Odisha Elections 2024
Posted inଜାତୀୟ

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା। ମଣିପୁର ପୋଲିସ ଅଧିକାରୀ ସେମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା ପରିବର୍ତ୍ତେ କାଙ୍ଗପୋକ୍‌ସି ଜିଲାର ମେଇତି ଦଙ୍ଗାକାରୀମାନଙ୍କ ମେଳି ନିକଟରେ ଛାଡ଼ିଦେଇଥିଲେ। ଦଙ୍ଗାକାରୀମାନେ ୨ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇବା ସହ ଯୌନ ନିର୍ଯାତନା ଦେଇଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି। ଉକ୍ତ ମହିଳାଙ୍କ ମଧ୍ୟରୁ ଜଣେ କାର୍‌ଗିଲରେ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ସ୍ତ୍ରୀ। ସେମାନଙ୍କୁ ଏକ ନିରାପଦ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଗୁହାରି କରିଥିବାବେଳେ ଗାଡ଼ି ଚାବି ନ ଥିବା କହି ପୋଲିସ ଅଧିକାରୀ ସେମାନଙ୍କୁ ତଡ଼ି ଦେଇଥିଲେ ଏବଂ କୌଣସି ପ୍ରକାର ସହାୟତା କରି ନ ଥିଲେ। ମହିଳାମାନଙ୍କ ଉଲଗ୍ନ ପରେଡ୍‌ର ଭିଡିଓ ଗତବର୍ଷ ଜୁଲାଇରେ ଭାଇରାଲ ହେବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଗତବର୍ଷ ଅକ୍ଟୋବର ୧୬ରେ ଗୁଆହାଟୀର ସ୍ବତନ୍ତ୍ର ସିବିଆଇ ବିଚାରପତିଙ୍କ କୋର୍ଟରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍‌ ଦାଖଲ କରିଥିଲା, ଯେଉଁଥିରେ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହା ବ୍ୟତୀତ ଜଣେ ନାବାଳକ ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।
ସିବିଆଇ ରିପୋର୍ଟ ଅନୁଯାୟୀ ଏକେ ରାଇଫଲ୍ସ, ଏସ୍‌ଏଲ୍‌ଆର୍‌, ଇନ୍‌ସାସ୍‌ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମେଇତି ସମ୍ପ୍ରଦାୟର ୯୦୦ରୁ ୧,୦୦୦ ଲୋକ କଙ୍ଗପୋକ୍‌ସି ଜିଲାର ଏକ ଗାଁରେ ଧସେଇ ପଶିବାରୁ ୨ ମହିଳାଙ୍କ ସମେତ ଅନ୍ୟମାନେ ଜୀବନ ବଞ୍ଚାଇବାକୁ ଜଙ୍ଗଲକୁ ପଳାଇଥିଲେ। ରାସ୍ତା ପାର୍ଶ୍ୱରେ ଥିବା ଏକ ପୋଲିସ୍‌ ଗାଡ଼ି ପାଖକୁ ସହାୟତା ନେବା ଲାଗି କେତେଜଣ ଦଙ୍ଗାକାରୀ ଉକ୍ତ ମହିଳାଙ୍କୁ କହିଥିଲେ। ମହିଳା ଦ୍ୱୟ କୌଣସି ପ୍ରକାରେ ପୋଲିସ ଗାଡ଼ି ଭିତରକୁ ପଶିଯାଇଥିଲେ। ଗାଡ଼ିରେ ୨ ଜଣ ପୋଲିସ କର୍ମଚାରୀ ଓ ଜଣେ ଡ୍ରାଇଭର ଥିଲେ ଏବଂ ଗାଡ଼ି ବାହାରେ ୩/୪ ଜଣ ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ତେବେ ଚାବି ନ ଥିବା କହି ପୋଲିସ ସେମାନଙ୍କ ଗୁହାରିକୁ କର୍ଣ୍ଣପାତ କରି ନ ଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ କୁହାଯାଇଛି। ଏପରିକି ଦଙ୍ଗାକାରୀଙ୍କ ଆକ୍ରମଣର ବାପାଙ୍କୁ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ସହାୟତା କରି ନ ଥିଲା। ପରେ ଡ୍ରାଇଭର ଜିପ୍ସି ଗାଡ଼ିକୁ ଦଙ୍ଗାକାରୀମାନଙ୍କ ପାଖକୁ ନେଇଯାଇଥିଲା। ଗାଡ଼ିରେ ୨ ମହିଳାଙ୍କ ସମେତ ଉକ୍ତ ବ୍ୟକ୍ତି ଥିଲେ। ଦଙ୍ଗାକାରୀ ମାଡ଼ି ଆସିବାରୁ ପୋଲିସ ମହିଳା ଓ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଛାଡ଼ିଦେଇ ପଳାଇଥିଲା। ଦଙ୍ଗାକାରୀ ମହିଳା ୨ ଜଣଙ୍କୁ ଘୋଷାଡ଼ି ନେଇ ଉଲଗ୍ନ ପରେଡ୍‌ କରାଇବା ପରେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ ଆସନ କେବଳ ଏକ ସ୍ଲୋଗାନ, ଏତିକି ଆସନ ଜିତିବା ଭାଜପା ପାଇଁ ଅସମ୍ଭବ; ପ୍ରଶାନ୍ତ କିଶୋରଙ୍କ ବଡ଼ ଆକଳନ…

ନୂଆଦିଲ୍ଲୀ,୨୧।୫: ଚଳିତ ନିର୍ବାଚନରେ ଭାଜପା ‘ଅବ୍‌କି ବାର୍‌ ୪୦୦ ପାର୍‌’ର ନାରା ଦେଉଛି। ଅର୍ଥାତ କହିବାକୁ ଗଲେ ଦଳ ୪୦୦ରୁ ଅଧିକ ଆସନରେ ବିଜେତା ହେବା...

ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା...

ସିସୋଡିଆଙ୍କୁ ବଡ଼ ଝଟ୍‌କା; ଇଡି-ସିବିଆଇ ମାମଲାରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଆମ୍‌ ଆଦମୀ ପାର୍ଟୀ ନେତା ମନୀଷ ସିସୋଡିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ମତଦାନ କେନ୍ଦ୍ରରୁ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ମୁମ୍ବାଇ ୱର୍ଲି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ମତଦାନ ବୁଥ ଟଏଲେଟରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ପୋଲିସ ଜବତ...

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri