୂତନ କ୍ୟାମ୍ପସ୍‌ କମିଟିମାନ ଗଢ଼ା ହେଉଛି। ଏଥିରେ ଜଣେ ଲେଖାଏ କନଭେନର ସହ ଦୁଇଜଣ କୋ-କନଭେନର, ୪ ଜଣ ଲେଖାଏ ଆଥଲେଟିକ୍‌ ରିପ୍ରେଜେନ୍‌ଟେଟିଭ, କଲଚରାଲ ରିପ୍ରେଜେନ୍‌ଟେଟିଭ, ସୋସିଆଲ ଆକ୍ଟିଭେଟି ରିପ୍ରେଜେନ୍‌ଟେଟିଭ, ହେଲ୍ପ ଡେକ୍ସ ରିପ୍ରେଜେନ୍‌ଟେଟିଭ, ଜଣେ ହଷ୍ଟେଲ କନଭେନର୍‌, ଦୁଇ ଜଣ ଡେ ସ୍କଲାର ସୋସାଇଟି ଓ ୪ଜଣ ସୋସିଆଲ ମିଡିଆ ଇନ୍‌ଚାର୍ଜ ରହୁଛନ୍ତି। ଅନୁଗୋଳ ସରକାରୀ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ବିଜେଡି ପକ୍ଷରୁ କ୍ୟାମ୍ପସ କମିଟି ଗଠନ କରାଯାଇଛି। ଏହାର ତାଲିକା ଜିଲା ବିଜୁ ଛାତ୍ର ଜନତା ଦଳର ସଭାପତି ରାଜୀବ ଲୋଚନ ଦାସ ଘୋଷଣା କରିଛନ୍ତି। ଏହି ତାଲିକାରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟର କନଭେନର ଭାବେ ମୀନକେତନ ପରିଡ଼ା ଓ ମହିଳା ମହାବିଦ୍ୟାଳୟରେ ଶ୍ରଦ୍ଧା ଦାସଙ୍କ ନାମ ପ୍ରକାଶ କରାଯାଇଛି। ଦଳ ସହ ସକ୍ରିୟ ଭାବେ ଜଡ଼ିତ ଥିବା ଛାତ୍ରୀଛାତ୍ରଙ୍କୁ ନେଇ କ୍ୟାମ୍ପସ କମିଟି ଗଢ଼ା ହୋଇଥିବା ରାଜୀବ କହିଛନ୍ତି। ସେହିପରି ଅନୁଗୋଳ ସରକାରୀ ମହାବିଦ୍ୟାଳୟରେ କୋ-କନଭେନର ଭାବେ ଦେବାଶିଷ ସାହୁ ଓ ଦୀପକ ପରିଡ଼ା, ଆଥଲେଟିକ୍‌ ରିପ୍ରେଜେନ୍‌ଟେଟିଭ ଭାବେ ରୀତିକ କୁମାର ବେହେରା, ଶାଶ୍ୱତ ରଞ୍ଜନ ପ୍ରଧାନ, ଭକ୍ତିମୟୀ ଭୁକ୍ତା ଓ ସୌମ୍ୟାଶ୍ରୀ ପାଣିଙ୍କ ନାମ ଘୋଷଣା କରାଯାଇଛି। କଲଚରାଲ ରିପ୍ରେଜେନ୍‌ଟେଟିଭ ଭାବେ ସୁବାଶିଷ ନାୟକ, ଶମ୍ଭୁନାଥ ପ୍ରଧାନ, ସିମରନ୍‌ ପି. ସାହୁ ଓ ସନ୍ଧ୍ୟାରାଣୀ ପରିଡ଼ା, ସୋସିଆଲ ଆକ୍ଟିଭେଟି ରିପ୍ରେଜେନ୍‌ଟେଟିଭ ଭାବେ ସାଗର ପ୍ରଧାନ, ସୁନୀଲ ନାଏକ, ଲୋପାମୁଦ୍ରା ସାହୁ ଓ ଅନନ୍ୟା, ହେଲ୍ପ ଡେକ୍ସ ରିପ୍ରେଜେନ୍‌ଟେଟିଭ ଭାବେ ବିକ୍ରମ ପ୍ରଧାନ, ଆକାଶ ପ୍ରଧାନ, ଲୋପାମୁଦ୍ରା ଗଡ଼ନାୟକ ଓ ପାୟଲ ସାହୁ, ହଷ୍ଟେଲ କନଭେନର୍‌ ଭାବେ ବିନୟ କୁମାର ଶତପଥୀ, ଡେ ସ୍କଲାର ସୋସାଇଟିରେ ସୌରଭ ରଞ୍ଜନ ବିଶ୍ୱାଳ ଓ ପ୍ରିୟଦର୍ଶନୀ ମାଝି, ସୋସିଆଲ ମିଡିଆ ଇନ୍‌ଚାର୍ଜ ଭାବେ ସୌମ୍ୟ ରଞ୍ଜନ ପ୍ରଧାନ, ଚିରାଗଦୀପ ଜେନା, ସୌମ୍ୟାଶ୍ରୀ ବେହେରା ଓ ଶୁଭଶ୍ରୀ ନାଏକଙ୍କ ନାମ ପ୍ରକାଶ କରାଯାଇଛି। ଅନ୍ୟପକ୍ଷରେ ଅନୁଗୋଳ ମହିଳା ମହାବିଦ୍ୟାଳୟରେ ଶ୍ରଦ୍ଧା କନଭେନର ରହିଥିବାବେଳେ କୋ-କନଭେନର ଭାବେ ଋତୁପର୍ଣ୍ଣା ନାୟକ ଓ ପୂଣ୍ୟପୁଲକତା, ଆଥଲେଟିକ୍‌ ରିପ୍ରେଜେନ୍‌ଟେଟିଭ ଭାବେ ସ୍ବପର୍ଣ୍ଣାଲିସା ବିଶ୍ୱାଳ, ସ୍ମୃତିକିରଣ ବେହେରା, ଅଙ୍କିତା ମଞ୍ଜରୀ ନାଏକ ଓ ମଧୁସ୍ମିତା ମହାପାତ୍ର, କଲଚରାଲ ରିପ୍ରେଜେନ୍‌ଟେଟିଭ ଭାବେ ସଂଘମିତ୍ରା ସାହୁ, ରୀନା ବେହେରା, ପ୍ରିୟଦର୍ଶନୀ ସାହୁ, ସୀମାରାଣୀ ବେହେରା, ସୋସିଆଲ ଆକ୍ଟିଭେଟି ରିପ୍ରେଜେନ୍‌ଟେଟିଭ ଭାବେ ମୋନାଲିସା ସାହୁ, ସ୍ମୃତିରେଖା ଆଚାର୍ଯ୍ୟ, ମାମାଲି ବେହେରା ଓ ଲକ୍ଷ୍ମୀପ୍ରିୟା ଜେନା, ହେଲ୍ପ ଡେକ୍ସ ରିପ୍ରେଜେନ୍‌ଟେଟିଭ ଭାବେ ସସ୍ମିତା ବେହେରା, କିସ୍ତିଶ୍ୱରୀ ଦେହୁରୀ, ସୋନାଲିକା ସ୍ବାଇଁ ଓ ଜ୍ୟୋତିର୍ମୟୀ ବେହେରା ରହିଛନ୍ତି। ହଷ୍ଟେଲ କନଭେନର୍‌ ଭାବେ ବିନ୍ଦ୍ୟାବାସିନୀ ପ୍ରଧାନ ରହିଥିବାବେଳେ ଡେ ସ୍କଲାର ସୋସାଇଟିରେ ଇତିଶ୍ରୀ ଜେନା ଓ ପ୍ରିୟଙ୍କା ପ୍ରଧାନ ରହିଛନ୍ତି। ଏଥିସହ ସୋସିଆଲ ମିଡିଆ ଇନ୍‌ ଚାର୍ଜ ଭାବେ ସିଗମା ସାହୁ, ବର୍ଷା ସେଠୀ, ଲକ୍ଷ୍ମୀପ୍ରିୟା ଜେନା ଓ ଡୋଜାଲିନ୍‌ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri