ବଦ୍‌ ଦୃଷ୍ଟାନ୍ତ

ଭାରତ ସରକାରଙ୍କ ଦ୍ୱାରା ନାଗରିକ ସଂଶୋଧନ ଆଇନ (ସିଏଏ) ୧୧ ଡିସେମ୍ବର ୨୦୧୯ରେ ଆସିବା ପରେ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଏହାର ଉଗ୍ର ରୂପ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଏଥିରେ ହଜାର ହଜାର ଲୋକ ଗିରଫ ହୋଇଥିବା ବେଳେ ଦଙ୍ଗା ସ୍ଥିତି ଉପୁଜିବା ପରେ ସରକାରୀ ସୂଚନା ଅନୁଯାୟୀ ୨୭ ଜଣଙ୍କ ପ୍ରାଣହାନି ଘଟିଥିଲା। ତେବେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗାକୁ ଉସୁକାଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ୧୫ ଜଣଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିବା ପରେ ତାହା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଆଲୋଚନା ହେଲା। ଏବେ ଦଙ୍ଗାଜନିତ ଅଧିକାଂଶ ମାମଲା ଲଢ଼ୁଥିବା ଓକିଲ ମେହମୁଦ ପ୍ରାଚାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା କେନ୍ଦ୍ର ସରକାରଙ୍କ ଅସୂୟାଭାବକୁ ପଦାରେ ପକାଇ ଦେଇଛି ବୋଲି ସମାଲୋଚନା ଆରମ୍ଭ ହେଲାଣି। କାରଣ ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଥିବାରୁ ସତେ ଯେମିତି ଦଙ୍ଗା ତଦନ୍ତକୁ ପାଣିଚିଆ କରିଦେବା ହୋଇଯାଇଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଅଥଚ ଦିଲ୍ଲୀ ପୋଲିସ କହିଛି ଯେ, ପ୍ରାଚାଙ୍କ କାର୍ଯ୍ୟାଳୟ ସହିତ ତାଙ୍କ ଇମେଲ୍‌ରେ ଅନେକ ଆପତ୍ତିଜନକ ମେଟାଡାଟା ଅଛି।
ଜଣେ ଆଇନଜୀବୀ ହୁଅନ୍ତୁ ବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେମାନେ ନିଜ ମହକିଲଙ୍କ ସୁବିଧା ପାଇଁ କାର୍ଯ୍ୟ କରିଥାଆନ୍ତି। ସେମାନଙ୍କୁ ଆକ୍ରୋଶମୂଳକ ଟାର୍ଗେଟ କରାଯିବା ସୂଚାଇଦେଉଛି ଯେ, କେନ୍ଦ୍ର ସରକାର ପୋଲିସ ବଳ ଲଗାଇ ସବୁକିଛି ଦବାଇ ଦେବାକୁ ଚାହୁଁଛନ୍ତି। ପ୍ରାଚାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯିବା ପରେ ବିଭିନ୍ନ ଓକିଲ ସଙ୍ଗଠନ ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି। ଦିଲ୍ଲୀ ଦଙ୍ଗା ଭଳି ଏକ ସମ୍ବେଦନଶୀଳ ଘଟଣାରେ କେହି ଓକିଲ ଯେଭଳି ନ ଲଢ଼ିବେ ସେଥିପାଇଁ ପ୍ରାଚାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ ଅନ୍ୟମାନଙ୍କ ମଧ୍ୟରେ ଭୟ ସଞ୍ଚାର କରାଯାଉଥିବା କୁହାଯାଉଛି। ବାସ୍ତବରେ ଓକିଲ ଓ ମହକିଲଙ୍କ ମଧ୍ୟରେ କେଉଁଭଳି କଥାବାର୍ତ୍ତା କରାଯାଉଛି ଜାଣିବା ଉଚିତ ନୁହେଁ। ପୋଲିସର କର୍ତ୍ତବ୍ୟ ହେଉଛି ଅପରାଧଜନିତ ଘଟଣାର ସ୍ପଷ୍ଟ ତଦନ୍ତ କରି ପ୍ରମାଣ ଯୋଗାଡ଼ କରିବା। ତାହା କରିପାରିଲେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସମ୍ଭବପର ହୋଇପାରେ। ପ୍ରାଚାଙ୍କ କାର୍ଯ୍ୟାଳୟ ଉପରେ କରାଯାଇଥିବା ପୋଲିସ ଚଢ଼ାଉରୁ ଗୋଟିଏ କଥା ବୁଝାପଡ଼ୁଛି। ସମ୍ଭବତଃ ଦିଲ୍ଲୀ ପୋଲିସ ପାଖରେ ସିଏଏ, ଏନ୍‌ଆର୍‌ସି ବିରୋଧରେ ଆନ୍ଦୋଳନ କରୁଥିବା ଭାରତୀୟ ମୁସଲମାନଙ୍କୁ ଅପରାଧରେ ଫସେଇବା ଭଳି କୌଣସି ତଥ୍ୟ ମିଳିନାହିଁ। ସେଥିପାଇଁ ହତାଶ ହୋଇ ଦିଲ୍ଲୀ ପୋଲିସ ଏଭଳି ଚଢ଼ାଉର ମାଧ୍ୟମ ଆପଣାଇଛି। ଏହା ଜଣାଶୁଣା ଯେ, ଡାକ୍ତରଙ୍କ ଭଳି ଓକିଲ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ମହକିଲମାନେ ସବୁ ସତକଥା କହିଥାଆନ୍ତି। ଓକିଲଙ୍କୁ ବାଟବଣା କଲେ ନିଜର କ୍ଷତି ହେବାର ସବୁ ଆଶଙ୍କା ଥିବାରୁ ଅପରାଧୀ ମଧ୍ୟ ଅପରାଧକୁ ଓକିଲ ସମ୍ମୁଖରେ ସ୍ବୀକାର କରିଥାଏ। କିନ୍ତୁ ମହକିଲ ଏବଂ ଓକିଲଙ୍କ ମଧ୍ୟରେ ଥିବା ସମ୍ପର୍କର ଗୋପନୀୟତାକୁ ସମ୍ମାନ ଦିଆଯାଇଥାଏ। ଅନ୍ତର୍ଜାତୀୟ ସ୍ତରରେ କନ୍‌ଫିଡେନ୍‌ସିଆଲିଟି କ୍ଲଜରେ ଏହିଭଳି ସମ୍ପର୍କ ବନ୍ଧା ହୋଇ ରହିଥାଏ। ତେଣୁ ସେହି ବୃତ୍ତିଗତ ସମ୍ପର୍କକୁ ଭାଙ୍ଗିଦେଲେ ଆଇନ ବ୍ୟବସ୍ଥାର ପତନ ଘଟିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ରେ ସିଏଏ, ଏନ୍‌ଆର୍‌ସି ବିରୋଧୀ ଆନ୍ଦୋଳନ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ଦିଲ୍ଲୀ ପୋଲିସର ଭୂମିକା ସନ୍ଦେହଜନକ ଥିଲା। ସମସ୍ତଙ୍କ ମନେଥିବ ଯେଉଁଭଳି ଭାବେ କେତେ ଜଣ ମୁସଲମାନ ଯୁବକ ରାସ୍ତାରେ ରକ୍ତାକ୍ତ ହୋଇ ପଡ଼ିଥିବା ବେଳେ ଦିଲ୍ଲୀ ପୋଲିସର ଅଫିସରମାନେ ସେମାନଙ୍କୁ ଜନଗଣମନ ଗାଇବାକୁ ବାଧ୍ୟ କରିବା ସହ ଲାଠିରେ କେଞ୍ଚା ମାରିଥିଲେ। ଏହା ସ୍ବୀକାର କରାଯାଇପାରେ ଯେ, ଏବେକା ସ୍ଥିତିରେ ସେଭଳି ଭିଡିଓ ଅନେକଙ୍କୁ ସନ୍ତୋଷଲାଭ କରାଇପାରେ। ସେମାନେ ହୁଏତ ଜାଣିପାରୁ ନାହାନ୍ତି ଯେ, ସରକାରୀ କଳର ଅପବ୍ୟବହାର ଛୁରିର ଦୁଇପଟର ଧାର ଭଳି କାର୍ଯ୍ୟ କରିଥାଏ। ଆଜି ମୁସଲମାନଙ୍କ ବିରୋଧରେ ଦିଲ୍ଲୀ ପୋଲିସର ବ୍ୟବହାର ଏବଂ କାର୍ଯ୍ୟକଳାପ ଦୃଷ୍ଟାନ୍ତ ହୋଇଯାଇଛି। ଭବିଷ୍ୟତରେ ଅନ୍ୟ ରାଜ୍ୟର ପୋଲିସ ଭିନ୍ନ ସମ୍ପ୍ରଦାୟ ବିରୋଧରେ ସେଭଳି ବ୍ୟବହାର ପ୍ରଦର୍ଶନ କରିପାରେ। କେଉଁଠାରେ ମୁସଲମାନ ବିରୋଧୀ ହେଲେ ଅନ୍ୟ କେଉଁଠାରେ ଆଦିବାସୀ, ଦଳିତ, ପଛୁଆବର୍ଗ କିମ୍ବା ଅନ୍ୟ କୌଣସି ରୂପରେ ସେଭଳି ଅତ୍ୟାଚାର ପ୍ରକଟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?