ପୁଣି ସମୁଦ୍ରରେ ଲୀନହେଲା ୩ ଘର

ଗଞ୍ଜାମ,୧୭।୮(ଡି.ଏନ୍‌.ଏ.): ଲଘୁଚାପ କାରଣରୁ ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆରରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା ଗ୍ରାମର ପୁଣି ୩ଟି ଘର ସମୁଦ୍ରରେ ଲୀନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ଓ ଥଇଥାନ ପ୍ରକଳ୍ପ (ଓଡ଼ିଆରପି) ଯୋଜନାରେ ଘର ମିଳି ନ ଥିବାରୁ ଗ୍ରାମର ସି.ଏଚ. ନାର୍ସା, ଜେ. ସୁକାନ୍ତି, ଜେ. ଟିଟୁ, ସି.ଏଚ. ବୁଲଡୁ ଓ ଜେ.ଶିବାନନ୍ଦଙ୍କ ପରିବାର ସେଠାରେ ରହିଆସୁଛନ୍ତି। ମଙ୍ଗଳବାର ସି.ଏଚ. ବୁଲଡୁଙ୍କ ଘର ସମୁଦ୍ରରେ ମିଶିଗଲା ପରେ ସେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି। ଅନ୍ୟ ଦୁଇଟି ଘରେ କେହି ରହୁନଥିଲେ ମଧ୍ୟ ସେଗୁଡ଼ିକ ଜୁଆର ମାଡ଼ରେ ଭାଙ୍ଗିଯାଇଛି। ତହସିଲଦାର ଅରୁଣ କୁମାର ନାୟକ ପୋଡ଼ମପେଟା ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଘର ସମୁଦ୍ରରେ ମିଶିଗଲାଣି। ଓଡିଆରପି ଯୋଜନାରେ ୨୦୦୪ ମସିହାରେ ୧୧୦ ପରିବାରକୁ ରାମଗଡ଼ ପଞ୍ଚାୟତର ଡୁମୁନାଗିରି ପାଦଦେଶ ପାଲୁର ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରାଯାଇଥିବା ବେଳେ ୨୦୧୮ ମସିହାରେ ମୟୂରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ପ୍ରାୟ ୪୦୦ ପରିବାରକୁ ଥଇଥାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, ୨୭।୧୦(ଡି.ଏନ୍‌.ଏ.): – ବେଆଇନ ମଦ ମାଫିଆ, ଜୁଆ ସଟ୍ଟା, ଚୋର ଡକାୟତଙ୍କୁ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟାଦଶମୀରୁ ଶପଥ...

ସୁକିନ୍ଦାରୁ ଦର୍ପଣିକୁ ଗଲା ମେଗା ନର୍ସରୀ

ଯାଜପୁର ଅଫିସ,୨୧ା୧୧: ଯାଜପୁର ଜିଲା ସୁକିନ୍ଦା ମେଗା ନର୍ସରୀ ପ୍ରକଳ୍ପ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଛନ୍ଦି ହେବାପରେ ବଡ଼ଚଣା ବ୍ଲକ ଦର୍ପଣି ଫାର୍ମକୁ ସ୍ଥାନାନ୍ତରଣ...

ରୌଦ୍ରତାପରେ ଜଳୁଛି ଟିଟିଲାଗଡ଼, ବଲାଙ୍ଗୀର

  ବଲାଙ୍ଗୀର ଅଫିସ, ୨୬ା୫ ବଲାଙ୍ଗୀର ଜିଲାରେ ଗତ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି ା ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ...

ଯୁବକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଛତ୍ରପୁର,୨୬ା୧୦(ଡି.ଏନ୍‌.ଏ.): ଛତ୍ରପୁର ଥାନା ସିଙ୍ଗିପୁର ଗ୍ରାମର ସୁଶାନ୍ତ ପାତ୍ର (୪୫)ଉପରେ ଶୁକ୍ରବାର ରାତିରେ ଗୁଳିମାଡ ହୋଇଛି। ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଛତ୍ରପୁର ହସ୍‌ପିଟାଲକୁ...

ରାଜନଗରର ୩୭ ପ୍ରବାସୀ ଆଇସୋଲେଶନରେ

ରାଜନଗର,୨୧।୩(ଡି.ଏନ୍‌.ଏ.): କରୋନା ଭୟରେ ଆତଙ୍କିତ ସାରା ପୃଥିବୀ। ଏ ନେଇ ରାଜ୍ୟ ସରକାର ଅନେକ ପ୍ରତିକାରାତ୍ମକ ପଦକ୍ଷେପମାନ ନେବାରେ ଲାଗିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା...

ରେଲୱେ କଲ୍ୟାଣ ମଣ୍ଡପ ପଛପଟୁ ମୃତଦେହ ଉଦ୍ଧାର: ପରିଚୟ ଅସ୍ପଷ୍ଟ

ଜଟଣୀ,୧୮।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରେଳୱେ କଲ୍ୟାଣ ମଣ୍ଡପ ପଛପଟୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ଜଣାପଡ଼ି...

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ

ପୁରୁଷୋତ୍ତମପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ବିଭିନ୍ନ ପଦବୀ ଲାଗି ସମୁଦାୟ...

ଅସୁରକ୍ଷିତ ଜିଲା ଆଦିବାସୀ ଶିକ୍ଷା ସାଧନ କେନ୍ଦ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା ଜିଲା ଆସିବାସୀ ଶିକ୍ଷା ସାଧନ କେନ୍ଦ୍ର ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ହେଁ କାହାରି ନିଘା ନାହିଁ। ସର୍ବଶିକ୍ଷା...

Advertisement
Archives

Model This Week