Posted inଜାତୀୟ

୨୦୩୨ରେ ଚନ୍ଦ୍ରକୁ ଧକ୍କାଦେବ ଗ୍ରହାଣୁ ପିଣ୍ଡ

ନୂଆଦିଲ୍ଲୀ,୩୧ା୧: ୨୦୩୨ରେ ଏକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କା ଦେବା ନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଉକ୍ତ ଗ୍ରହାଣୁ ପିଣ୍ଡର ଓସାର ପ୍ରାୟ ୬୦ ମିଟର। ତେବେ ଚନ୍ଦ୍ର ସହ ଧକ୍କାଦେବାର ଆଶଙ୍କା ୪ ପ୍ରତିଶତ ରହୁଥିବା ସେମାନେ କହିଛନ୍ତି। ସମ୍ଭାବନା କମ୍‌ ହେଲେ ମଧ୍ୟ ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଓ ଉତ୍କଣ୍ଠିତ ଅଛନ୍ତି। ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କାଦେଲେ ସୃଷ୍ଟି ହେବାକୁ ଥିବା ଭଗ୍ନାବଶେଷ, ସାଟେଲାଇଟ୍‌ କ୍ଷତି ଏବଂ ସମ୍ଭାବ୍ୟ ଅଗ୍ନିପିଣ୍ଡୁଳା ବର୍ଷାକୁ ନେଇ ସେମାନେ ଚିନ୍ତିତ ଅଛନ୍ତି। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଗ୍ରହାଣୁପିଣ୍ଡ ୨୦୨୪ଓ୍ବାଇଆର୍‌୪ ଯେଉଁ ପଥ ଦେଇ ଗତିକରୁଛି, ତାହା ୨୦୩୨ ଡିସେମ୍ବର ୨୨ରେ ଚନ୍ଦ୍ର ସହ ଧକ୍କା ଲାଗିପାରେ। ଏହି ସଂଘର୍ଷରୁ ପ୍ରଚୁର ଶକ୍ତିର ପ୍ରଭାବ ଅନୁଭୂତ ହେବ। ୨୦୧୩ରେ ଏକ ଅଧିକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡର ସଂଘର୍ଷ ଯୋଗୁ ହୋଇଥିବା ପ୍ରଭାବରୁ ଏହା ବହୁତ ଶକ୍ତିଶାଳୀ ହେବ। ଏହା ଫଳରେ ଚନ୍ଦ୍ରରେ ୧ କିଲୋମିଟର ଓସାରର ଗର୍ତ୍ତ ସୃଷ୍ଟି ହେବା ସହ ୫.୦ ତୀବ୍ରତାର ଚନ୍ଦ୍ର କମ୍ପନ ଅନୁଭୂତ ହେବ। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଲେକେ ଏହାର ପ୍ରାରମ୍ଭିକ ପ୍ରଭାବ ଦେଖିପାରିବେ। ଏହି ସମୟରେ ରାତ୍ରି ଆକାଶ ଆଲୋକମୟ ହୋଇଯିବ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?