ବିଦ୍ୟାଳୟ ଯିବାକୁ କାଠପୋଲ ଭରସା

ଆର.ଉଦୟଗିରି,୧୭।୮(ଡି.ଏନ.ଏ.): ଛାତ୍ରୀଛାତ୍ରମାନଙ୍କୁ ଗୁଣାମ୍ଭକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦ୍ଦେଶ୍ୟରେ ଅନେକ ଯୋଜନା ମଧ୍ୟମରେ ରାଜ୍ୟ ସରକାର ରାଜକୋଷରୁ ବ୍ୟୟ କରୁଛନ୍ତି କୋଟି କୋଟି ଟଙ୍କା। ତଥାପି ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳରେ ସୁଧୁରି ପାରୁନି ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ଯାଇ ପଢିବା ପାଇଁ କାଠପୋଲ ଭରଷା, ବାଜିରେ ଲାଗୁଛି ଛାତ୍ରୀଛାତ୍ରଙ୍କ ଜୀବନ। ଗଜପତି ଜିଲା ମୋହନା ବ୍ଲକର କଟାମା ପଞ୍ଚାୟତ ଅଧିନ ଖଣ୍ଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିପଦପୂର୍ଣ୍ଣ କାଠପୋଲ ଉପର ଦେଇ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ କୋମଳମତି ଛାତ୍ରୀଛାତ୍ରମାନେ ପାଠ ପଢିବା ପାଇଁ ଯାଆନ୍ତି। ଗ୍ରାମବାସୀମାନେ ମଧ୍ୟ ଏହି କାଠପୋଲ ଉପରେ ଚାଲିବା ବେଳେ ତଳ ଉପର ହୋଇ ଦୋହଲୁଛି କାଠ। ଟିକିଏ ଅସାବଧାନତା ହେଲେ ପିଲାମାନେ ପଡିଯିବେ କି ? ଏହି ଭୟ ମଧ୍ୟ ରହୁଛି। ତଥାପି ଏମିତି ବିପଦପୂର୍ଣ୍ଣ କାଠପୋଲ ଉପରେ ଦୈନନ୍ଦିନ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର ଓ ଗ୍ରାମବାସୀ। ଏହି ଗ୍ରାମଟି ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ରହୁଥିବା ବେଳେ ଏହି ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୩ରେ ସରକାର ପ୍ରତିଷ୍ଠା କରିଥିଲେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ ୧ ରୁ୫ମ ଶ୍ରେଣୀ ପର୍ଯ୍ୟନ୍ତ। ଗ୍ରାମର ୨୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଥିବା ବେଳେ ଶିକ୍ଷାଦାନ ପାଇଁ ୨ ଜଣ ଶିକ୍ଷକ ନିୟୁକ୍ତି ହୋଇଛନ୍ତି। ହେଲେ ବିଦ୍ୟାଳୟ ଯିବା ପୂର୍ବରୁ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ନାଳ ରହିଛି। ଯାହାକି ବର୍ଷା ଦିନ ହୋଇଗଲେ ଗାଁ ଠାରୁ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଯିବା ଅସମ୍ଭବ। ତେଣୁ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏଠାରେ କାଠପୋଲ ନିର୍ମାଣ କରି ବିପଦସଂକୁଳ ଭାବେ ଯାତାୟାତ କରୁଛନ୍ତି। ତେଣୁ ଗ୍ରାମବାସୀ ଏଠାରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ଅରସୁଥିଲେ ମଧ୍ୟ ଏଥିପାଇଁ କେହି ଗୁରୁତ୍ୱ ଦେଉନଥିବା ଗ୍ରାମବାସୀ କହିଛନ୍ତି। ବିଦ୍ୟାଳୟକୁ ଯାତାୟତାର ସୁବିଧା ପାଇଁ ଏଠାରେ ଗୋଟିଏ କଂକ୍ରିଟ ପୋଲ ସରକାର ନିର୍ମାଣ କରନ୍ତୁ ବୋଲି ଛାତ୍ରୀଛାତ୍ର ଅନୁରୋଧ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ ପରିସରରେ ଲଟାବୁଦା ମାଡ଼ିଗଲାଣି। ନା ଅଛି ରୋଷଇ ଘର ନା ଅଛି ଶୌଚାଳୟର ବ୍ୟବସ୍ଥା। ବର୍ଷା ଦିନେ ଛାତରୁ ପାଣି ଗଲୁଛି। ପାନୀୟଜଳ କଥା ନକହିବା ଭଲ। ଏମିତି ପାହାଡିଆ ଝରଣା ଜଳକୁ ସଂରକ୍ଷିତ କରି ସ୍କୁଲ ପରିସରରେ ପାଣି ଟାଙ୍କି ବ୍ୟବସ୍ଥା କରାଯାଇ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ଷ୍ଟାଣ୍ଡ ପୋଷ୍ଟ ବସାଯାଇଛି। ସେଥିରୁ ଅହରହ ପାଣି ବାହାରୁଥିବା ବେଳେ ପରିଷ୍କାର ପରିଛିନ୍ନ କରାଯାଉନଥିବାରୁ ଦୂଷିତ ପରିବେଶ ସୃଷ୍ଟି ହୋଇଛି। ଆଉ ସେଠାରେ ପାଣିକୁ ହିଁ ପାନୀୟଜଳ ରୂପେ ବ୍ୟବହାର କରାଯାଉଛି। ଏଭଳି ପାଣି ବ୍ୟବହାର କରିବା ଦ୍ୱାରା ଗାଁରେ କେତେବେଳେ ଯେ ମହାମାରୀ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ସମସ୍ୟାର ସମାଧାନ କରିବା ନେଇ ନେତା ଓ ସରକାରୀ ବାବୁଙ୍କୁ ଗୁହାରୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିିଛନ୍ତି। କିଛି ଦିନ ତଳେ ଏହି ଗ୍ରାମକୁ ଜିଲା ପରିଷଦ ଉପାଧ୍ୟକ୍ଷା କୁନ୍ତୁଳା ମଳିକ ପରିଦର୍ଶନ କରିଥିଲେ । ଏ ନେଇ ସେ ଜିଲର ପ୍ରଶାସନ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?