ଶ୍ରୀଲଙ୍କାର ବେଖାତିର

ଶେଷରେ ଚାଇନା ଜାହାଜ ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ଶ୍ରୀଲଙ୍କାର ହମ୍ବନ୍‌ଟୋଟା ବନ୍ଦରରେ ୧୬ ଅଗଷ୍ଟରେ ପହଁଞ୍ଚିଲା। ଏହାକୁ ଶ୍ରୀଲଙ୍କାର ସାଂସଦ ଓ ଚାଇନା ଅଧିକାରୀମାନେ ବନ୍ଦରରେ ସ୍ବାଗତ କରିଥିବା ଦେଖାଯାଇଛି। ଭାରତ ଆଶଙ୍କା ବ୍ୟକ୍ତ କରିଥିଲା ଯେ ଚାଇନାର ଏହି ଗୁପ୍ତଚରୀ ଜାହାଜ ଭାରତ ମହାସାଗରରେ ବୁଲିଲେ ତାହା ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ। ବିଶେଷକରି ଓଡ଼ିଶାର ଅବଦୁଲ କଲାମ ଦ୍ୱୀପ ବା ହ୍ବିଲର ଦ୍ୱୀପରୁ ଭାରତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଲେ ଚାଇନାର ୟୁଆନ୍‌ ଓ୍ବାଙ୍ଗ୍‌ ୫ରେ ଥିବା ସେନ୍‌ସର ତାହାକୁ ଠାବ କରିବାରେ ସକ୍ଷମ ହେବ ବୋଲି କୁହାଯାଉଛି। ସେଥିପାଇଁ ଶ୍ରୀଲଙ୍କାକୁ ଭାରତ ସତର୍କ କରାଇ ଦେଇଥିଲା। ଏପରି କି ଆମେରିକା ମଧ୍ୟ ଚାଇନାର ଏଭଳି ପଦକ୍ଷେପକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା। ହେଲେ ଚାଇନା କହିଛି ଯେ, ଏହି ଜାହାଜ ସାମୁଦ୍ରିକ ବୈଜ୍ଞାନିକ ଗବେଷଣା ଲାଗି ଉଦ୍ଦିଷ୍ଟ। କିନ୍ତୁ ସାଧାରଣରେ ଚାଇନାର ଏହି ଧରଣର ଜାହାଜ ଉପଗ୍ରହ ଠାବ ଓ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ଗତିବିଧି ଲକ୍ଷ୍ୟ କରିବା ଲାଗି ପିପୁଲ୍ସ ଲିବରେଶନ ଆର୍ମି ଷ୍ଟ୍ରାଟେଜିକ୍‌ ସପୋର୍ଟ ଫୋର୍ସ ଦ୍ୱାରା ବ୍ୟବହୃତ ହୋଇଥାଏ। ଏଥିରୁ ସହଜରେ ବୁଝି ହେଉଛି ଯେ, ଶ୍ରୀଲଙ୍କା ସମର୍ଥନରେ ଚାଇନା ଜାଣିଶୁଣି ଏହାକୁ ଭାରତ ମହାସାଗରରେ ବୁଲେଇବାର ଯୋଜନା କରିଛି। ଅନ୍ତର୍ଜାତୀୟ ସମୁଦାୟକୁ ପରୋକ୍ଷରେ କହିଛି ଯେ, ‘ୟୁଆନ୍‌ ଓ୍ବାଙ୍ଗ୍‌ ୫’ ସାମୁଦ୍ରିକ ବୈଜ୍ଞାନିକ ଗବେଷଣା ଲାଗି ମୁତୟନ କରୁଛି।
ଏହି ବିବାଦର ପୃଷ୍ଠଭୂମିକୁ ଦେଖିଲେ ଶ୍ରୀଲଙ୍କାର ହମ୍ବନ୍‌ଟୋଟା ବନ୍ଦରରେ ଚାଇନାର ଏହି ଜାହାଜ ୧୧ ଅଗଷ୍ଟରେ ପହଞ୍ଚତ୍ବାର ଥିଲା। ଏହା ପୂର୍ବରୁ ଭାରତ ତା’ର ଉଦ୍‌ବେଗ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ୍‌ ବିକ୍ରମସିଂଘେଙ୍କୁ ଜଣାଇ ଦେଇଥିଲା। ଏଥିସହିତ ନିକଟରେ କାମ୍ବୋଡିଆ ରାଜଧାନୀ ଫେନୋମ୍‌ ଫେନ୍‌ଠାରେ ଅନୁଷ୍ଠିତ ଆସିଆନ୍‌ ସମ୍ମିଳନୀ ଅବସରରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବ୍ରିଙ୍କ ମଧ୍ୟରେ ଉପରୋକ୍ତ ବିଷୟ ନେଇ ଆଲୋଚନା ହୋଇଥିଲା। ସେହି ସମୟରେ ଶ୍ରୀଲଙ୍କାର ଆର୍ଥିକ ପୁନରୁଦ୍ଧାର ଲାଗି ଭାରତ ସବୁ ପ୍ରକାର ସାହାଯ୍ୟ କରିବ ବୋଲି ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ। କେବଳ ସେତିକି ନୁହେଁ, ଶ୍ରୀଲଙ୍କାରେ ରାଜନୈତିକ ଅରାଜକତା ଓ ଅର୍ଥନୈତିକ ଦୁଃସ୍ଥିତି ଦେଖି ଭାରତ ମଧ୍ୟ ଅନେକ ସହାୟତା ଯୋଗାଇଛି। ଏତେ ସତ୍ତ୍ୱେ ଚାଇନା ଜାହାଜକୁ ଶ୍ରୀଲଙ୍କା ଅନୁମତି ଦେବା ବିଷୟକୁ ଚିନ୍ତା କଲେ ନୂଆଦିଲ୍ଲୀ ଅପେକ୍ଷା ବେଜିଂ ଆଡ଼କୁ କଲମ୍ବୋ ଅଧିକ ଢଳି ରହିଛି। ଏହାର ମୁଖ୍ୟ କାରଣ ହୋଇପାରେ ଯେ, ଭାରତ ତା’ର ପଡ଼ୋଶୀ ଦେଶଗୁଡ଼ିକ ସହ କୂଟନୈତିକ ସମ୍ପର୍କ ସୁଦୃଢ଼ କରିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ ସମ୍ଭବତଃ ଶ୍ରୀଲଙ୍କା ଭାବି ନେଇଛି ଯେ, ଚାଇନାଠାରୁ ଆଣିଥିବା ଋଣ ହ୍ରାସ କରିବା ଦିଗରେ ୟୁଆନ୍‌ ଓ୍ବାଙ୍ଗ୍‌ ୫ ଜାହାଜ ହମ୍ବନ୍‌ଟୋଟାରେ ପହଞ୍ଚତ୍ବା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ଉଲ୍ଲେଖଯୋଗ୍ୟ ଯେ, ହମ୍ବନ୍‌ଟୋଟା ବନ୍ଦରକୁ ଚାଇନା ୯୯ ବର୍ଷିଆ ଲିଜ୍‌ରେ ନେଇଯାଇଛି।
‘ପଡ଼ୋଶୀ ପ୍ରଥମ’ କହି ଜୟଶଙ୍କର ଯେତେ ପ୍ରକାର କଥା କହୁଥିଲେ ମଧ୍ୟ ଶ୍ରୀଲଙ୍କା ପକ୍ଷରୁ ସହଯୋଗ ନ ମିଳିବା ସୂଚାଇ ଦେଉଛି ଯେ ଭାରତର ବୈଦେଶିକ ନୀତି ବିଫଳ ହୋଇଛି। ବୃହତ୍‌ ବିକଶିତ ରାଷ୍ଟ୍ରଙ୍କ କଥା ଦୂରେ ଥାଉ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ମଧ୍ୟ ଭାରତକୁ ଖାତିର କଲା ନାହିଁ। ଦେଶ ଭିତରେ ବଡ଼ ପାଟିରେ ଚିଲେଇ ନିଜ ପିଠି ଥାପୁଡ଼େଇବା ଭିତରେ ଆମ କାର୍ଯ୍ୟ ସୀମିତ ରହିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?