Posted inଖେଳ

ପ୍ରଥମ ଆଶେସ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ପର୍ଥ,୧୫ା୧: ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରୀ ପାଇଁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜୋସ୍‌ ହାଜେଲ୍‌ଉଡ୍‌ ଆସନ୍ତା ଶୁକ୍ରବାର ପର୍ଥଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ଖେଳିବେନାହିଁ।

ପ୍ରାଥମିକ ସ୍କାନ ପରେ ଆଘାତ ଗୁରୁତର ନୁହେଁ ବୋଲି କୁହାଯାଇଥିଲା। ମାତ୍ର ପରେ ଏକ ସ୍କାନ ଦ୍ୱାରା ଜଣାପଡ଼ିଥିଲା ଯେ, ସେ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ମୁକ୍ତ ନୁହଁନ୍ତି। ପ୍ୟାଟ କୁମିନ୍ସଙ୍କ ପରେ ପର୍ଥ ଟେଷ୍ଟ ନ ଖେଳିବାରେ ସେ ଦ୍ୱିତୀୟ ଖେଳାଳି। ଅଷ୍ଟ୍ରେଲିଆର ଫାଷ୍ଟ ବୋଲିଂ ଆକ୍ରମଣ ଉପରେ ଏହା ପ୍ରଭାବ ପକାଇବ। ଫଳତଃ ବ୍ରେଣ୍ଡନ ଡଗେଟ୍‌ଙ୍କ ପାଇଁ ଏକ ଆଶେସ ଟେଷ୍ଟ ପଦାର୍ପଣର ସୁଯୋଗ ଦେଖା ଦେଇଛି।

ବୁଧବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଏକ ଶିଫିଲ୍ଡ ଶିଲ୍ଡ ଘରୋଇ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ବେଳେ ହାଜେଲଉଡ୍‌ ଯନ୍ତ୍ରଣା ଅନୁଭବ କରିଥିଲେ। ହାଜେଲଉଡ୍‌ ବିମାନ ଯୋଗେ ସାଥୀ ଖେଳାଳିମାନଙ୍କ ସହ ପର୍ଥ ନ ଯାଇ ଘରେ ବିଶ୍ରାମ ନେବେ। ତେବେ ସେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଖେଳିବା ଲାଗି ଫିଟ୍‌ ହୋଇପାରିବେ କି ନା ତାହା ସ୍ପଷ୍ଟ ହୋଇପାରି ନାହିଁ।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri