‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ ରାଜ୍ୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସଂଖ୍ୟାଗରିଷ୍ଠ ଗୋଷ୍ଠୀକୁ ସାହାଯ୍ୟ କରିବାକୁ ବ୍ୟବହାର କରାଯାଇଥିଲା। ସଂଖ୍ୟାଲଘୁ ଗୋଷ୍ଠୀକୁ ଅବଦମିତ କରିବା ଲାଗି ଏଭଳି କରାଯାଇଥିଲା ଯାହାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଏହି ପୃଷ୍ଠଭୂମିରେ, ମିଳିତ ଜାତିସଂଘର ଗ୍ଲୋବାଲ ଆଲାଏନ୍ସ ଅଫ୍‌ ନ୍ୟାଶନାଲ ହ୍ୟୁମାନ ରାଇଟ୍ସ ଇନ୍‌ଷ୍ଟିଚ୍ୟୁଶନ୍ସ (ଜିଏଏନ୍‌ଏଚ୍‌ଆର୍‌ଆଇ)ର ଅଧିବେଶନ ମେ’ର ପ୍ରଥମ ସପ୍ତାହରେ ଆୟୋଜନ ହେବାର ଅଛି। ଏହି ବୈଠକରେ ଏବଂ ଅନ୍ୟାନ୍ୟ ବିଷୟ ମଧ୍ୟରେ ଭାରତର ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ପ୍ରଥମ ଶ୍ରେଣୀରେ ରହିବାର ଯୋଗ୍ୟତା ଉପରେ ବିଚାର କରାଯିବ। ୨୦୨୩ ମସିହାରେ (ଏନ୍‌ଏଚ୍‌ଆର୍‌ସି) ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା। ଜାତିସଂଘ ସଂସ୍ଥା ମାନବ ଅଧିକାର ଅନୁସନ୍ଧାନରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଏବଂ ଲିଙ୍ଗଗତ ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ଅଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିବାରୁ ଏଭଳି ହୋଇଥିଲା। ପୋଲିସର ଅନ୍ତର୍ଭୁକ୍ତି ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନକରେ ଏବଂ ମାନବ ଅଧିକାରର ସଂରକ୍ଷଣର ଯଥାର୍ଥତାକୁ ନୂ୍ୟନ କରେ। ଏନ୍‌ଏଚ୍‌ଆର୍‌ସି ମୂଲ୍ୟାୟନ ପ୍ରଥମ ଶ୍ରେଣୀ (ଏ)ରୁ ଦ୍ୱିତୀୟ ଶ୍ରେଣୀ(ବି)କୁ ଖସିଯିବାର ସମ୍ଭବନା ରହିଛି, ଯାହା ଜାତିସଂଘ ମାନବ ଅଧିକାର ପରିଷଦ ତଥା ଜାତିସଂଘର ଅନ୍ୟାନ୍ୟ ସାଧାରଣ ସଭାରେ ଭୋଟ ଦେବାର କ୍ଷମତା ଉପରେ ପ୍ରଭାବ ପକାଇବ। ଜିଏଏନ୍‌ଏଚ୍‌ଆର୍‌ଆଇ ସବ୍‌କମିଟି ଅନ୍‌ ଆକ୍ରିଡେଶନ (ଏସ୍‌ସିଏ)ର ମେ ମାସର ବୈଠକ ୧୧୪ ଦେଶ ବିଶିଷ୍ଟ ମିଳିତ ମଞ୍ଚର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ୫ ବର୍ଷର ସମୀକ୍ଷା ଲାଗି ଉଦ୍ଦିଷ୍ଟ। ଭାରତର ସମ୍ପ୍ରତି ମାନବ ଅଧିକାର ରେକର୍ଡ ପାଇଁ ବୈଶ୍ୱିକ ସଂସ୍ଥାର ସନ୍ଦେହକୁ ଅନୁଭବକରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କୂଟନୈତିକ ସ୍ତରରେ ପ୍ରତିରୋଧ କରିବାକୁ ସମୀକ୍ଷା ପ୍ରକ୍ରିୟାରେ ଜଡ଼ିତ ବିଭିନ୍ନ ଦେଶରେ ପହଞ୍ଚୁଥିବା ଜଣାପଡ଼ିଛି।
୧୯୯୯ରେ ମାନ୍ୟତା ପାଇବା ପରଠାରୁ, ୨୦୦୬ ଏବଂ ୨୦୧୧ରେ ଭାରତ ଏହାର ‘ଏ’ ର଼୍ୟାଙ୍କିଙ୍ଗ୍‌ ବଜାୟ ରଖିଥିଲା। କିନ୍ତୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୨୦୧୪ରେ କ୍ଷମତାକୁ ଆସିବାର ୨ବର୍ଷ ପରେ ଏହାର ଗ୍ରେଡ୍‌ର ଅଧୋଗତି ହୋଇଥିଲା ଏବଂ ବର୍ଷେ ପରେ ପୁଣି ଫେରିଥିଲା। ଭାଜପା ସରକାର ସମୟରେ ଦ୍ୱିତୀୟ ଥର ପାଇଁ ଏହା ଏକ ସମ୍ଭାବ୍ୟ ର଼୍ୟାଙ୍କିଙ୍ଗ୍‌ ଅଧୋଗତିର ସମ୍ମୁଖୀନ ହେବା ସମ୍ଭାବନା ରହିଛି। ମାର୍ଚ୍ଚ ୨୦୨୩ରେ ଏହାର ଅନୁସନ୍ଧାନ ପ୍ରକ୍ରିୟାରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ପାଇଁ ଭାରତକୁ ନିନ୍ଦା କରିବାକୁ ଏସ୍‌ସିଏ ଏକ ୬ ସୂତ୍ରୀ ଅଭିଯୋଗ ଦାଖଲ କରିବା ସହ ଏହାକୁ ସ୍ବାଥ ର୍କୈନ୍ଦ୍ରିକ କହିଥିଲା। ଏନ୍‌ଏଚ୍‌ଆର୍‌ସି ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଚେଷ୍ଟାକରି କହିଛି ଯେ, ଏନ୍‌ଏଚ୍‌ଆର୍‌ସି ମହାସଚିବ ତଥା ସିଇଓ, ଗୁଜରାଟର ପୂର୍ବତନ କ୍ୟାଡର ଆଇଏଏସ୍‌ ଅଧିକାରୀ ଭରତ ଲାଲଙ୍କ ସମେତ ସରକାରୀ କର୍ମଚାରୀଙ୍କ ଉପସ୍ଥିତି ଏହାର ଗୁରୁତ୍ୱ ବୃଦ୍ଧି କରିଛି। ବର୍ତ୍ତମାନ ଏନ୍‌ଏଚ୍‌ଆର୍‌ସିର ୨ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋର ପୂର୍ବତନ ନିର୍ଦ୍ଦେଶକ ତଥା ଆଇପିଏସ୍‌ ଅଧିକାରୀ ରାଜୀବ ଜୈନ ଏବଂ ତଦନ୍ତର ମହାନିର୍ଦ୍ଦେଶକ ହେଉଛନ୍ତି ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟ୍ଟନଗର।
ଏହି ସମାଲୋଚନାର କାରଣ ହେଉଛି ଦେଶର ଗୁପ୍ତଚର ମୁଖ୍ୟ ଭାବରେ କାର୍ଯ୍ୟ କରିଥିବା ଜଣେ ପୋଲିସ ଅଧିକାରୀଙ୍କ ନିଯୁକ୍ତି ମାନବ ଅଧିକାର ସଂସ୍ଥାର ନିରପେକ୍ଷତାକୁ କ୍ଷୁଣ୍ଣ କରୁଛି। କାରଣ ବର୍ଷ ବର୍ଷ ଧରି ସେବା କରିବା ପରେ ତାଙ୍କର ସରକାରୀ ପକ୍ଷପାତିତାକୁ ଏଡ଼ାଇ ଦିଆଯାଇପାରେ ନାହିଁ। ଏହା ମାନବ ଅଧିକାରର ତଦାରଖକାରୀଙ୍କ ମନରେ ସନ୍ଦେହ ସୃଷ୍ଟିକରେ ଯେ ଏନ୍‌ଏଚ୍‌ଆର୍‌ସି ନାଗରିକ ସମାଜ କାର୍ଯ୍ୟକର୍ତ୍ତା, ସାମ୍ବାଦିକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ଦ୍ୱାରା ମାନବିକ ଅଧିକାରର ପ୍ରତିବାଦ ତଥା ଦାବିକୁ ରୋକିବା ପାଇଁ ଏକ ପ୍ରଣାଳୀରେ ପରିଣତ ହେଉଛି। ବାସ୍ତବରେ ବର୍ତ୍ତମାନର ଶାସନରେ ଭାରତରେ ଅଭିବ୍ୟକ୍ତିର ସ୍ବାଧୀନତାର କଣ୍ଠରୋଧ ଘଟଣା ଏହି ସନ୍ଦେହକୁ ଦୃଢ଼ କରିଛିି। ପୀଡ଼ିତଙ୍କୁ ନ୍ୟାୟଦେବା ଲାଗି ସ୍ବର ଉତ୍ତୋଳନ କରିଥିବା ଷ୍ଟାନ୍‌ ସ୍ବାମୀଙ୍କ ଅତି ଅମାନୁଷିକ ଅବସ୍ଥାରେ ହାଜତ ମୃତ୍ୟୁ ଏବେ ସୁଦ୍ଧା ଜନମାନସରେ ଉଜ୍ଜୀବିତ ରହିଛି। ୨୬ ମାର୍ଚ୍ଚ, ୨୦୨୪ରେ ଜିଏଏନ୍‌ଏଚ୍‌ଆର୍‌ଆଇକୁ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ସମେତ ୯ଟି ମାନବ ଅଧିକାର ଗୋଷ୍ଠୀ ନାଗରିକ ସମାଜ ଉପରେ ପ୍ରତିବନ୍ଧକ ବୃଦ୍ଧି ଏବଂ ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବକୁ ନେଇ ଚିନ୍ତା ପ୍ରକଟକରି ମିଳିତ ଭାବେ ଚିଠି ଦେଇଥିଲେ। ସେମାନେ ବିଭିନ୍ନ ବିକାଶ ଏବଂ ମାନବ ଅଧିକାର ସୂଚକାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତର ର଼୍ୟାଙ୍କିଙ୍ଗ୍‌କୁ ହ୍ରାସ କରିଛି।
ପ୍ୟାରିସ ନୀତିକୁ ପାଳନ କରିବା ଏବଂ ମାନବ ଅଧିକାରକୁ ସୁରକ୍ଷିତ ରଖିବାରେ ଭାରତର ଏନ୍‌ଏଚ୍‌ଆର୍‌ସି ସଫଳ ହେବ ବୋଲି ସାଧାରଣରେ ବିଶ୍ୱାସ ତୁଟିଗଲାଣି। ଅନ୍ତର୍ଜାତୀୟ ସ୍ତରରେ ମାନବ ଅଧିକାର ଜଗିବା ସଂସ୍ଥାଗୁଡ଼ିକରେ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଏ ନାହିଁ। ଏବେକାର ଭାରତ ସରକାର ଏହିସବୁ ପ୍ରଚଳିତ ବିଶ୍ୱାସକୁ ଜଳାଞ୍ଜଳି ଦେଇ ଯେଉଁଭଳି ଓଲଟା ତତ୍ପରତା ପ୍ରଦର୍ଶନ କରୁଛନ୍ତି ତାହା ଭବିଷ୍ୟତରେ ଭାରତର ମାନବ ଅଧିକାରକୁ କ୍ଷୁଣ୍ଣ କରିବ ବୋଲି ବିଶ୍ୱାସ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?