ଅଧା କର୍ମଚାରୀଙ୍କ ଉପରେ ସବୁ ଦାୟିତ୍ୱ

ଖୁଣ୍ଟା,୬।୩(ଦେବରଞ୍ଜନ ବେହେରା): ଲୋକଙ୍କୁ ତ୍ୱରିତ ସେବା ଯୋଗାଇ ଦେବାକୁ ନେଇ ସରକାର ବିଭିନ୍ନ ପଦ ପଦବୀ ସୃଷ୍ଟି କରିବା ସହିତ ଅଧିକାରୀ ନିଯୁକ୍ତି କରୁଛନ୍ତି। ମାତ୍ର ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଏବେ ଏହାର ଓଲଟା ପ୍ରତିଫଳନ ଦେଖିବାକୁ ମିଳୁଛି। ପଦବୀ ଅଛି, ମାତ୍ର କର୍ମଚ଼ାରୀ ନିଯୁକ୍ତ ହେଉନାହାନ୍ତି। ବହୁ ଗୁରୁତ୍ୱ ବହନ କରୁଥିବା ଏକାଧିକ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଜଣେ ଅଧିକାରୀ ଏକାଧିକ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କୁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତି ମାସ ମାସ ଧରି ଲାଗି ରହିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନ ଥିବା ଚିନ୍ତାର କାରଣ ହୋଇଛି।
ସରକାର ୫-ଟି ମାଧ୍ୟମରେ ଟିମ୍‌ୱାର୍କ କଥା କହୁଥିବା ବେଳେ ଏହା ଏହି ବ୍ଲକ ପାଇଁ ପ୍ରହସନ ପାଲଟିଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସୂଚ଼ନା ଅନୁଯାୟୀ, ଗତ ୨୦୨୩ ମାର୍ଚ୍ଚ ମାସରୁ ଏହି ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ଏବିଡିଓ) ଅବସର ଗ୍ରହଣ କରିବା ପରଠାରୁ ଅଦ୍ୟାବଧି କୌଣସି ଅଧିକାରୀଙ୍କୁ ନିଯୁକ୍ତି ମିଳିନାହିଁ। ସେହିପରି ଜିପିଓ ପଦବୀ ଦୀର୍ଘ ମାସ ଧରି ଖାଲିଥିବା ବେଳେ ଜଣେ ପିଇଓ ୨ଟି ପଞ୍ଚାୟତ ସମେତ ଅତିରିକ୍ତ ଭାବେ ଜିପିଓ ଦାୟିତ୍ୱ ତୁଲାଉଛନ୍ତି। ଆକାଉଣ୍ଟ୍‌ସ ଅଧିକାରୀ,ଏନ୍‌ଆର୍‌ଇଜିଏସ୍‌ର ଏସିପି ପଦବୀ ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଖାଲି ପଡ଼ିଛି। ଏଏଫ୍‌ଓ ଏବଂ ୨ବରିଷ୍ଠ କିରାଣି ପଦବୀ ମଧ୍ୟରୁ ଗୋଟିଏ ଖାଲି ପଡ଼ିଥିବା ଓ ଅନ୍ୟ ପଦବୀଟି ଡେପୁଟେଶନ କର୍ମଚ଼ାରୀଙ୍କ ଦ୍ୱାରା ଚାଲିଛି। ସେହିପରି ୧୩ ପଞ୍ଚାୟତ ମଧ୍ୟରୁ ୨ଟି ପଞ୍ଚାୟତରେ ଜିଆର୍‌ଏସ୍‌ ପଦବୀ ଓ ୬ଟି ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଖାଲି ରହିଛି। ଆଇପିଓ ପଦବୀଟି ଦୀର୍ଘ ବର୍ଷ ହେବ ଖାଲି ରହିଛି। ୫ ପିଅନ ପଦବୀ ସ୍ଥାନରେ ୩ ଜଣ ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟାଳୟ। ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ରାତ୍ରି ଜଗୁଆଳି ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ନାହିଁ ନାହିଁରେ ଚାଲୁଥିବା ଏହି ବ୍ଲକ କାର୍ଯ୍ୟାଳୟ ଲୋକଙ୍କୁ କିଭଳି ଭାବେ ତ୍ୱରିତସେବା ଯୋଗାଇ ପାରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ବିଡିଓ କରୁଣାକର ଧିନ୍ଦାଙ୍କୁ ପଚାରିବାରୁ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ପଦବୀରେ କର୍ମଚାରୀ ଥିବା ନ ଥିବା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ବାର୍ଷିକ ଏଷ୍ଟାବ୍ଲିସମେଣ୍ଟ ରିପୋର୍ଟରେ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ…

ଥାଲପତି ବିଜୟଙ୍କୁ DMK ଦେବ ବାହ୍ୟ ସମର୍ଥନ? ଷ୍ଟାଲିନଙ୍କ ‘ଚାଣକ୍ୟ’ ଚାଲ, କଂଗ୍ରେସ-ଭାଜପା ବେଦମ!

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ବର୍ତ୍ତମାନ ଏକ ଆକର୍ଷଣୀୟ ମୋଡ଼ରେ ଠିଆ ହୋଇଛି। ବିଧାନସଭା ନିର୍ବାଚନ ପରେ ଯେଉଁଥିରେ କୌଣସି ଗୋଟିଏ ଦଳ ସ୍ପଷ୍ଟ ବହୁମତ ହାସଲ କରିପାରି…

ମାଙ୍କେ ଆନ୍ନା କମେଡି ଦେଖିବାକୁ ଅସମ୍ଭାଳ ଭିଡ: ସୁରକ୍ଷା ବ୍ୟବସ୍ଥା…

ଭଞ୍ଜନଗର,୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଶୁକ୍ରବାର ୧୩ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ପରେ ଯାତ୍ରା ଉଦଯାପିତ ହେବ। ତେଣୁ…

ଗୋଟିଏ କିଲୋର କାମ ଅନେକ

ଯକୃତ ବା ଲିଭର ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେଶନ୍‌ କରିଥାଏ।…

ଗାନ୍ଧୀ ଆଦର୍ଶର ହତ୍ୟାକାରୀ

ମଣିଷ ଇତିହାସ ସୃଷ୍ଟି କରିଥାଏ ଓ ଇତିହାସ ମଧ୍ୟ ଅନେକ ସମୟରେ ନିଷ୍ଠୁର ସତ୍ୟକୁ ପ୍ରତିପାଦନ କରିବାକୁ ଯାଇ ମଣିଷକୁ କ୍ଷମା କରି ନ ଥାଏ। ବର୍ତ୍ତମାନର…

ପିଟରଙ୍କ ନୂଆ ରଣନୀତି

ହଙ୍ଗେରୀରେ ପିଟର ମାଗୟାରଙ୍କ ବିପୁଳ ବିଜୟ ଏକ ବିଶ୍ୱସ୍ତରରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ହଙ୍ଗେରୀର ଅନୁଭୂତି ପ୍ରାୟତଃ ଦର୍ଶାଏ, ଜଣେ ଜିତିବାକୁ ହେଲେ ବର୍ତ୍ତମାନର ଦୁର୍ନୀତି ଉପରେ…

ଧରିତ୍ରୀ କାର୍ଯ୍ୟାଳୟରେ ଯୁବକଙ୍କ ଉନ୍ମତ୍ତକାଣ୍ଡ; ଫୁଟପାଥରେ ଯୁବକଙ୍କୁ ଘୋଷାଡ଼ି ପିଟିଲେ, ପଥରରେ ଛେଚିଲେ

କଟକ,୮।୫(କାର୍ତ୍ତିକ ସାହୁ): ବାଦାମବାଡ଼ି ଥାନା ଅନ୍ତର୍ଗତ ହାଇକୋର୍ଟ କଲୋନୀ ଛକ ତଥା ଧରିତ୍ରୀ କାର୍ଯ୍ୟାଳୟ ନିକଟରେ ଗୁରୁବାର ସନ୍ଧ୍ୟାରେ କେତେଜଣ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସାମାନ୍ୟ…

ଓଡ଼ିଶା ସର୍ଭେ ନମ୍ବର ଉପରେ ଚୂନ ବୋଳି ନିଜ ସର୍ଭେ ନଂ. ଲେଖିଲା ଆନ୍ଧ୍ର: ଜବରଦସ୍ତ ଅନୁପ୍ରବେଶ

ପାରଳାଖେମୁଣ୍ଡି,୮ା୫(ଗିରିଧାରୀ ପରିଚ୍ଛା):ଗଜପତି ଜିଲା ଆନ୍ଧ୍ର ସୀମାନ୍ତରେ ପୁଣି ଥରେ ଆନ୍ଧ୍ର ପ୍ରଦେଶ ଜବରଦସ୍ତ ଅନୁପ୍ରବେଶ କରିଛି। ଏବେ ଚାଲିଥିବା ଜନଗଣନା କାର୍ଯ୍ୟରେ ଆନ୍ଧ୍ର ହସ୍ତକ୍ଷେପ କରିଛି। ସୀମାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri