ବିଦ୍ୟାଳୟ ଯିବାକୁ କାଠପୋଲ ଭରସା

ଆର.ଉଦୟଗିରି,୧୭।୮(ଡି.ଏନ.ଏ.): ଛାତ୍ରୀଛାତ୍ରମାନଙ୍କୁ ଗୁଣାମ୍ଭକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦ୍ଦେଶ୍ୟରେ ଅନେକ ଯୋଜନା ମଧ୍ୟମରେ ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା। ତଥାପି ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳରେ ସୁଧୁରି ପାରୁନି ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ଯାଇ ପଢିବା ପାଇଁ କାଠପୋଲ ଭରଷା, ବାଜିରେ ଲାଗୁଛି ଛାତ୍ରୀଛାତ୍ରଙ୍କ ଜୀବନ। ଗଜପତି ଜିଲା ମୋହନା ବ୍ଲକର କଟାମା ପଞ୍ଚାୟତ ଅଧିନ ଖଣ୍ଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିପଦପୂର୍ଣ୍ଣ କାଠପୋଲ ଉପର ଦେଇ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ କୋମଳମତି ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଯାଆନ୍ତି। ଗ୍ରାମବାସୀମାନେ ମଧ୍ୟ ଏହି କାଠପୋଲ ଉପରେ ଚାଲିବା ବେଳେ ତଳ ଉପର ହୋଇ ଦୋହଲୁଛି କାଠ। ଟିକିଏ ଅସାବଧାନତା ହେଲେ ପିଲାମାନେ ପଡିଯିବେ କି ? ଏହି ଭୟ ମଧ୍ୟ ରହୁଛି। ତଥାପି ଏମିତି ବିପଦପୂର୍ଣ୍ଣ କାଠପୋଲ ଉପରେ ଦୈନନ୍ଦିନ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର ଓ ଗ୍ରାମବାସୀ। ଏହି ଗ୍ରାମଟି ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ରହୁଥିବା ବେଳେ ଏହି ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୩ରେ ସରକାର ପ୍ରତିଷ୍ଠା କରିଥିଲେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ ୧ ରୁ୫ମ ଶ୍ରେଣୀ ପର୍ଯ୍ୟନ୍ତ। ଗ୍ରାମର ୨୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଥିବା ବେଳେ ଶିକ୍ଷାଦାନ ପାଇଁ ୨ ଜଣ ଶିକ୍ଷକ ନିୟୁକ୍ତି ହୋଇଛନ୍ତି। ହେଲେ ବିଦ୍ୟାଳୟ ଯିବା ପୂର୍ବରୁ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ନାଳ ରହିଛି। ଯାହାକି ବର୍ଷା ଦିନ ହୋଇଗଲେ ଗାଁ ଠାରୁ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଯିବା ଅସମ୍ଭବ। ତେଣୁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏଠାରେ କାଠପୋଲ ନିର୍ମାଣ କରି ବିପଦସଂକୁଳ ଭାବେ ଯାତାୟାତ କରୁଛନ୍ତି। ତେଣୁ ଗ୍ରାମବାସୀ ଏଠାରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ଅରସୁଥିଲେ ମଧ୍ୟ ଏଥିପାଇଁ କେହି ଗୁରୁତ୍ୱ ଦେଉନଥିବା ଗ୍ରାମବାସୀ କହିଛନ୍ତି। ବିଦ୍ୟାଳୟକୁ ଯାତାୟତାର ସୁବିଧା ପାଇଁ ଏଠାରେ ଗୋଟିଏ କଂକ୍ରିଟ ପୋଲ ସରକାର ନିର୍ମାଣ କରନ୍ତୁ ବୋଲି ଛାତ୍ରୀଛାତ୍ର ଅନୁରୋଧ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ପରିସରରେ ଲଟାବୁଦା ମାଡ଼ିଗଲାଣି। ନା ଅଛି ରୋଷଇ ଘର ନା ଅଛି ଶୌଚାଳୟର ବ୍ୟବସ୍ଥା। ବର୍ଷା ଦିନେ ଛାତରୁ ପାଣି ଗଲୁଛି। ପାନୀୟଜଳ କଥା ନକହିବା ଭଲ। ଏମିତି ପାହାଡିଆ ଝରଣା ଜଳକୁ ସଂରକ୍ଷିତ କରି ସ୍କୁଲ ପରିସରରେ ପାଣି ଟାଙ୍କି ବ୍ୟବସ୍ଥା କରାଯାଇ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ଷ୍ଟାଣ୍ଡ ପୋଷ୍ଟ ବସାଯାଇଛି। ସେଥିରୁ ଅହରହ ପାଣି ବାହାରୁଥିବା ବେଳେ ପରିଷ୍କାର ପରିଛିନ୍ନ କରାଯାଉନଥିବାରୁ ଦୂଷିତ ପରିବେଶ ସୃଷ୍ଟି ହୋଇଛି। ଆଉ ସେଠାରେ ପାଣିକୁ ହିଁ ପାନୀୟଜଳ ରୂପେ ବ୍ୟବହାର କରାଯାଉଛି। ଏଭଳି ପାଣି ବ୍ୟବହାର କରିବା ଦ୍ୱାରା ଗାଁରେ କେତେବେଳେ ଯେ ମହାମାରୀ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ସମସ୍ୟାର ସମାଧାନ କରିବା ନେଇ ନେତା ଓ ସରକାରୀ ବାବୁଙ୍କୁ ଗୁହାରୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିିଛନ୍ତି। କିଛି ଦିନ ତଳେ ଏହି ଗ୍ରାମକୁ ଜିଲା ପରିଷଦ ଉପାଧ୍ୟକ୍ଷା କୁନ୍ତୁଳା ମଳିକ ପରିଦର୍ଶନ କରିଥିଲେ । ଏ ନେଇ ସେ ଜିଲର ପ୍ରଶାସନ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri