ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୧।୫(କଳ୍ପତରୁ ନାୟକ): ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା ହରାଇ ବସିଛି। ମାଟିରେ ତିଆରି ଜିନିଷଗୁଡିକର ଅତ୍ୟାଧିକ ଗୁଣବତା ଥିଲେ ବି ଏଗୁଡିକର ଚାହିଦା ଦିନକୁଦିନ କମିବାରେ ଲାଗିଛି। ଦିନ ଥିଲା ମାଟି ତିଆରି ସାମଗ୍ରୀର ବଡ ଆଦର ଥିଲା। କୁମ୍ଭକାର ପରିବାର ପିଢି ପରେ ପିଢି ନିଜର କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରିଥିଲେ। ଚିକ୍କଣ ମାଟିରେ ପ୍ରସ୍ତୁତ ମାଟିହାଣ୍ଡି, ମାଠିଆ, କୁଣ୍ଡ, ଫୁଲକୁଣ୍ଡ, ସରା, କଳସ, ଦୀପ, ପଲମ ଭଳି କେତେ କଣ ସାମଗ୍ରୀ। ଏବେ କିନ୍ତୁ ମାଟି ପାତ୍ରର ଚାହିଦା ପୂରଣ କରୁଛି ପ୍ଲାଷ୍ଟିକ, ଫାଇବର, ଷ୍ଟିଲ। ଏଥିପାଇଁ କୁମ୍ଭକାରଙ୍କ ବେଉସା ବୁଡିଯିବାକୁ ବସିଛି। ଏହାପରେ ବି ବହୁ କୁମ୍ଭକାର ନିଜର କୌଳିକ ବୃତ୍ତିକୁ ଛାଡି ପାରୁନାହାନ୍ତି। ଦୁଃଖକଷ୍ଟରେ ସେମାନେ ନିଜ ବେଉସାକୁ ଭରସା କରି ବଞ୍ଚାଇଛନ୍ତି। ହେଲେ ସେମାନଙ୍କ ସମସ୍ୟା କେହି ବୁଝୁନାହାନ୍ତି କିମ୍ବା ସହାୟତା ମିଳୁନାହିଁ। କୁମ୍ଭକାର ପରିବାର ମଧ୍ୟରୁ ବହୁ ସଦସ୍ୟ ଏବେ ଅନ୍ୟ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ମାଟିଆ, ଗଙ୍ଗାରାମପୁର, ଅଢାଖଣ୍ଡ, ଓଉପଦା, ତୋଟାସାହି, ଡାମରପୁର ଆଦି ଅଞ୍ଚଳରେ ବହୁ କୁମ୍ଭକାର ନିଜ ବୃତ୍ତି ଜାରି ରଖିଛନ୍ତି। ପ୍ରୋତ୍ସାହନ ମିଳୁନି ବୋଲି ଅନେକ ନିଜ ବୃତ୍ତିକୁ ଛାଡି ଅନ୍ୟ କାମଧନ୍ଦା କରୁଛନ୍ତି। ଏଣୁ ଅନେକ କୁମ୍ଭକାର ବଞ୍ଚତ୍ବା ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେଣି।
ଅଢାଖଣ୍ଡ ଗ୍ରାମର ମାନସ ବେହେରା କହିଛନ୍ତି, କାଠ ଦର ମହଙ୍ଗା ହେବାରୁ ହାଣ୍ଡି, ମାଠିଆ ଆଦିର ଗଢା ଖର୍ଚ୍ଚ ବଢିଲା। ପ୍ଲାଷ୍ଟିକ, ସିଲ୍‌ଭର, ଷ୍ଟିଲ୍‌ ବାସନର ବହୁଳ ବ୍ୟବହାର ହେବାରୁ ମାଟି ସାମଗ୍ରୀର ଚାହିଦା କମିଲା। ଫଳରେ ଏହି ବୃତ୍ତି ଏବେ ସଙ୍କଟରେ। ଆମକୁ ଭତ୍ତା ମିଳୁନାହିଁ। ବ୍ୟାଙ୍କରୁ ଋଣ ଆଣି ଶୁଝି ପାରୁନାହୁଁ। ପ୍ରଶାସନ କୌଣସି ସହାୟତା ଦେଉ ନ ଥିବାରୁ ଆମ୍ଭେ ବହୁ ଦୁଃଖ କଷ୍ଟରେ ଚଳୁଛୁ। ଅଢାଖଣ୍ଡ ଗ୍ରାମର ଟୁଲୁ ବେହେରା କହିଛନ୍ତି, ଅନ୍ୟ ଅଞ୍ଚଳ ଭଳି ଆମମାନଙ୍କୁ ତାଲିମ ମିଳିଲେ ମାଟିରୁ ଟେରାକୋଟା ଭଳି ସୌଖୀନ ସାମଗ୍ରୀ ପ୍ରସ୍ତୁତ କରିପାରିବୁ। ୧୦ରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ମାଟି ସାମଗ୍ରୀ ବିକ୍ରି ହେଉଛି। ଏଥିରୁ ସପ୍ତାହରେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି। ଭାର କିମ୍ବା ଅଟୋରିକ୍ସାରେ ମାଟି ସାମଗ୍ରୀ ବିକ୍ରି କରିବାକୁ ନେବାକୁ ପଡୁଛି। ମେଳାରେ ବିଭିନ୍ନ ସାମଗ୍ରୀ ବିକ୍ରି ନ ହେଲେ କମ୍‌ ଦାମ୍‌ରେ ସେଗୁଡ଼ିକୁ ବିକିବାକୁ ପଡୁଛି। ଏଥିରେ ଆମକୁ କ୍ଷତି ସହିବାକୁ ପଡୁଛି। ଅନ୍ୟପକ୍ଷେ ନେବା ଆଣିବାରେ ବି ବହୁ ସାମଗ୍ରୀ ଭାଙ୍ଗିରୁଜି ଯାଉଛି। ଏପରିସ୍ଥିତି ଆମକୁ ଦୁଃଖ ଦେଇଛି। ଶଙ୍କର ବେହେରା କୁହନ୍ତି, ଆମ ବେଉସା ବୁଡିବାକୁ ବସିଥିବା ବେଳେ ଆମେ ଦୀପ ତିଆରି କଲୁ। ହେଲେ ବଜାରରେ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକେ ଚଢ଼ା ଦରରେ କିଣୁଛନ୍ତି। କିନ୍ତୁ ଆମ ହାତ ତିଆରି ମାଟିଦୀପ ନେଉନାହାନ୍ତି। ଶରତ ବେହେରା କହିଛନ୍ତି, ବାତ୍ୟା ପରଠୁ ମୋର ଶାଳଘର ଭାଙ୍ଗି ପଡ଼ିଛି। ପାଖରେ ଟଙ୍କା ନ ଥିବାରୁ ମରାମତି କରିପାରୁନି। ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ପୁଣି ମାଟି ପାଇଁ ବିଭିନ୍ନ ସ୍ଥାନ ବୁଲିବାକୁ ପଡ଼ୁଛି। ଏଥିସହ ତିଆରି ହୋଇଥିବା ମାଟି ସାମଗ୍ରୀ ପୋଡ଼ିବା ପାଇଁ କାଠ ଆବଶ୍ୟକ ପଡ଼ୁଥିବା ବେଳେ ସେଥିପାଇଁ ଟଙ୍କା ନାହିଁ। ମାଟିରେ ସାମଗ୍ରୀ ତିଆରି କରି ବିକିଲେ ଠିକ୍‌ ପାରିଶ୍ରମିକ ମିଳି ପାରୁ ନ ଥିବାରୁ ଏହି ବୃତ୍ତି ଛାଡ଼ି ଦେଇଛୁ। ଡାମରପୁର କୁମ୍ଭାରସାହିରେ ୧୧ ପରିବାର ଆଗରୁ ମାଟିରେ ବିଭିନ୍ନ ସାମଗ୍ରୀ କରୁଥିବା ବେଳେ ଏବେ କେହି ତିଆରି କରୁନାହାନ୍ତି। ଗଙ୍ଗାରାମପୁର ଗ୍ରାମର ପହଲା ବେହେରା କହିଛନ୍ତି, ବର୍ଷ ସାରା ପେଟପାଟଣା ପାଇଁ ମାଟିର ସାମଗ୍ରୀ ବିକୁଛି। ଏଥିରୁ ପାଇଁ ପରିବାର ବହୁ କଷ୍ଟରେ ଚଳୁଛୁ। ଏଥିରେ ବି ଗ୍ରାହକଙ୍କ ମୂଲଚାଲ କଷ୍ଟ ଦେଇଥାଏ। ତଥାପି ଗ୍ରାହକଙ୍କ ଖୁସି ପାଇଁ ୧୦୦ ଟଙ୍କିଆ ସାମଗ୍ରୀକୁ ୫୦ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି। ଏଥିଲାଗି କୌଳିକ ବୃତ୍ତି ସଙ୍କଟରେ ପଡ଼ିଛି। ସରକାର କୁମ୍ଭକାରମାନଙ୍କୁ କିଛି ସୁବିଧାସୁଯୋଗ ଯୋଗାଇ ନ ଦେଲେ ଏହି କୌଳିକ ବୃତ୍ତି ବୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?