Posted inଖେଳ

ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌: ହର୍ଷିତ ଚାମ୍ପିୟନ, ସ୍ବପ୍ନିଳ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ସନ୍ଦିପ ମହାନ୍ତି ମେମୋରିଆଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ, ଭୁବନେଶ୍ୱରର ସ୍ବପ୍ନିଳ ପ୍ରିୟଦର୍ଶୀ ରନର୍ସଅପ୍‌ ଏବଂ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ତିନି ଖେଳାଳିଙ୍କ ସମେତ ୪ର୍ଥ ସ୍ଥାନରେ ରହିଥିବା ଦେବୀ ପ୍ରସାଦ ବିଶ୍ୱାଳ ୬ ପଏଣ୍ଟ ଲେଖାଏ ପାଇଛନ୍ତି। ସମାନ ପଏଣ୍ଟ ପାଇଥିଲେ ହେଁ ବୁକୋଲଜରେ ଖେଳାଳି ର଼୍ୟାଙ୍କ୍‌ ସ୍ଥିର କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବିଭୂତି ଭୂଷଣ ଦାସ, ମାନସ ରଞ୍ଜନ ପରିଡ଼ା, ମାନସ ରଞ୍ଜନ ମହାରଣା, ଜ୍ୟୋତିରଞ୍ଜନ ପଣ୍ଡା, ରବୀନ୍ଦ୍ର କୁମାର ଓଝା, ପ୍ରକାଶ ଚନ୍ଦ୍ର ସାହୁ, ହୃଦାନନ୍ଦ ସାମନ୍ତରା(ସମସ୍ତେ ୫ ପଏଣ୍ଟ), ରାଜେନ୍ଦ୍ର କୁମାର ସାହୁ ଓ ଲୋରେନ୍ସ ପ୍ରଧାନ (ଉଭୟ ୪.୫ ପଏଣ୍ଟ) ଶୀର୍ଷ ୧୩ ଜଣଙ୍କ ମଧ୍ୟରେ ରହିଛନ୍ତି। ସେହିପରି ୮ ବର୍ଷରୁ କମ୍‌ ବର୍ଗରେ ଈଶାନି ଦାସ, ଅର୍କ ମିଶ୍ର, ୧୦ ବର୍ଷରୁ କମ୍‌ରେ ରୋହିତ ମଲିକ, ସାଇ ଅମୃତ ପରିଜା, ୧୨ ବର୍ଷରୁ କମ୍‌ରେ ସ୍ଥିତପ୍ରଜ୍ଞ ସାହୁ, ଆଦିତ୍ୟ ରଞ୍ଜନ ଦାସ, ୧୪ ବର୍ଷରୁ କମ୍‌ ବିଭାଗରେ ଅଞ୍ଜଳି ମିଶ୍ର, ଅମନ୍‌ ଅଲୀ ଏବଂ ବାଳିକା ବର୍ଗରେ ନମସ୍ୟା ନଳିନୀ ଓ ସାହାନା ଲେଙ୍କା ପୁରସ୍କୃତ ହୋଇଛନ୍ତି। ବୈଭବ ମଜୁମଦାର, ମନସିଜ ସାମଲ, ଅମ୍ଳାନ ସେନାପତି, ଲଳିତ ରଞ୍ଜନ ସାହୁ ଓ ଅଂଶୁମାନ ପତି ଶାନ୍ତ୍ୱନା ମୂଳକ ପୁରସ୍କାର ହାସଲ କରିଛନ୍ତି। ଅଦିତି ମହାରଣା ସର୍ବକନିଷ୍ଠ ଖେଳାଳିଭାବେ ଏଥିରେ ଖେଳିଥିଲେ। ଭୁବନେଶ୍ୱର ଡିସିବି ବ୍ୟାଙ୍କ ଶାଖା ମୁଖ୍ୟ ନଳିନୀକାନ୍ତ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭୁବନେଶ୍ୱର ଚେସ୍‌ ଆସୋସିଏଶନ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ, ଉପସଭାପତି ସୀତେନ୍ଦୁ ରାଜଗୁରୁ, ଯୁଗ୍ମ ସମ୍ପାଦକ ସୁରିନ୍ଦରନାଥ ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ ନାଥ, ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର, ସନ୍ଦିପଙ୍କ ସମ୍ପର୍କୀୟ ସୌମେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri