Posted inଫୁରସତ

ଦର୍ଶକଙ୍କ ଭଲ ପାଇବା ଦେଇଛି ଆତ୍ମସନ୍ତୋଷ: ପ୍ରସନ୍ନ ପୃଷ୍ଟି

ସ୍କୁଲର ଛୁଟିଦିନମାନଙ୍କରେ ସେ ସାଙ୍ଗ ମେଳରେ ସିନେମା ଦେଖିବାକୁ ଯାଉଥିଲେ। ସେଦିନର ସିନେମା ଦେଖିବାର ନିଶା ଆଜି ତାଙ୍କୁ ଦେଇଛି ନିଆରା ପରିଚୟ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ଲଗାତର ସେ ଦୂରଦର୍ଶନ ସହ ଜଡିିତ। ଏ ପର୍ଯ୍ୟନ୍ତ ସେ ପ୍ରାୟ ୨୦ଟି ଧାରାବାହିକ ପ୍ରଯୋଜନା କରିସାରିଛନ୍ତି। ଏହାସହ ରାଜ୍ୟ ସହ ଜାତୀୟ ଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ତାଙ୍କ ଦ୍ୱାରା ପ୍ରଯୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ସ୍ଥାନ ପାଇ ପୁରସ୍କୃତ ହୋଇଛି। ଏହାଛଡ଼ା ଏହି ବହୁମୁଖୀ ପ୍ରତିଭା ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ହେଲେ ପ୍ରସନ୍ନ ପୃଷ୍ଟି । ଜନ୍ମ ୨୪ା୮ା୧୯୫୭ମସିହାରେ। ପିତା ବିନୋଦ ବିହାରୀ ପୃଷ୍ଟି । ମାତା ପଙ୍କଜିନୀ ଦେଈ। ଘର ନୟାଗଡ଼ ଜିଲାର ଜଗନ୍ନାଥ ପ୍ରସାଦରେ। ସେ କୁହନ୍ତି, ମୋର ପିଲାଦିନ ଭୁବନେଶ୍ୱରରେ କଟିଥିଲା। ମୋ ବାପା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଏଷ୍ଟାବ୍ଲିଶମେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିବାରୁ ଭୁବନେଶ୍ୱରରେ ରହୁଥିଲୁ। ଏଥିପାଇଁ ୟୁନିଟ-୨ ସ୍କୁଲରେ ମୋର ପାଠପଢ଼ା ହୋଇଥିଲା।

ତେବେ ପାଠପଢା ଛଡ଼ା ସ୍କୁଲ ବୟସରୁ ସିନେମା ଓ ଧାରାବାହିକ ଦେଖିବାରେ ବେଶି ରୁଚି ରହିଥିଲା। ମୁଁ ମୋ ସାଙ୍ଗମାନଙ୍କୁ ସବୁବେଳେ ସିନେମା କଥା କୁହେ। କିନ୍ତୁ ମୋର ଜଣେ ସାଙ୍ଗ ଉଜୁ ମତେ ସବୁବେଳେ ବ୍ୟବସାୟ କେମିତି କରିହେବ ସେକଥା କହୁଥିଲା। ହେଲେ ମୋ ମୁଣ୍ଡରେ ସେସବୁ ପଶୁ ନ ଥିଲା। କିପରି ସିନେମା ଓ ଧାରାବାହିକ କରିପାରିବି ସେ କଥା ଚିନ୍ତା କରୁଥାଏ। ଆମର ବିଜ୍ଞାନ ଶିକ୍ଷକ ଯୋଗେଶ୍ୱର ସୁବୁଦ୍ଧି ସାର୍‌ ଏବଂ ମୋର ଜଣେ ସାଙ୍ଗ ମିଶି ଯେତେବେଳେ ଯେଉଁ ନୂଆ ସିନେମା ରବି ଟକିଜ୍‌ ଓ କଳ୍ପନା ସିନେମା ହଲ୍‌ରେ ପଡ଼ୁଥିଲା ତାକୁ ଦେଖିବାକୁ ଯାଉଥିଲୁ। ସମୟକ୍ରମେ ଦେବରାଜ ଓ ମୁଁ ମିଶି ପ୍ରଥମେ ‘ଅଗ୍ନି ସଙ୍କେତ’ ନାମକ ଏକ ଓଡ଼ିଆ ସିନେମା ପ୍ରଯୋଜନା କରିଥିଲୁ। ଏଥିରେ ନିର୍ଦ୍ଦେଶକ ଭାବେ ପ୍ରଣବ ଦାସ ରହିଥିଲେ। ଏହି ଚଳଚ୍ଚିତ୍ରଟି ୧୯୯୨ରେ ରାଜ୍ୟରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ପରବର୍ତ୍ତୀ ସମୟରେ ନିଜେ କିପରି ସିନେମା ଓ ଧାରାବାହିକ ପ୍ରଯୋଜନା କରିପାରିବି ସେଥିପାଇଁ ଚିନ୍ତା କଲି। ଆଉ ଆଦିବାସୀଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଅରଣ୍ୟରୋଦନ’ର ପ୍ରଯୋଜକ ହେଲି। ଉକ୍ତ ଚଳଚ୍ଚିତ୍ରର କାହାଣୀ ସୁସାହିତି୍ୟକ ସାତକଡ଼ି ହୋତାଙ୍କ ଉପନ୍ୟାସ ‘ଅଶାନ୍ତ ଅରଣ୍ୟ’ ଉପରେ ପର୍ଯ୍ୟବସିତ ଥିଲା। ଏହାର ନିଦ୍ଦେର୍ଶନା ବିପ୍ଳବ ରାୟ ଚୌଧୁରୀ ଦେଇଥିବାବେଳେ ସଂଳାପକାର ଥିଲେ ବିଜୟ ମିଶ୍ର ଏବଂ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର। ୧୯୯୩ରେ ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇଥିଲା। ମୁମ୍ବାଇଠାରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଭାରତୀୟ ପାନାରୋମା)ରେ ବି ଏହା ପ୍ରଦର୍ଶିତ ହୋଇଥିଲା। ଏହାପରେ ୧୯୯୯ ମସିହାରେ ଦୂରଦର୍ଶନ ଭୁବନେଶ୍ୱର କେନ୍ଦ୍ରରେ ମୋର ପ୍ରଥମ ଧାରାବାହିକ ବାଃ..ବାଃରେ କେପିଟାଲ ପ୍ରସାରିତ ହୋଇଥିଲା, ଯାହାକି ସେତେବେଳେ ଉଚ୍ଚ ପ୍ରଶଂସିତ ହୋଇଥିଲା। ୧୯୯୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦୂରଦର୍ଶନରେ ମୁଁ ୨୦ଟି ଧାରାବାହିକର ପ୍ରଯୋଜନା କରିଛି। ଯଥା- ଅପରାଜିତା, ମହକ, ବୋଉ, ସଞ୍ଜସକାଳ, ମିଷ୍ଟର ରାଜୁ ଫୋର ଟୋଣ୍ଟି ଡଟ୍‌କମ୍‌, ଗୌରବ, ନିରବ ଆକାଶ, ଝିମିଟି ଖେଳ, କଞ୍ଜୁସ ମକ୍ଷିଚୁସ୍‌, ମଙ୍ଗୁ ଚଙ୍ଗୁ, କିଏ, ହାପିହୋମ ଡଟ୍‌କମ୍‌, କଳିକା, କସ୍ତୁରୀ, ଯମ ହାରିଗଲେ ମର୍ତ୍ତ୍ୟପୁରରେ ଆଦି। ସେଥିମଧ୍ୟରୁ ୨୦୧୯ ମସିହାରେ ପ୍ରସାରିତ ‘କସ୍ତୁରୀ’ ଧାରାବାହିକ ପାଇଁ ମୁଁ ଶ୍ରେଷ୍ଠ କାହାଣୀକାରଭାବେ ରାଜ୍ୟ ଚଳଚ୍ଚିତ୍ର ଟେଲି ପୁରସ୍କାର ପାଇଲି। ଏତଦ୍‌ବ୍ୟତୀତ ପୂର୍ବରୁ ବାଣୀଚିତ୍ର, ଶୋ’ଟାଇମ୍‌, ସାରଳା ଆର୍ଟ ଏକାଡେମି, ମହାବୀର ଟେଲିପ୍ରଡକ୍ସନ ସମେତ ଶତାଧିକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ବି ପାଇଛି। ଏସବୁବାଦ୍‌ ଏକ ହିନ୍ଦୀ ସିନେମା ‘ଦି ଆର୍ଟ ଅଫ୍‌ ଲାଇଫ’ ଯାହା ବାଲୁକା କଳା ଉପରେ ଆଧାରିତ ଥିଲା ତାର ପ୍ରଯୋଜକ ବି ହୋଇଥିଲି। ଉକ୍ତ ଚଳଚ୍ଚିତ୍ରର ସମୟ ଅବଧି ପ୍ରାୟ ୪୩ ମିନିଟ ଥିଲା। ଏହି ଚଳଚ୍ଚିତ୍ରଟି ଓ୍ବାଲର୍‌ଡ ଫିଲ୍ମ ଫେଷ୍ଟିଭାଲ, ଗୋଲ୍‌ଡେନ୍‌ ପିକକ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ସହ ଆହୁରି ୮ଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ପୁରସ୍କୃତ ହେଲା। ବର୍ତ୍ତମାନ ମୁଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ, କୃଷି ବିଭାଗ, ରୁରାଲ ଓ୍ବାର୍କ ଡିପାର୍ଟମେଣ୍ଟ ଏବଂ ଟ୍ରାଇବାଲ ଉନ୍ନୟନ ସଂସ୍ଥା ପାଇଁ କେତୋଟି ଡକ୍ୟୁମେଣ୍ଟାରୀ ଫିଲ୍ମର ପ୍ରଯୋଜନା କରୁଛି। ଦୂରଦର୍ଶନରେ ଧାରାବାହିକ ପ୍ରଯୋଜନାକରି ଏକାଧିକ ନୂତନ କଳାକାରଙ୍କୁ ଲୋକଲୋଚନକୁ ଆଣିଥିବାରୁ ମୋତେ ଆତ୍ମସନ୍ତୋଷ ମିଳୁଛି। ଦର୍ଶକଙ୍କର ଭଲପାଇବା ମୋତେ ପରିଚୟ ଦେଇଛି। -ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?